ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଆସିଛି ପହିଲି ରଜ

ଆସିଛି ପହିଲି ରଜ

 

      ଜ୍ୟୋତ୍ସ୍ନା ରାଣୀ ଦେବୀ

 

ଆସିଛି ପହିଲି ରଜ

     ଆସିଛି ପହିଲି ରଜ

ଦୋଳିରେ ଝୁଲିବା କରି ମଉଜ

   କରି ମଉଜଲୋ

କାହାକୁ କରୁଛୁ ଲାଜ ।

ବଣରେ ଫୁଟିଲା ମଲ୍ଲୀ

    ବଣରେ ଫୁଟିଲା ମଲ୍ଲୀ

ରାଗରୁଷା ଛାଡି ଆ ମୋ ଗେହ୍ଲୀ

  ଆ ମୋ ଗେହ୍ଲୀଲୋ

ଦୋଳିରେ ହସିବା ଝୁଲି ।

ପୋଡପିଠା ମହମହ

   ପୋଡପିଠା ମହମହ

କାହିଁକି ଶୁଖିଛି ତୋ ଚନ୍ଦ୍ରମୁହଁ

   ତୋ ଚନ୍ଦ୍ରମୁହଁ ଲୋ

କାହିଁକି କଥା ନ କହ ।

ଭାଙ୍ଗି ଦେ ରଜପାନ

   ଭାଙ୍ଗି ଦେ ରଜପାନ

ତୁଚ୍ଛାରେ ଏତେ ତୁ କରୁ ଗୁମାନ

   କରୁ ଗୁମାନ ଲୋ

ବୃଥାରେ ନ ଯାଉ ଦିନ ।

ପାଚିଲା ବଇଁଚ କୋଳି

     ପାଚିଲା ବଇଁଚ କୋଳି

   ଆମ୍ଵଡାଳେ ଦୋଳି ଅଛି ଓହଳି

    ଅଛି ଓହଳି ଲୋ

ସଭିଏଁ ହେଲେଣି ମେଳି ।

ପାଦରେ ନାଲି ଅଳତା

    ପାଦରେ ନାଲି ଅଳତା

କାନେ ଝୁମ୍ପିଫୁଲ ଅଣ୍ଟାରେ ସୂତା

   ଅଣ୍ଟାରେ ସୂତା ଲୋ

ନାଇ ହସି କହ କଥା ।

 ବ୍ରହ୍ମପୁର, ଗଂଜାମ

Related posts

ବୈଶାଖୀ କବିତା ଆସର ଓ ଉନ୍ମୋଚନ ପର୍ବ

ପ୍ରତାପ କୁମାର ପଣ୍ଡା ଙ୍କ କବିତା ଶୂନ୍ୟ ସମାଧି

କୋକସରା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!