ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ଵର – ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଚୌଦ୍ୱାର କଟକ

ବାଲେଶ୍ଵର,୧୪/୬/୨୨- ଗତ ତା ୧୨/୬/୨୦୨୨ ରିଖ ଦିନ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ହ୍ଵାଟ୍ସଆପ୍ ଗୃପ୍ ଦ୍ବାରା ରାଜ୍ୟ ସ୍ତରୀୟ ଅନଲାଇନ୍ କବିତା ପ୍ରତିଯୋଗିତା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି କବୟିତ୍ରୀ ମାନେ ଦିଆଯାଇଥିବା ଶୀର୍ଷକ- ବ୍ଯାସାର୍ଦ୍ଧ ଉପରେ ଖୁବ୍ ସୁନ୍ଦର କବିତା ଲେଖି ପଠାଇଥିଲେ । ଶୀର୍ଷକ ସମ୍ବଳିତ ନିର୍ଭୁଲ କବିତା ଗୁଡିକୁ ବିଚାରକୁ ନିଆଯାଇଥିଲା । ସମସ୍ତ କବିତା ଗୁଡିକୁ ସମୀକ୍ଷା କରିଥିଲେ ଶିକ୍ଷୟିତ୍ରୀ ଓ ସୁ ସାହିତ୍ୟିକା ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ବର, ଶିକ୍ଷୟିତ୍ରୀ ସୁନିତା ପରିଡ଼ା, ବାଲେଶ୍ବର ଏବଂ ସାହିତ୍ୟିକା ଗାୟତ୍ରୀ ସିଂ, ଅନୁଗୋଳ । ଏଥିରେ କୁମୁଦିନୀ ବେହେରା, ଅନୁଗୋଳ, ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା, ରଶ୍ମିତା ଧଳ, ଚୌଦ୍ୱାର, କଟକ, ପ୍ରିୟଦର୍ଶିନୀ ସାମନ୍ତରାୟ, ଝାରସୁଗୁଡା, ସଂହିତା ଜେନା, ଜଗତସିଂହପୁର, ଯାଜ୍ଞସେନୀ ପଣ୍ଡା, ବାଲେଶ୍ବର, ଦେବେନ୍ଦ୍ର ମିଶ୍ର, ବୌଦ୍ଧ, ସବିତା ଶତପଥୀ, ଭୁବନେଶ୍ୱର, ବଳରାମ ଜେନା, ଖୋର୍ଦ୍ଧା, ସରୋଜ କୁମାର ସାହୁ, ଲଇକେରା, ଝାରସୁଗୁଡା ଓ ସୁଦ୍ରୁମା ପଣ୍ଡା, ବରଗଡ ପ୍ରମୁଖ ଅଂଶ ଗ୍ରହଣ କରି ଆନନ୍ଦ ଅନୁଭବ କରିଥିଲେ । କିନ୍ତୁ ସେଥିମଧ୍ୟରୁ ରଶ୍ମିତା ଧଳ ପ୍ରଥମ, ପ୍ରିୟଦର୍ଶିନୀ ସାମନ୍ତରାୟ ଦ୍ବିତୀୟ ଓ ସରୋଜ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରି ନିଜ ନିଜ ଅଞ୍ଚଳର ଗୌରବ ବୃଦ୍ଧି କରିବାରେ ସହାୟକ ହୋଇଛନ୍ତି । ପ୍ରକାଶ ଥାଉକି- ରଶ୍ମିତା ଧଳଙ୍କୁ ୨୦୨୨ ମସିହାର ପହିଲି ରଜ ଅର୍ଥାତ୍ ପ୍ରଥମ ରଜ ଭେଟି ସ୍ବରୂପ ୫୦୦ଟଙ୍କା ଅର୍ଥରାଶି ସହିତ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଏବଂ ଚଳିତ ବର୍ଷ ବାର୍ଷିକ ଉତ୍ସବରେ ଉପସ୍ଥିତ ହୋଇ ମଞ୍ଚାସୀନ ଅତିଥି ମାନଙ୍କ ହାତରୁ ଗ୍ରହଣ କରିବା ପାଇଁ ନିବେଦନ କରାଯାଇଛି । ଅନ୍ୟ ମାନଙ୍କୁ ମଧ୍ୟ ନିମନ୍ତ୍ରଣ ରହିଲା । ଚଳିତ ବର୍ଷ ଡିସେମ୍ବର ମାସ ୨୫ ତାରିଖରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ୩୦ ଗୋଟି ଜିଲ୍ଲାରୁ ମନୋନୀତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ତେଣୁ ଉତ୍ସବକୁ ଆସିବା ନିମନ୍ତେ ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ନିବେଦନ କରିଛନ୍ତି । ଚଳିତ ବର୍ଷ ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନକୁ ଅଗ୍ରାଧିକାର ଦିଆଯାଇଛି ଏବଂ ବର୍ଷ ଶେଷ ପର୍ଯ୍ୟନ୍ତ ଦିଆଯିବ ମଧ୍ୟ । ଏକଥା ପୂର୍ବରୁ ଆପଣ ମାନଙ୍କୁ ସୂଚନା ମାଧ୍ୟମରେ ଜଣାଇ ଦିଆଯାଇଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପୂଜାରୀଗୁଡା ଗ୍ରାମ ରେ ପଶିଲା ଭାଲୁ ଲୋକେ ଆତଙ୍କିତ

Sunil Chandra Nayak

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

Sunil Chandra Nayak

କଳାକାର ସଂଘର ବୈଠକ ଅନୁଷ୍ଠିତ

Leave a Comment

error: Content is protected !!