ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵିତୀୟ ଦିନରେ ଲାଞ୍ଜିଗଡ ବ୍ଲକ ର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ

  ଭବାନିପାଟଣା – : (ମ ନି ସ )  ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵିତୀୟ ଦିନରେ ଲାଞ୍ଜିଗଡ ବ୍ଲକ ର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ ହୋଇଯାଇଛି।ଏଥିରେ ମାନ୍ୟବର ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା, ଲୋକ ସଭା ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍, ପି ଡି, ଡି ଆର୍ ଡି ଏ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଡ ଏ ଅନିଲ କୁମାର, ଉପଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ଉପଜିଲ୍ଲାପାଳ ଧର୍ମଗଡ ଶ୍ରୀ ସଚିନ ପାୱାର ପ୍ରକାଶ ଓ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟତଃ କେନ୍ଦ୍ରୀୟ ଯୋଜନା ସ୍ବାସ୍ଥ୍ୟ ବିଭାଗ ର ଗର୍ଭବତୀ ମହିଳାମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଓ ସେବା,ଶିଶୁ ଯତ୍ନ, ଯକ୍ଷ୍ମା ଚିକିତ୍ସା,ଟୀକାକରଣ,ଭାରତୀୟ ଜନ ସ୍ବାସ୍ଥ୍ୟ ମାନଙ୍କ ଅନୁସାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ସୁବିଧା,କଳାହାଣ୍ଡି କୁ କାୟକଳ୍ପ ପୁରସ୍କାର, ସମାଜ କଲ୍ୟାଣ ବିଭାଗର ପୃଷ୍ଟିସାର ଖାଦ୍ୟ ଯୋଗାଣ,ଅଙ୍ଗନବାଡ଼ି କେନ୍ଦ୍ରର ଅବସ୍ଥା ଓ ଏହାର ସୁବିଧା,ଶିକ୍ଷା ବିଭାଗର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରମାନଂକ ଉପସ୍ଥିତି,ବାଳିକା ଶୌଚାଳୟ,ପାନୀୟ ଜଳ, ଶିକ୍ଷକ ଅନୁପାତ, ବିଦ୍ୟୁତକରଣ ଓ ଅନ୍ୟାନ୍ୟ ସୁବିଧା,ଉପରେ ପ୍ରଶ୍ନ କରି ବୁଝି ଥିଲେ । ଜିଲ୍ଲାରେ ୧୫୦ ଟି ହାଇସ୍କୁଲର ଆଧୁନିକ କରଣ, ରୂପାନ୍ତରଣ କାର୍ଯକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ। ଧାନ ଓ କପା ର ଉତ୍ତମ ଉତ୍ପାଦନ ଓ ଚାଷୀ ମାନଙ୍କ ପାଇଁ ଖୁସି ପ୍ରକଟ କରିବା ସହ କୃଷକ ମାନଙ୍କ ପାଇଁ ଅଗ୍ରାଧିକାର ଭିତ୍ତି ରେ କେନ୍ଦ୍ରୀୟ ଯୋଜନାର ଲାଭ ଉଠାଇବାକୁ କାମ କରିବା ପାଇଁ ସି ଡି ଏ ଓ ଙ୍କୁ କହିଥିଲେ।ସେଭଳି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା,ପ୍ରଧାନ ମନ୍ତ୍ରୀ ସ୍ୱନିଧି ଯୋଜନା, ୱାନ୍ ନେସନ ୱାନ କାର୍ଡ,ଜଳ ଜୀବନ ମିଶନ୍, ପୋଷଣ ଅଭିଯାନ ଇତ୍ୟାଦି କେନ୍ଦ୍ରୀୟ ଯୋଜନା ର ଜିଲ୍ଲାରେ ସଠିକ୍ ରୂପାୟନ ଓ କେତେ ହିତାଧିକାରିମାନେ ଲାଭ ପାଉଛନ୍ତି ତାହା ସଂପୃକ୍ତ ଅଧିକାରୀଙ୍କ ଠାରୁ ବୁଝିଥିଲେ। କଳାହାଣ୍ଡି ଏକ ଆକାଂକ୍ଷି ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବାକୁ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ ।ଆଦିବାସୀ ବହୁଳ ଅଞ୍ଚଳରେ ଅନେକ ଅସୁବିଧା ଏବେବି ରହିଛି ଏହାକୁ ଏକ ଚାଲେଞ୍ଜ ଭାବରେ ନେଇ ଅଧିକାରୀ ମାନେ କାମ କରନ୍ତୁ ବୋଲି କହିଥିଲେ ।ଜିଲ୍ଲାର ୫ ଟି ସ୍ବେଛାସେବୀ ସଂସ୍ଥା ଜନସାହଯ୍ୟ, ଭୁବନେଶ୍ୱର ବେହେରା ସ୍ମୃତି ଅନୁଷ୍ଠାନ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ,ଆଶାର କର୍ମକର୍ତ୍ତା ଙ୍କ ସହ ବାର୍ତ୍ତାଳାପ ସହ ବିଭିନ୍ନ ଯୋଜନା ରେ ଲାଭ ପାଇଥିବା ହିତାଧିକାରୀ ଙ୍କ ସହ କଥା ହୋଇଥିଲେ । ଏମାନଙ୍କ ମଧ୍ୟ ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପିତାମ୍ବର ଶବର, ବେହେରଗୁଡ଼ା,କୁନ୍ତୀ ମାଝୀ, ସୁକ୍ନାଭଟା ପି ଏମ କିଶାନ ସମ୍ମାନ ନିଧି: ଘାସିରାମ ଗଉଡ,ଭୀମଡଙ୍ଗା , ଉଜ୍ଜଲା ଯୋଜନା: ସପୁର ସୁନା, ଶ୍ରୀମତୀ ଶବରପୋଷଣ ଅଭିଯାନ : ଆକବର ଖାଁ, ଭବାନୀପାଟଣା , ୱାନ୍ ନେସନ ୱାନ୍ କାର୍ଡ: ସାବିତ୍ରୀ ପ୍ରଧାନ,ରାୟଗଡ଼ା , ପି ଏମ ମୁଦ୍ରା ଯୋଜନା: ମହୀପାଳ ଚଲାନ ପ୍ରମୁଖ ।

Related posts

ତେରେସିଂହା ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ

Sunil Chandra Nayak

ରାଉରକେଲା – କମ୍ରେଡ ବନମାଳୀ ଧୁପାଳଙ୍କ ପ୍ରଥମ ସ୍ମୃତି ଚାରଣ ସଭା

Sunil Chandra Nayak

ଭାଲୁ ଆକ୍ରମଣ ରେ ୩ ମୃତ ୨ ଗୁରୁତର

Sunil Chandra Nayak

Leave a Comment

error: Content is protected !!