ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ପୁଲିସର ଜନସମ୍ପର୍କ ଶିବିର

ଥୁଆମୂଳ ରାମପୁର:୧୫/୬- ମ.ନି.ସ:- ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟ ନେଇ ପୁଲିସ ପ୍ରୟାସ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କର୍ଲାପାଟ ଗ୍ରାମପଞ୍ଚାୟତ ପୁରୁଣାଗୁମା ଗ୍ରାମ ଠାରେ ପୁଲିସ ର ଜନ-ସମ୍ପର୍କ ଶିବିର ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାସ ଜିଙ୍କ ନିର୍ଦ୍ଦେଶରେ ଥୁଆମୂଳ ରାମପୁର ପୁଲିସର ସହାୟତାରେ ଏହି ଜନ-ସମ୍ପର୍କ ଶିବିରରେ ପୁରୁଣାଗୁମା ସମେତ୍ ପେରମେଞ୍ଜି,କୁକୁରଭୁର୍ଷି,ଚଉଦଗୁଡା ଗ୍ରାମଗୁଡିକର ବହୁ ସଂଖ୍ୟା ରେ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ। ଥୁଆମୂଳ ରାମପୁର ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୂଖ୍ଯ ଅତିଥି ଭାବେ ଡେପୁଟି କମାଣ୍ଡାଣ୍ଟ ଶ୍ରୀ ହୁଷିକେଶ ବରାଳ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ଲାପାଟ ଗ୍ରାମପଞ୍ଚାୟତ ସରପଞ୍ଚର ଶ୍ରୀ ବିଶ୍ବ ମାଝୀ, ସର୍ଜେଣ୍ଟ ଶ୍ରୀ ଖଗେଶ୍ବର ବିଶ୍ବାଳ,ମହୁଲପାଟଣା ଫାଣ୍ତି ଅଧିକାରୀ ଶ୍ରୀ ବୁଲୁସେଠୀ ପ୍ରମୁଖ ଯୋଗଦେଇ ଥିଲେ। ସ୍ଥାନୀୟ ଜନସାଧାରଣ ପୁଲିସ ସହିତ ସୁସମ୍ପର୍କ ସ୍ଥାପନ ନେଇ ଆୟୋଜନ ହୋଇଥିବା ଶିବିର ଅବସରରେ ସ୍ଥାନୀୟ କଳାକାର ଙ୍କ ଦ୍ବାରା ବିଭିନ୍ନ ପ୍ରକାରର ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭଲିବଲ୍ ମ୍ଯାଚର ଆୟୋଜନ ହୋଇଥିଲା। ପୁଲିସକୁ କୌଣସି ପ୍ରକାର ଭୟ କରିବା ଉଚିତ୍ ନାହିଁ, ପୁଲିସ ଆପଣ ମାନଙ୍କ ଶତ୍ରୁ ନୁହଁନ୍ତି ବରଂ ସେମାନେ ମିତ୍ରତା ଭାବନା ରଖନ୍ତି। ପୁଲିସର ବିଭିନ୍ନ କାର୍ଯ୍ଯକ୍ରମରେ ଆପଣ ମାନଙ୍କ ସହଯୋଗ ଏକାନ୍ତ ଜରୁରୀ ରହିଛି,କୌଣସି ଅସାମାଜିକ ଲୋକଙ୍କ ପ୍ରରୋଚନାରେ ପଡନ୍ତୁ ନାହିଁ, ମିଥ୍ୟା ପ୍ରଲୋଭନ ର ଶିକାର ହୁଅନ୍ତୁ ନାହିଁ, କୌଣସି ପ୍ରକାରର ଠକାମୀର ଶିକାର ହୁଅନ୍ତୁ ନାହିଁ। ଏଭଳି କୌଣସି ଘଟଣା ଯଦି ସମ୍ମାକୁ ଆସେ ତେବେ ନିଃସନ୍ଦେହ ରେ ପୁଲିସ କୁ ଜଣାଇବା ପାଇଁ ସାହସ କରନ୍ତୁ।ଆପଣ ମାନଙ୍କୁ ନିଶ୍ଚୟ ଭାବରେ ପୁଲିସ ପକ୍ଷରୁ ସହଯୋଗର ହାତ ବଢାଇବା ପାଇଁ ଆଗକୁ ଆସିବେ ବୋଲି ମୂଖ୍ଯ ଅତିଥି ଶ୍ରୀ ବରାଳ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ ଅତିଥିମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ପୁରସ୍କାର ପ୍ରଦାନ କରିଥିବା ବେଳେ ଉପସ୍ଥିତ ସ୍ଥାନୀୟ ଖାକେସ ଗ୍ରାମର ପ୍ରାଥମିକ ବିଦ୍ଯାଳୟର କୁନିକୁନି ଛାତ୍ରଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ। ଏହା ସହିତ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ,ମଶାରୀ ବଣ୍ଟନ କରିଥିଲେ। ଏହା ବ୍ଯତିତ ସ୍ଥାନୀୟ ଜନସାଧାରଣ ଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା ସହିତ ଔଷଧ ଦିଆଯାଇଥିଲା। ଥୁଆମୂଳ ରାମପୁର ଥାନା ଏଏସଆଇ ରଶ୍ମିରଞ୍ଜନ ବାଗ ଓ ମହୁଲପାଟଣା ଫାଣ୍ତି ଅଧିକାରୀଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ଯ ପରିଚାଳନା ହୋଇଥିବାବେଳେ ସମସ୍ତ ପୁଲିସ ବାହିନୀ ଶିବିରକୁ ସୁପରିଚାଳନା ଓ ସହଯୋଗ କରିଥିଲେ

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କଂଗ୍ରେସ ଅଧକ୍ଷ ପାର୍ଥି ପ୍ରଭାତ ଦାଶ ଙ୍କ ପ୍ରଚାର ଧୂଆଁଧାର

Sunil Chandra Nayak

ଏସ, ଏସ, ସାହା ଅନ୍ତରରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ତେରେସିଂହାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!