ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମନ୍ଦିର ବାନା ପବନର ବିପରୀତ ଦିଗରେ କାହିଁକି ଉଡେ

ଶ୍ରୀମନ୍ଦିର ବାନା ପବନର ବିପରୀତ ଦିଗରେ କାହିଁକି ଉଡେ

 

        ଶ୍ରୀମନ୍ଦିର ଉପରେ ସ୍ଥାପିତ ଲାଲ ବାନା ସବୁବେଳେ ବିପରୀତ ଦିଗରେ ଉଡୁଥାଏ । ଏହାର କାରଣ କ’ଣ କେବଳ ବୈଜ୍ଞାନିକମାନେ କହିପାରିବେ, କିନ୍ତୁ ଏହା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟଜନକ ଵିଷୟ । ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ ଯେ ପ୍ରତ୍ୟେକ ସନ୍ଧ୍ୟାରେ ମନ୍ଦିର ଉପରେ ସ୍ଥାପିତ ବାନା ମଣିଷ ଦ୍ବାରା ବଦଳାଯାଏ । ବାନା ଉପରେ ଶିବଙ୍କର ଚନ୍ଦ୍ର ରହିଛି । ଆସନ୍ତୁ ଜାଣିବା ଏହାର ପୌରାଣିକ କାରଣ ।

    ବିପରୀତ ଦିଗରେ ବାନା ଉଡିବାର କିମ୍ବଦନ୍ତୀ ବା କାରଣ ହନୁମାନଙ୍କ ସହିତ ଜଡିତ । ହନୁମାନ ଏହି କ୍ଷେତ୍ରକୁ ଦଶ ଦିଗରୁ ରକ୍ଷା କରନ୍ତି । ହନୁମାନ ଏଠାରେ ଥିବା ପ୍ରତ୍ୟେକ କଣିକାରେ ରୁହନ୍ତି । ହନୁମାନ ଏଠାରେ ଅନେକ ଚମତ୍କାର କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ସମୁଦ୍ର ନିକଟରେ ଅବସ୍ଥିତ ମନ୍ଦିର ଭିତରେ ସମୁଦ୍ରର ଶବ୍ଦ ବନ୍ଦ କରିବା । ଏହି ଧ୍ବନିକୁ ବନ୍ଦ କରିବା ପାଇଁ ବାନାର ଦିଗ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ଥରେ ନାରଦ ଭଗବାନ ଜଗନ୍ନାଥ ଦର୍ଶନ ପାଇଁ ପହଞ୍ଚିବା ପରେ ସେ ହନୁମାନଙ୍କୁ ସାମ୍ନା କରିଥିଲେ । ହନୁମାନ କହିଲେ ଏହି ସମୟରେ ପ୍ରଭୁ ବିଶ୍ରାମ ନେଉଛନ୍ତି ,ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ । ନାରଦ ଦ୍ବାର ବାହାରେ ଅପେକ୍ଷା କଲେ । କିଛି ସମୟ ପରେ ଯେତେବେଳେ ସେ ମନ୍ଦିର ଦ୍ବାରା ଭିତରକୁ ଚାହିଁଲେ,ଭଗବାନ ଜଗନ୍ନାଥ ଶ୍ରୀଲକ୍ଷ୍ମୀଙ୍କ ସହ ଉଦାସରେ ବସିଥିଲେ । ଯେତେବେଳେ ସେ ପ୍ରଭୁଙ୍କୁ ଏହାର କାରଣ ପଚାରିଲେ, ସେ କହିଥିଲେ ସେ ସମୁଦ୍ରର ଧ୍ବନି ଆମକୁ ବିଶ୍ରାମ କରିବାକୁ ଦେଉନାହିଁ ।

    ନାରଦ ବାହାରକୁ ଯାଇ ହନୁମାନଙ୍କୁ ଏହା ଜଣାଇଲେ । ହନୁମାନ କ୍ରୋଧିତ ହୋଇ ସମୁଦ୍ରକୁ କହିଲେ ଯେ ତୁମେ ଏଠାରୁ ଦୂରେଇ ଯାଇ ତୁମର ସ୍ବର ବନ୍ଦ କର କାରଣ ମୋର ପ୍ରଭୁ ତୁମର ଶବ୍ଦ ହେତୁ ବିଶ୍ରାମ ନେବାକୁ ଅସମର୍ଥ । ଏହା ଶୁଣି ସମୁଦ୍ର ଦେବ ଉପସ୍ଥିତ ହୋଇ କହିଲେ ହେ ମହାବୀର ହନୁମାନ । ଏହି ଧ୍ବନି ବନ୍ଦ କରିବା ମୋର ଶକ୍ତିରେ ନାହିଁ । ପବନର ବେଗ ଯେତେ ଯାଏ ଯିବ ଏହି ଧ୍ବନି ସେତେ ବାଟ ଯିବ । ଏଥିପାଇଁ ତୁମ ପିତା ପବନଦେବଙ୍କୁ ଅନୁରୋଧ କରିବା ଉଚିତ ।

     ଏହାପରେ ହନୁମାନ ତାଙ୍କ ପିତା ପବନଦେବଙ୍କୁ ଆହ୍ବାନ କଲେ ଏବଂ କହିଲେ ଯେ ଆପଣ ମନ୍ଦିର ଆଡକୁ ପ୍ରବାହିତ ହୁଅନ୍ତୁ ନାହିଁ । ଏହା ଉପରେ ପବନଦେବ କହିଲେ ଯେ ପୁତ୍ର ଏହା ସମ୍ଭଵ ନୁହେଁ କିନ୍ତୁ ମୁଁ ତୁମକୁ ଏକ ଉପାୟ କହୁଛି ଯେ ତୁମେ ମନ୍ଦିର ଚତୁଃପାଶ୍ୱର୍ରେ ଏକ ଧ୍ବନିହୀନ ବଳୟ ସୃଷ୍ଟି କର । ହନୁମାନ ଏହାପରେ ବୁଝିପାରିଲେ ।

   ତା’ ପରେ ହନୁମାନ ନିଜ ଶକ୍ତି ବଳରେ ନିଜକୁ ଦୁଇ ଭାଗରେ ବିଭାଜନ କଲେ ଏବଂ ପବନଠାରୁ ଦୃତ ଗତିରେ ମନ୍ଦିର ଚାରିପଟେ ବୁଲିବା ଆରମ୍ଭ କଲେ । ଏହା ଏପରି ଏକ ବୃତ୍ତ ସୃଷ୍ଟି କଲା ଯେ ସମୁଦ୍ରର ଧ୍ବନି ମନ୍ଦିର ଭିତରକୁ ନଯାଇ ଚାରିପାଖରେ ବୁଲୁଥାଏ ଏବଂ ଶ୍ରୀଜଗନ୍ନାଥ ମନ୍ଦିରରେ ଆରାମରେ ଶୟନ କରିଥାନ୍ତି ।

    ଏହି କାରଣ ଯୋଗୁଁ ମନ୍ଦିରର ବାନା ଓଲଟା ଦିଗରେ ଉଡୁଥାଏ । ଆପଣ ମନ୍ଦିରର ସିଂହଦ୍ବାରର ପ୍ରଥମ ପାହାଚରେ ପ୍ରବେଶ କରିବା ସମୟରେ ସମୁଦ୍ରର ଧ୍ବନି ଶୁଣିପାରିବେ ନାହିଁ ।

 

 ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

କୋକସରା ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

Sunil Chandra Nayak

ଶିଳ୍ପପତି ଓ ସମାଜସେବୀ ଉମା ବାବୁଙ୍କ ପରଲୋକ

Sunil Chandra Nayak

କୋକସରା ଜବାହର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ରୂପାନ୍ତରିତ ଟାସ୍କଫୋର୍ସ ଉପରେ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!