ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ମାସିକ ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ ଜେଲ ରୋଡ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଫେସର ଭବେଶ ଚନ୍ଦ୍ର ସାହୁ ଙ୍କ ସଭପତିତ୍ବ ଓ ସାଧାରଣ ସଂପାଦକ ଡଃ ସୁବାସ ଚନ୍ଦ୍ର ଲେଙ୍କାଙ୍କ ଆବାହକତ୍ବ ଓ ସଂଯୋଜନାରେ ସମ୍ମାନିତ ଅତିଥି ଭାବେ ଅନିଲ କୁମାର ଦାଶ,ବ୍ରଜେନ୍ଦ୍ର ଦାଶ,ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସାହିତ୍ୟ ମାନବ ସଭ୍ୟତାକୁ ବ୍ରହ୍ମାଣ୍ଡ ସହ ଏକାକାର କରେ ସଂପର୍କରେ ମତାମତ ପ୍ରଦାନ କରିଥିଲେ। ସଭାପତିତ୍ବ ଅଭିଭାଷଣ ସହ ପ୍ରଫେସର ସାହୁ ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖି କହିଲେ ଯେ ସମାଜର ହିତ ପାଇଁ ସାହିତ୍ୟର ସୃଷ୍ଟି ହୋଇଥାଏ। ସାହିତ୍ୟ ଯୋଗୁଁ ବିଶ୍ବର କୋଣ ଅନୁକୋଣରୁ ଲୋକଙ୍କ ମଧ୍ୟରେ ଭାବ ସହ ସଂସ୍କୃତି ଆଦାନପ୍ରଦାନ ହୋଇଥାଏ। ପରସ୍ପର ମଧ୍ୟରେ ସହଭାଗିତା ସହ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରେ। ତେଣୁ ସାହିତ୍ୟିକ ମାନେ ଏଦିଗରେ ଧ୍ୟାନ ଦେଇ ସାହିତ୍ୟ ସୃଷ୍ଟି କଲେ ତାହା ଜନମାନସରେ ଆଦୃତ ହେବା ସହ ବିଶ୍ଵକୁ ଏକତାର ରଜ୍ଜୁରେ ବାନ୍ଧି ରଖିପାରିବ। ସାଧାରଣ ସଂପାଦକ ଡଃ ଲେଙ୍କା ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅକ୍ଷୟ କୁମାର ଦାସ ଓ କପିଳ ଚନ୍ଦ୍ର ବାରିକ ମତ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବି ସୁଚିସ୍ମିତା ପଣ୍ଡା ଙ୍କ ସଂଯୋଜନାରେ ସୁଶାନ୍ତ କୁମାର ନାୟକ,କୁଞ୍ଜବିହାରୀ ରାଉତ,ମୀନକେତନ ପଶାୟତ,ଅଶୋକ ପଟ୍ଟନାୟକ,ବ୍ରହ୍ମାନନ୍ଦ ପାଢୀ,ବ୍ରଜେନ୍ଦ୍ର ଦାଶ,ନୃସିଂହ ଚରଣ ବିଶ୍ବାଳ,ବସନ୍ତ ବିଶ୍ବକର୍ମା,ଡା.ମନୋଜ କୁମାର ନାୟକ କବିତା ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଭୂପେନ ମହାପାତ୍ର,ବିଭୁ ନାୟକ,ଲକ୍ଷ୍ମଣ ନାଥ ଦାସ,ଜ୍ଞାନରଂଜନ ମିଶ୍ର,ପ୍ରଫୁଲ୍ଲ ସାମଲ,ପ୍ରଣତୀ ସିଂହ,ବି.ବି. ଦାଶ,ଏସ୍ .କେ.ଦାଶ, ଉମାଶଙ୍କର ତିୱାରୀ,ରେଖା ସିଂହ, ପ୍ରଣତୀ ଲେଙ୍କା ଓ ସୁନିଲ୍ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଡଃ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ପୁଃନ ନିଯୁକ୍ତି ଦାବିରେ ବିଇଓ ଙ୍କୁ ପ୍ରେରକ ସଂଘର ଦାବୀ ପତ୍ର

Sunil Chandra Nayak

ପଲମ ଫାଣ୍ଡି ଖଇରମାଲ ଛକ ଠାରେ ପିକ୍ଅପ୍ ଭେନ ସହ ବାଇକ୍ ଧକ୍କା,ଜଣେ ମୃତ,୨ ଆହତ 

ଲ୍ୟାମ୍ପସ ପରିସର ରେ କୃତ୍ରିମ ପୋଖରୀ

Sunil Chandra Nayak

Leave a Comment

error: Content is protected !!