ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ବେଶୀ ବାଟଆଉ ନାହିଁ ଲୋ ମା”

ବେଶୀ ବାଟ

ଆଉ ନାହିଁ ଲୋ ମା”

ଉମାକାନ୍ତ ଦାସ

 

ବୟସର ପଥ ସରି ଆସିଲାଣି

ଆଉ ନାହିଁ ବେଶୀ ଦିନ ,

ସତ୍ଯ ଧର୍ମ ଶାନ୍ତି ଦୟା କ୍ଷମା ପଞ୍ଚ

ପଥେ ରହୁ ମୋର ପ୍ରାଣ ।।

 

ତୁହି ଏକା ସତ୍ଯ ଶକ୍ତି ସ୍ବରୂପିଣୀ

ତୋ ବିନା ନାହିଁ କେ ଆନ,

ତୁହି ମା”ବିରଜା ତୁହି ଆଦିମାତା

ତୋ ଭକ୍ତିରେ ମିଳେ ଜ୍ଞାନ ।।

 

ମୋ ବାଲ୍ଯ କିଶୋର ଯୌବନ ବିତିଲା

ଥିଲି ଅପକର୍ମେ ଲୀନ,

ଚପଳତା ଦୁଷ୍ଟ କାମ କ୍ରୋଧ ଲୋଭ 

ସବୁ କର ଏବେ ଚୂର୍ଣ୍ଣ ।।

 

ଏ ଜୀବନ ଦିନ ତୃତୀୟ ପ୍ରହର

ପଡି ଗଲାଣି ମଳିନ ,

ଚତୁର୍ଥ ପ୍ରହର ପ୍ରବେଶ ହେଲାଣି

ଅସ୍ଥିର ହୁଏ ଜୀବନ ।।

 

ଚାରିଆଡୁ ରୋଗ ହୋଇବେ ସଂଯୋଗ

 ଶରୀ ହେବ ଜରାଜୀର୍ଣ୍ଣ ,

ମରଣଠୁଁ ବଳି ଜୀଅଣ ହୋଇବ

 ସେଥି ପାଇଁ ଦେବୁ ଧ୍ଯାନ ।।

 

ଜନ୍ମ ଯେତେବେଳେ ଅଛି ଭୂମଣ୍ଡଳେ

ଡ଼ରେ ନି କେବେ ମରଣ ,

ଭୋଗାଇବୁ ନାହିଁ ଏକା ଥରକରେ

ପଠାଇ ଦେବୁ ଶ୍ମଶାନ ।।

 

କହେ ଉମାକାନ୍ତ ରଖ ଏ ଜଗତ

ବିଶ୍ବ ଏବେ ଚିନ୍ତା ମଗ୍ନ ,

ମାଡ଼ଇ କରୋନା ବିଭନ୍ନ ରୂପରେ

ଅସ୍ତବ୍ୟସ୍ତ ସର୍ଵ ଜନ ।।

ଲାଲାବାଗ ,ଖାନନଗର

ମଙ୍ଗଳ ପୁର ,ଯାଜପୁର

 

Related posts

ଗ୍ରାମପଞ୍ଚାୟତ ପରିସର ସାଜିଛି ଗାଈଗୋଠ ସଦୃଶ୍ୟ ପରିବେଶ ପ୍ରତି କାହାରି ନିଘା ନାହିଁ

Sunil Chandra Nayak

ପ୍ରାକ୍ତନ ଛାତ୍ରସଂସଦ ତରଫରୁ ଆଇନ ମହାବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ନୂତନ ମାଜିଷ୍ଟ୍ରେଟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!