ଲାଞ୍ଜିଗଡ଼,୧୯/୦୭(ମନିସ)-ଗତକାଲି ଥିଲା ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ନିର୍ବାଚନ ! ବିଜେପି ନେତ୍ରୁତ୍ବାଧୀନ ଏନଡିଏ ମେଣ୍ଟର ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ସହିତ ଭୋଟ ଦେଇଥିଲା ବିଜେଡି ! ପାର୍ଟି ବଦଳରେ ମାଟିର ଦାୟରେ ଦ୍ରୌପଦୀଙ୍କୁ ଭୋଟ ଦେଇଥିଲେ କଂଗ୍ରେସ କଟକ ସଦର ବିଧାୟକ ମହମ୍ମଦ ମୋକିମ୍ ! ଦ୍ରୌପଦୀଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଥିବାବେଳେ ଏହାକୁ ନେଇ ବିଜେଡି ବି ଖୁସି ଓ ବିଜେପି ମହଲ ବି ଖୁସି ! ତେବେ କଂଗ୍ରେସ ଦଳ ବିଧାୟକ ମୋକିମଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି ! ଓଡ଼ିଶାର ପୂର୍ବାଞ୍ଚଳରେ ବିଜେଡି ବିଜେପି ଖୁସି ମନାଉଥିବା ପଶ୍ଚିମାଞ୍ଚଳରେ କିନ୍ତୁ ବିଜେଡି ଓ ବିଜେପିଙ୍କୁ ଜୋରଦାର ଝଟକା ଦେଇଛି କଂଗ୍ରେସ ! ବରିଷ୍ଠ କଂଗ୍ରେେସ ନେତା ଭକ୍ତଚରଣ ଦାସଙ୍କ ନେତ୍ରୁତ୍ବରେ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିବାବେଳେ ଏଥିରେ ତିନିଶହରୁ ଉର୍ଦ୍ଧ୍ବ ବିଜେଡି ଓ ବିଜେପି ନେତା ଓ କର୍ମୀ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି ! ତେବେ ଦଳ ଛାଡ଼ିଥିବା ନେତା ଓ କର୍ମୀ ବିଜେଡି ଓ ବିଜେପି ବିରୁଦ୍ଧରେ ବିଷ ଓଗାଳିଥିବା ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ଗ୍ରାମପଞ୍ଚାୟତର ଜଣେ ବିଜେଡି ନେତା ମଧୁସୂଦନ ଦଣ୍ଡସେନାଙ୍କ ମିଡିଆ ବାଇଟ୍ ବିଜେଡିର ଅସଲ ମୁଖା ଖୋଲିଦେଇଛି ! ତାଙ୍କ ବକ୍ତବ୍ୟ ଅନୁସାରେ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ତ୍ରୁଣମୂଣ ସ୍ତରର କୌଣସି କର୍ମୀଙ୍କୁ ପଚାରନ୍ତି ନାହିଁ ! ସେମାନଙ୍କ ସମସ୍ୟା ଶୁଣନ୍ତି ନାହିଁ ! ତାଙ୍କ ନିର୍ବାଚିତ ହେବା ସମୟରେ ହିଁ ତାଙ୍କ ପଞ୍ଚାୟତ ସମେତ ଅଞ୍ଚଳର ବିକାଶ ଧିମେଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ! ସେହିପରି ଯାହା ବି ଉନ୍ନତି ବଳଭଦ୍ର ମାଝୀ ବିଧାୟକ ଥିଲାବେଳେ ହୋଇଥିଲା, ଏ ବିଧାୟକ କୌଣସି କାମକୁ ନୁହଁ ଢଙ୍ଗରେ ସେ ବର୍ଷିଛନ୍ତି ! ସୂଚନାଯୋଗ୍ୟ, ଥୁଆମୂଳରାମପୁରରେ ସହକାରୀ ଯନ୍ତ୍ରୀଙ୍କୁ ଥଇଥାନ କରିବାକୁ ଚିଠି ଲେଖି ସାରା ଜିଲ୍ଲାରେ ସମାଲୋଚନାର ଶରବ୍ୟ ସାଜିଥିବା ବିଧାୟକ ଶ୍ରୀ ଦିଶାରି ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ମଧ୍ୟ ନିଜର ପତିଆରା ହରାଇବାରେ ଲାଗିଛନ୍ତି ! ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ! ସତକୁ ସତ ହାତଗଣତି କୁଜିନେତା ଓ ଠିକାଦାରଙ୍କ ଦ୍ବାରା ପରିଚାଳିତ ହୋଇ ବିଧାୟକ ମହାଶୟ ନିଜର ସାମ୍ବିଧାନିକ ଦାୟିତ୍ବ ଭୁଲିଯାଉଥିବାବେଳେ ବିରୋଧୀ ଏହାର ସୁଯୋଗ ନେଉଛନ୍ତି ! ଦୁର୍ନୀତିଗ୍ରସ୍ତମାନଙ୍କୁ କୋଳେଇ ନେଇ ବିଧାୟକ ମହାଶୟ ପାଖରେ ରଖୁଥିବାରୁ ଏପରି ଭାବେ ଜଣକ ପରେ ତାଙ୍କଠାରୁ ଦୂରେଇଯିବା ସହ ଦଳ ଛାଡ଼ୁଛନ୍ତି ! ଯାହା ଫଳରେ ଜଣେ ନିର୍ବିବାଦୀୟ ବ୍ୟକ୍ତି ହୋଇଥିବା ସତ୍ତ୍ବେ ତାଙ୍କୁ ବଦନାମ କରିବାରେ କୁଚକ୍ରୀ ଗୋଷ୍ଠୀ ସଫଳ ହେଇଯାଉଛନ୍ତି ! ତେବେ ଆଜି ଦଳ ଛାଡ଼ିଥିବା ମଧୁସୂଦନଙ୍କ ଭଳି ଅନ୍ୟମାନେ ବି ଏପରି ମନକଥା ମନରେ ଚାପି ରଖିଛନ୍ତି ଆଉ ଦଳ ଛାଡ଼ି ଦେଲେ, କହୁଛନ୍ତି ମରମ କଥା !
next post