ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଉଦଯାପିତ ହେଲା ବ୍ଲକ ସ୍ତରୀୟ ରଜ ମହୋତ୍ସବ

ବାଲେଶ୍ବର,୧୭/୬/୨୨- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସୁନ୍ଦରପୁର ପଡିଆରେ ୪ଦିନ ଧରି ଅନୁଷ୍ଠିତ ହୋଇଥିବା ରଜ ମହୋତ୍ସବ ତା ୧୬/୬/୨୨ ରିଖରେ ଶେଷ ହୋଇଛି । ଏହି ଅବସରରେ ରଜ ମହୋତ୍ସବ କମିଟିର ସଭାପତି ପ୍ରଫେସର ସୁରେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଥିଲେ ଭଗବାନ ବେହେରା । ସେହିପରି ସମ୍ମାନିତ ଅତିଥି ଭାବେ ରଜ କମିଟିର ଉପଦେଷ୍ଟା ସୁରେନ୍ଦ୍ର ପ୍ରସାଦ ସାହୁ, ପଣ୍ଡିତ କରୁଣାକର ପାଣି, ସୌଭାଗ୍ୟ କୁମାର ସାହୁ, ଡାକ୍ତର ହରେକୃଷ୍ଣ ରାଉତ, ସମ୍ମାନିତ ବକ୍ତା ଭାବେ ଗୋପାଳପୁର ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଫେସର ଅଭୟ କୁମାର ମହାନ୍ତି ଏବଂ ରଜ କମିଟିର ଉପଦେଷ୍ଟା ବୁଦ୍ଧିରାମ ପାଣିଗ୍ରାହୀ ଯୋଗଦେଇ ରଜ ମହୋତ୍ସବର ତାତ୍ପର୍ଯ୍ୟ ବିଷୟରେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ । ଯାତ୍ରା କମେଡିଆନ ନରହରି ପଣ୍ଡା ଓରଫ ଡାଙ୍ଗ ଓ ଯାତ୍ରା ଖଳନାୟକ ଦୈତାରି ପଣ୍ଡା ମଞ୍ଚାସୀନ ହୋଇଥିଲେ । ରଜରାଣୀ ପ୍ରତିଯୋଗିତାରେ ସିନିୟର ବିଭାଗର ରଜରାଣୀ ପ୍ରିୟଙ୍କା ପ୍ରିୟଦର୍ଶନୀ ହାତୀ ହୋଇଥିବା ବେଳେ ବିନ୍ଦୁଶ୍ରୀ ନାୟକ ପ୍ରଥମ, ଅମ୍ରିତା ସ ଦ୍ବିତୀୟ ଓ ସୋଫିଆ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଜୁନିୟର ବିଭାଗର ରଜରାଣୀ ମାନ୍ଯତା ମଣ୍ଡଳ ହୋଇଥିବା ବେଳେ ପ୍ରତିମା ହାତୀ ପ୍ରଥମ, ପ୍ରଜ୍ଞାସିନୀ ନାୟକ ଦ୍ବିତୀୟ ଓ ଅଞ୍ଜଳୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମଞ୍ଚାସୀନ ଅତିଥି ମାନେ କୃତି ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ, ଟ୍ରଫି ପ୍ରଦାନ କରିଥିଲେ । ଉଭୟ ବିଭାଗର ରଜରାଣୀ ଦ୍ବୟଙ୍କୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କିଥିଲେ ଶ୍ରୀମନ୍ଦିର ଲୁଗା ଦୋକାନର ପ୍ରୋପାଇଟର ପପୁ । ସମସ୍ତ ଟ୍ରଫି ଗୁଡିକ ପ୍ରଦାନ କରିଥିଲେ ଭୁବନେଶ୍ୱରର ପରିଚୟ ମସଲା କମ୍ପାନୀର ମେନେଜିଙ୍ଗ୍ ଡାଇରେକ୍ଟର ମାନସ ମଲ୍ଲିକ । ଶେଷରେ ପରିବେଷଣ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଅଞ୍ଚଳବାସୀ ଅଞ୍ଚଳ ଖୁବ୍ ଆନନ୍ଦିତ ହୋଇଥିଲେ । ବିମଳେନ୍ଦୁ ଜେନା, ପ୍ରଶାନ୍ତ କୁମାର ଦାସ, ବିମନ ବାରିକ, ଚନ୍ଦ୍ରକାନ୍ତ କୁଅଁର, ପ୍ରହଲ୍ଲାଦ ରାୟ, ବସନ୍ତ ପାଢୀ, ଜୟନ୍ତ ବେହେରା, କରୁଣାକର ପାଣି, ଶଶୀକାନ୍ତ ଦାସ, ସୁଲୋଚନା ଭୋଳ, ନୃସିଂହ ପାଣି, ପ୍ରଭାତ ନାୟକ, ବିରଞ୍ଚି ନାରାୟଣ ପଣ୍ଡା, ଲକ୍ଷ୍ମୀଧର ବେହେରା ଓ ସୁରେନ୍ଦ୍ର ସାହୁ ଓ ସୁକାନ୍ତ ଜେନା ପ୍ରମୁଖ କମିଟିର ସମସ୍ତ ସଦସ୍ୟ/ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଦୀର୍ଘ ୪ ଦିନ ବ୍ଯପୀ ଅନୁଷ୍ଠିତ କାର୍ଯ୍ୟକ୍ରମ କିପରି ଶାନ୍ତି ଶୃଙ୍ଖଳାର ଶେଷ ହେବ ସେଥିପାଇଁ ଗ୍ରାମରେ ଥିବା ମା’ ତାରିଣୀ ୟୁଥ୍ କ୍ଲବର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ମହୋତ୍ସବ କମିଟିକୁ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ମଧୁର କଳ୍ପନା

Sunil Chandra Nayak

ରାସନ ଲାଗି କଡ଼ାକଡି ହେଲା ସରକାରୀ ନିୟମ

ପାରଳାଖେମୁଣ୍ଡି ଏସିଏଫଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ

Leave a Comment

error: Content is protected !!