ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂଘମିତ୍ରା ହେଲେ ଗରିମା ରାଜକୁମାରୀ ଓ ତନୁଶ୍ରୀ ପ୍ରଥମ ରନର୍ସ ଅପ୍

ଗରିମା ପାଳିଲା ରଜ ମହୋତ୍ସବ ୨୦୨୨ ଓ ଗରିମା ରାଜକୁମାରୀ

ରାଉରକେଲା/ ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗରିମା ରାଜକୁମାରୀ ୨୦୨୨ ମହା ଆନନ୍ଦ ଉଲ୍ଲାସରେ ସେକ୍ଟର ୨ ସେହେନାଇ ମଣ୍ଡପଠାରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନା ଙ୍କ ଆବାହକତ୍ବ ତଥା ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସିନେ ଅଭିନେତା ପୁପିନ୍ଦର ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ଉଷା ଅଗ୍ରୱାଲ, ବୈଶାଳୀ କେଡିଆ,ପିକେ,କମଲ ଅଗ୍ରୱାଲ,ଶୁଭ ପଟ୍ଟନାୟକ,ସଂଜୀବ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ଅତିଥି ପୁପିନ୍ଦର ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଅନୁଷ୍ଠାନର ଏହି ଅନନ୍ୟ ପ୍ରୟାସ ଗରିମାମୟ କରିଛି ବୋଲି ମତ ରଖିଥିଲେ। ଅନ୍ୟ ସମ୍ମାନିତ ଅତିଥିଗଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ରଜ ମହୋତ୍ସବ ଓ ଓଡିଶାର ସଂସ୍କୃତି ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ହସ୍ତାକ୍ଷର, ପୋଡପିଠା,ନୃତ୍ୟ, ସଂଗୀତ ରେ କୃତକାର୍ଯ୍ଯ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଗରିମା ରାଜକୁମାରୀ ପ୍ରତିଯୋଗିତାରେ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରୁ ଗରିମା ରାଜକୁମାରୀ ଭାବେ ସଂଘମିତ୍ରା ମହାପାତ୍ର ବିଜୟୀ ହୋଇଥିବା ବେଳେ ପ୍ରଥମ ରନର୍ସ ଅପ ଭାବେ ତନୁଶ୍ରୀ ସ୍ବାଇଁ ହୋଇଥିଲେ।ଲୋପମୁଦ୍ରା ଖଣ୍ଡୁଆଳ, ଅଭିଷେକା ଲେଙ୍କା ଓ ଅମ୍ବିକା ସାହୁ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ତନୁଶ୍ରୀ ସ୍ବାଇଁ ପ୍ରଥମ ହୋଇଥିଲେ। ଏହି ସବୁ ପ୍ରତିଯୋଗିତା ରେ ବିଚାରକ ଭାବେ ସୁସ୍ମିତା ମହାପାତ୍ର,ରଶ୍ମିରେଖା ଧଳ,ମୌସୁମୀ ଆଚାର୍ଯ୍ୟ, ସୁଦେଷ୍ଣା ରାଉତ ଓ ହସ୍ତାକ୍ଷର ରେ କୁଞ୍ଜବିହାରୀ ରାଉତ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ଏହି କାର୍ଯ୍ୟକ୍ରମ ରେ ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସାଗର ରିଦିମ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଉପଦେଷ୍ଟା ସର୍ବଶ୍ରୀ ରଶ୍ମିତ ସାହାଣୀ,ମମତା ନାୟକ,ସିଲି ମହାନ୍ତି,ଡଃ ସରିତା ମଲ୍ଲ, ଶର୍ମିଲା ରାଜଗୁରୁ,ଶାନ୍ତିଲତା ବାରିକ, ରେବତୀ ବାରିକ,ପ୍ରଣତୀ ଜେନା, ମୋନାଲିସା ଗୌଡ,ଶଙ୍ଖରିନା ପ୍ରଧାନ, ସନ୍ତୋଷୀ ମଲ୍ଲିକ,ଦୀପିକା ଦେ,ମମତା ଦାସ,ସସ୍ମିତା ଜେନା ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ସଂପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ସରପଞ୍ଚ, ସମାଜ ସେବୀ ସହ ଡାକ୍ତରୀ ଦଳ ମେଲକୁନ୍ଦେଲ, ପିଣ୍ତାପଦର ଗ୍ରାମକୁ ଗ୍ରସ୍ତରେ

Sunil Chandra Nayak

ବିରିକୋଟ ଗ୍ରାମରେ ମାଁ ଡୋକରୀ ଦେବୀ ଙ୍କ ଦଶହରା ପର୍ବ

Sunil Chandra Nayak

ଲାହାଡି ବୁଢ଼ା ନଦୀ ପୋଲ ନର୍ମାଣକ୍ୟାମ୍ପ୍ ରେ ଅଘଟଣ: କରେଣ୍ଟ ଲାଗି ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!