ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାଳେଣି କାଠ ଆଣିବାକୁ ଯାଇ ବଳଦ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଳନ୍ଧରଙ୍କ ମୃତ୍ୟୁ 

ରୁପ୍ରା, (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ କର୍ମେଗାଁ ପଞ୍ଚାୟତ ଅଧିନ ଖମ୍ବପଡା ଗ୍ରାମର ସିମାଞ୍ଚଳ ମାଝୀ ଓ ଅଞ୍ଜନା ମାଝୀଙ୍କ ଏକମାତ୍ର ପୁଅ ଜଳନ୍ଧର ମାଝୀ ୫୦ ବର୍ଷ ନିଜର ଦୁଇ ନାବାଳକ ପୁଅ ଚମ୍ପକ ଓ ଜୟନ୍ତଙ୍କୁ ସାଙ୍ଗରେ ଧରି ପଡୋଶୀଙ୍କ ବଳଦ ମାଗି ଜାଳେଣୀ କାଠ ଆଣିବାକୁ ନିକଟସ୍ଥ ଏକ ପଡିଆକୁ ବୁଧବାର ସକାଳେ ଯାଇଥିଲେ। ତେବେ ଜାଳେଣୀ କାଠ ଆଣିବା ସମୟରେ ସେ ନେଇଥିବା ବଳଦ ଜଳନ୍ଧରଙ୍କୁ ଶିଙ୍ଗରେ ଆକ୍ରମଣ କରିବାରୁ ଡାହାଣ ପଟ କାଖତଳ କଟିଯିବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିବା ଜଣାପଡିଛି। ଫଳରେ ପରିବାର ଲୋକେ ଚିକିତ୍ସା ନିମନ୍ତେ କେସିଙ୍ଗାର ଏକ ଘରୋଇ ହସ୍ପିଟାଲରେ ଜଳନ୍ଧରଙ୍କୁ ଭର୍ତ୍ତି କରିଥିଲେ, ମାତ୍ର ଅଧିକ ଚିକିତ୍ସା ନିମନ୍ତେ ପରିବାରର ସମ୍ବଳ ନଥିବାରୁ ଜଳନ୍ଧରଙ୍କୁ ଘରକୁ ନେଇଯାଇଥିଲେ। ଗୁରୁବାର ରାତିରେ ଜଳନ୍ଧରଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହି ଘଟଣା ଜଣାପଡିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ମଶାଣୀରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ବଡପୁଅ ଚମ୍ପକ ମୂଖାଗ୍ନି ଦେଇଥିଲେ। ତାଙ୍କ ପଛରେ ବାପା ଓ ମା’ , ପତ୍ନୀ ପ୍ରତିମା ତଥା ଚାରି ନାବାଳକ ପୁଅ ଝିଅ ଅଷ୍ଟମୀ, ଚମ୍ପକ, ଜନନୀ ଓ ଜୟନ୍ତଙ୍କୁ ଛାଡି ଯାଇଥିବା ବେଳେ ବର୍ତ୍ତମାନ ଉକ୍ତ ପରିବାର ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି। ତାଙ୍କର କୌଣସି ଜମିବାଡି ନଥିବା ବେଳେ ସରକାରୀ ସହାୟତା କହିଲେ ପଞ୍ଚାୟତରୁ ପାଉଥିବା ଚାଉଳ ବ୍ୟତିତ ସେ ଆବାସ ଯୋଜନାରେ ଘର ମଧ୍ୟ ପାଇନଥିବାରୁ ଝାଟିମାଟି ଛପର ଘରେ ତାଙ୍କ ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି, ଏଣୁ ସରକାରୀ ସହାୟତା ଓ ତାଙ୍କ ବିଧବା ପତ୍ନୀଙ୍କୁ ଶିଘ୍ର ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା କବି କଲମର ବଳ

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ପବିତ୍ର ରଥଯାତ୍ରା

ଶ୍ରୀ ଅରବିନ୍ଦ ଯୋଗମନ୍ଦିର ଆନୁକୂଲ୍ୟରେ “ଶିକ୍ଷା କ୍ଷେତ୍ରରେ ବିବର୍ତ୍ତନ, ଜାତୀୟ ଶିକ୍ଷାନୀତି ଓ ଶ୍ରୀ ଅରବିନ୍ଦ” ଶୀର୍ଷକ ମଣ୍ଡଳ ସ୍ତରୀୟ ସମ୍ପlନ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!