ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – କଳିଙ୍ଗ କଳା ପରିଷଦ ତରଫରୁ ନାଟକ ‘ହାଇୱେ କୀଳା’ ମଞ୍ଚସ୍ଥ

ରାଉରକେଲା/ ରାଉରକେଲା ଅଗ୍ରଣୀ ନାଟ୍ଯାନୁଷ୍ଠାନ କଳିଙ୍ଗ କଳା ପରିଷଦର ମନୋରଞ୍ଜନ ଧର୍ମୀ ନାଟକ ହାଇୱେ କୀଳା ପରିଷଦର ମୁକ୍ତ ମଂଚରେ ମଞ୍ଚସ୍ଥ ହୋଇଯାଇଛି। ଉମାକାନ୍ତ ବିଶୋଇଙ୍କ ପରିକଳ୍ପିତ ନାଟ୍ଯକାର ପ୍ରାଧ୍ୟାପକ ଡଃ ସଂଜୟ ହାତୀଙ୍କ ରଚିତ ତଥା ଉମାଶଙ୍କର ପଣ୍ଡା ନିର୍ଦ୍ଦେଶିତ ଏହି ନାଟକକୁ ବହୁ ଦର୍ଶକ ଉପଭୋଗ କରିଥିଲେ। ନେଟୱାର୍କ ବ୍ୟବସାୟ ଆଳରେ ଲୋକଙ୍କୁ ଠକିବା ଯେମିତି ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ସଂପ୍ରତି ଆମ ସମାଜରେ ଉଚ୍ଚ ଶିକ୍ଷିତ ଯୁବ ସମାଜ ବିଶେଷ ଭାବରେ ଏହାଦ୍ବାରା ପ୍ରଭାବିତ ଓ ଆକ୍ରାନ୍ତ। ଅଳ୍ପ ଅର୍ଥ ବିନିଯୋଗ କରି ରାତାରାତି କିପରି ବଡଲୋକ ହୋଇଯିବେ ଏ ପ୍ରକାର ମାନସିକତା ସେମାନଙ୍କୁ ଅନେକାଂଶରେ ବିପଥଗାମୀ କରିବାରେ ଲାଗିଛି। ଏହି ଭଳି ବାର୍ତ୍ତା ଦେଇଥିବା ନାଟକରେ ସର୍ବଶ୍ରୀ ଉମାକାନ୍ତ ବିଶୋଇ,ବିଶ୍ବଜିତା ମହାପାତ୍ର, ନିର୍ଲିପ୍ତ ପଣ୍ଡା,କ୍ରିଷ୍ଣା ନାୟକ, ସୌମ୍ୟରଂଜନ ଜେନା,ଆଶିଷ ଦାସ, ଗୋକୁଳାନନ୍ଦ ଜେନା,ସ୍ବପ୍ନା ଦାସ ଓ କୁମାର ଦେବ ପ୍ରମୁଖ ଚମତ୍କାର ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ତଥା ଅଭିନେତା ଓ ନିର୍ଦ୍ଦେଶକ ପିତାମ୍ବର ପୁହାଣ ପରିଷଦର ସଭାପତି ତଥା ଆରଏସପିର ପ୍ରୋଜେକ୍ଟ ନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ,ଏକତ୍ର ର ଅଧ୍ୟକ୍ଷ ପ୍ରଫେସର ଡଃ ସମର ମୁଦାଲି,ପ୍ରଫେସର ଡଃ ସଞ୍ଜୟ ହାତୀ, ଏଲଆଇସିର ବରିଷ୍ଠ ଅଧିକାରୀ ନୃସିଂହ ଚରଣ ବିଶ୍ବାଳ ଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଭୁ ନାୟକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରାରମ୍ଭରେ ନଟରାଜ ନୃତ୍ୟ ପରିଷଦ ର ରଶ୍ମିତା ବେହେରାଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଦୀପିକା ଶାହା, ପ୍ରୟୋଜା ନାୟକ,ଅଙ୍କିତା ଅରଖ,ଭୂମିକା ନାୟକ,ଅଂଶିକା ଚୌଧୁରୀ,ବୈଭବି ସିଂହ,ଶ୍ବେତାରାଣୀ ସାମଲ ପ୍ରମୁଖ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଅର୍ଚ୍ଚନା ଶତପଥୀ,ଡଃ ଶକ୍ତିପ୍ରସାଦ ସାମନ୍ତରାୟ,ପ୍ରଶାନ୍ତ କୁମାର ପୁହାଣ,ଭାସ୍କର ପୁହାଣ,ଡାକ୍ତର କୃପାସିନ୍ଧୁ ନାୟକ,ଶ୍ୟାମସୁନ୍ଦର ପଟ୍ଟନାୟକ, ଅଭିରାମ ପ୍ରଧାନ,ହରିଶ ଚନ୍ଦ୍ର ମହାନ୍ତି, ଜୟନ୍ତ ମହାପାତ୍ର,ରଞ୍ଜୁଲତା ଅରଖ, କ୍ଷଣପ୍ରଭା ବିଶୋଇ, ରାଜୀବ ପାଣି, ନୀଳାମ୍ବର ପୁହାଣ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ପନିପରିବା ଦର ଆକାଶଛୁଆଁ ,ଟମାଟୋ କିଲୋ ୧୦୦, ବାଇଗଣ ୫୦

Sunil Chandra Nayak

ପୂଜା ବାଦି  ଙ୍କ କବିତା ମାୟା ମରୀଚିକା 

Sunil Chandra Nayak

ରୋଜାଲିନ ବେହେରା ଙ୍କ ଗଲ୍ପ ମୌନ ଯେବେ ମୁଖରିତ ହୁଏ

Sunil Chandra Nayak

Leave a Comment

error: Content is protected !!