ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଟିତଳେ ପ୍ରାଚୁର୍ଯ୍ୟର ଗନ୍ତାଘର,,, ସଂଲଗ୍ନ ଲୋକେ କାମ ନ ପାଇ ଦାଦନ,,

ଚିଲିଗୁଡା ,୧୯/୬ (ମ ନି ସ) ପ୍ରାଚୁର୍ଯ୍ୟମୟୀ, ରତ୍ନଗର୍ଭା କଳାହାଣ୍ଡିର ବିଭିନ୍ନ ସ୍ଥାନରେ ମାଟି ତଳେ ବ୍ୟାପକ ପରିମାଣରେ ମୂଲ୍ୟବାନ ରତ୍ନପଥର ଗଛିତ ଥିବା ଅନେକ ନଜିର ରହିଛି।ଜୁନାଗଡ଼ ବ୍ଲକର ଜିଲିଙ୍ଗଦର ର ମାଣିକ୍ୟ, ବଣ୍ଡୋଗୁଡା ଅଞ୍ଚଳର ନିଲମ ରତ୍ନପଥରର ଆନ୍ତର୍ଜାତିକ ବଜାରରେ ଢେର ଚାହିଦା ଥିବାରୁ ଏକଦା ଏହି ଅଞ୍ଚଳରେ ଆନ୍ତରାଜ୍ୟ ବ୍ୟବସାୟୀ ମାନେ ଡେରା ପକାଉଥିଲେ।ଜୁନାଗଡ଼ ବ୍ଲକର ଜିଲିଙ୍ଗଦର, ବଣ୍ଡୋଗୁଡା ସମେତ, ନିକଟସ୍ଥ ରାବଣ ପାହାଡ଼, କେନ୍ଦୁକୁପାଲି, ଲାଇନ ଡଙ୍ଗର, ତତସଂଲଗ୍ନ ସଦର ବ୍ଲକର ବାନ୍ଧନ ଡଙ୍ଗର,ମାକରଚୁଆଁ, କୁନକୁତା, ଓଲବାହିଲି ଅଞ୍ଚଳରେ ବ୍ୟାପକ ଭାବେ ନିଲମ(ସ୍ଥାନୀୟ ଭାଷାରେ କାକାନିଲି )ରତ୍ନପଥର ବହୁ ପରିମାଣରେ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥାନ୍ତି।ଜିଲିଙ୍ଗଦର ମାଣିକ୍ୟ ରତ୍ନପଥର ଖଣିକୁ ପ୍ରାୟ ତିରିଶ ବର୍ଷତଳେ ଯେମକୋ ନାମକ କମ୍ପାନୀ ଓଏମସି ଠାରୁ ଲିଜ ନେଇ ଖନନ କରୁଥିଲା।ଯାହାକି ଏବେ ବନ୍ଦ ରହିଛି।ସେହିଭଳି ବଣ୍ଡୋଗୁଡା ଗ୍ରାମର ନିଲମ ଖଣିକୁ ମଧ୍ୟ ଜୈନିକ ବ୍ୟବସାୟୀ ଲିଜ ନେଇ ଖନନ କରୁଥିଲେ, ଯାହାକି ଏବେ ବନ୍ଦ ରହିଛି।ଚୀର ଅନଗ୍ରସର, ପଛୁଆ, ଅଣଜଳସେଚିତ ଜୁନାଗଡ଼ ବ୍ଲକର ଦେଦର ଓ ଦୁଦେଲମାଲ ଓ ସଦର ବ୍ଲକର ଶଗଡା ପାଞ୍ଚୟତର ବିଭିନ୍ନ ଅଞ୍ଚଳରେ ରତ୍ନପଥର ଖଣିଗୁଡିକ ରହିଛି।ସଦର ବ୍ଲକର ଓଲବାହିଲି ଖଣିକୁ ଜୈନିକ ବ୍ୟକ୍ତି ଲିଜ ନେଇ ଆଗରୁ ଖଣି ଖନନ କରୁଥିଲେ।ସମ୍ପ୍ରତି ତାଙ୍କର ଲିଜ ଅବଧି ସାରି ଯାଇଥିଲେହେଁ, ସେ ଖନନ କାର୍ଯ୍ୟ ଜାରି ରଖିଥିବା ଶୁଣାଯାଉଛି।ଜଙ୍ଗଲ ପାହାଡ଼ ଭିତରେ ଅସୁରକ୍ଷିତ ଭାବେ ବେଆଇନ ଖଣି ଖୋଲିବା ସମୟରେ ଅନେକ ଜୀବନ ମାଟିତଳେ ପୋତିହୋଇ ପ୍ରାଣ ହରାଇଥିବା ନଜିର ରହିଛି।ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳ ମାନଙ୍କରେ ବେଆଇନ ଭାବେ ବିପଦସଂକୁଳ ଅବସ୍ଥାରେ ରତ୍ନପଥର ଖଣି ଖୋଲାଯାଉଥିବା ଶୁଣାଯାଉଛି ପ୍ରାଚୁର୍ଯ୍ୟର ଗନ୍ତାଘରେ ମାଟିତଳେ କୋଟିକୋଟି ଟଙ୍କାର ରତ୍ନପଥର ଗଚ୍ଛିତ ଥିବା ବେଳେ ସମ୍ପୃକ୍ତ ଅଞ୍ଚଳର ଲୋକେ କାମ ନ ପାଇ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି।ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ପ୍ରଶାସନିକ ଉଦାସୀନତା ଯୋଗୁଁ ଅଞ୍ଚଳର ବିକାଶ ହେଇପାରୁନାହିଁ।ବୈଷୟିକ ଜ୍ଞାନ କୌଶଳ ର ସୁ ବିନିଯୋଗ କରାଯାଇ ଉପଯୁକ୍ତ ରତ୍ନପଥର ଖଣି ଚିହ୍ନଟ ଓ ପ୍ରକ୍ରିୟାକରଣ କରି ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା କରାଗଲେ ଅଞ୍ଚଳର ଲୋକେ ଉପକୃତ ହୁଅନ୍ତେ।କେନ୍ଦ୍ର ଓ ରାଜ୍ୟସରକାର ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ହେଉଛି।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ ।

Related posts

ପୁରୁଣାକଟକରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

Sunil Chandra Nayak

ପର୍ଯ୍ୟଟନ ଋତୁର ସ୍ପର୍ଶ ରେ ଚଳଚଂଚଳ ଡଗରା ବେଳା ଭୂମି

Sunil Chandra Nayak

ରାଉରକେଲା – ଗୋପବନ୍ଧୁପାଲୀ ରେ କପଡା ବଣ୍ଟନ କାର୍ଯ୍ୟକ୍ରମ

Leave a Comment

error: Content is protected !!