କୋକସରା,୧୪/୭- (ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜନସଂଖ୍ୟା ସ୍ଥିରତା ସଚେତନତା ରଥକୁ ଡାକ୍ତରଖାନା ପରିସରରେ ସବୁଜ ପତାକା ଦେଖାଇ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଉଦଘାଟନ କରିଥିଲେ । ଏହି ସଚେତନତା ରଥ କୋକସରା ବ୍ଲକର ୨୨ ପଞ୍ଚାୟତ ପରିଭ୍ରମଣ କରି ଜନସଂଖ୍ୟା ନିୟନ୍ତ୍ରଣ ଓ ପରିବାର ନିୟୋଜନ ପଦ୍ଧତି ସମ୍ବନ୍ଧରେ ସଚେତନ କରିବା ଲକ୍ଷ୍ୟରେ ବାହାରିଛି।ଏହି ଅବସରରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ ମାନସ ରଞ୍ଜନ ସ୍ୱାଇଁ, ହିସାବ ରକ୍ଷକ କିରଣ ପାଣିଗ୍ରାହୀ, ବିଡିଏମ ଇଜାକ ଅହମଦ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମି ଓ ଡାକ୍ତରଖାନା ର କର୍ମଚାରୀ ଉପସ୍ଥିତ ରହିଥିଲେ।
next post