ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଳବୈଶାଖୀ ପ୍ରଭାବରେ ଗହିରା ସ୍କୁଲ ଛାତ ଉଠିଲା,ଦୁଇ ଛାତ୍ର ଆହତ

ମୟୂରଭଞ୍ଜ- ୧୮/୬/୨୩ (ମସିହା) କାଳ ବୈଶାଖୀ ଯୋଗୁଁ ମୟୂରଭଂଜ ଜିଲ୍ଲାର ଜାମଦା ବ୍ଲକରେ ଗହିରା ବିଦ୍ୟାଳୟର ଆଜବେଷ୍ଟସ ଛାତ ଭାଙ୍ଗି ଉଡ଼ି ଯାଇଥିଲା । ବିଦ୍ୟାଳୟରେ ପଢୁଥିବା ୧୪ ଛାତ ମଧ୍ୟରୁ ୨ ଛାତ୍ର ଆହତ ହୋଇଥିଲେ । ସେମାନଙ୍କୁ ଶିକ୍ଷକ ଆନନ୍ଦ ସାହୁ ଜାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ । ଆହତ ଦୁଇ ଜଣ ହେଲେ ୪ର୍ଥ ଶ୍ରେଣୀର ନାରାୟନ ଟୁଡୁ ଏବଂ ୩ୟ ଶ୍ରେଣୀର ପ୍ରିୟାନୀ ରାଉତ ।ଖବର ପାଇ ଜାମଦା ବିଡ଼ିଓ ରୂପେଶ ନାଏକ,ବ୍ଲକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ, ସିଦ୍ଧିଲାଲ ହେମ୍ରମ,ଶ୍ଯାମ ଦାସ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିବା ସହ ଶିଘ୍ର ମରାମତି କରାଯିବ ବୋଲି କହିଥିଲେ ।

ମୟୂରଭଞ୍ଜରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଵହଳଦା ବନ୍ୟାଞ୍ଚଳ ଆନୁକୁଲ୍ୟରେ କୁଦରସାହି ଠାରେ ୬୮’ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

Sunil Chandra Nayak

ଉମରକୋଟ୍ ୟୁ ଭି ୫୨ ବଙ୍ଗିୟ ଗ୍ରାମରେ ମା କାଳି ପୁଜା ମହା ଆଡମ୍ବରରେ ପାଳିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗୁରୁଙ୍କୁ ବସାଇ ଆସନେ

Sunil Chandra Nayak

Leave a Comment

error: Content is protected !!