ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲି ଚୋରା ଚଲାଣ ଅଭିଯୋଗ, ରାଜସ୍ବ ବିଭାଗ ପକ୍ଷରୁ ଏକ ଲକ୍ଷ ଟଙ୍କା ଫାଇନ

ନୂଆପଡା ଜିଲ୍ଲା ଖଡିଆଲ ବ୍ଲକ ରିଷଗାଁ ନଦୀ ଘାଟ ଠାରେ ବାଲି ଚୋରା ଚାଲାଣ ଅଭିଯୋଗ ହେଇଥିବା ବେଳେ ଖଡ଼ିଆଳ ତହସିଲ ବିଭାଗ ପକ୍ଷରୁ ଦୁଇ ଗୋଟି ହାୱାଇବା ଠାରୁ ଫାଇନ କରି ଏକ ଲକ୍ଷଟଙ୍କା ଆଦାୟ କରିଛନ୍ତି। ଏହି ବାଲି ଖଡ଼ିଆଳ ସହର ମଧ୍ୟରେ ନିର୍ମାଣ ହେଉଥିବା ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ପାଇଁ ଆସୁଥିଲା। କିନ୍ତୁ ଯେଉଁ ସ୍ଥାନ ରୁ ବାଲୀ ଆଣିବାକୁ ସ୍ବୀକୃତି ମିଳି ଅଛି ସେହି ସ୍ଥାନ ରୁ ବାଲି ଉଠାଣ ନ କରି ଅନ୍ୟତ୍ର ସ୍ଥାନରୁ ବାଲି ଉଠାଉ ଥିବା ଜଣାପଡିଅଛି। ଚାନ୍ଦଗିରି ଠାରୁ ବାଲି ଉଠାଣ ପାଇଁ ସ୍ବୀକୃତି ଥିବା ବେଳେ ରିଷଗାଁ ନଦୀ ଘାଟ ରୁ ବାଳି ଉଠାଉଥିଲେ।ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ ଏହା ନେଇ ସୂଚନା ଦେଇଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ଼ରେ ସଡ଼କ ସୁରକ୍ଷା “ରକ୍ଷକ” ତାଲିମ୍ କାର୍ଯ୍ୟକ୍ରମ

Sunil Chandra Nayak

ଗାଳ୍ପିକ ଦେବାଶିଷ ମିଶ୍ର ଙ୍କ ଅନ୍ତର୍ଦାହ

ଗଣମାଧ୍ୟମ ଗଣତନ୍ତ୍ରର ବଳ: ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ

Sunil Chandra Nayak

Leave a Comment

error: Content is protected !!