ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସମ୍ଭାବନା

ସମ୍ଭାବନା

 

ନଳିନୀ ପ୍ରଭା ମିଶ୍ର

 

ତୁମେ ! ଆସ ମୋର ଜୀବନ

    ମରୁରେ ବାରି ଧାରା ଟିଏ ହୋଇ

ଚାତକିନୀ ମୁଁ ଯେ ତୃଷ୍ଣା ମେଣ୍ଟାଇବି

   ସେଇ ବାରିଧାରା ପିଇ

ତୁମ! ଆଗମନେ ମୋ ଜୀବନ

  ପାଦପ ହେବ ନବ ପଲ୍ଲବିତ

କବିତା ମୁକୁଳେ ଭାବ ଚୂତ ଡାଳେ

   କୋଇଲି ଗାଇବ ଗୀତ।

ଜଳୁଥିବି ନିତି ପ୍ରତୀକ୍ଷା ଦୀପରେ

  ପ୍ରଣୟର ଶିଖା ହୋଇ।

ତୁମେ ଆସ———-।

ଅଳିଟିଏ ହୋଇ ଆସ ! ତୁମେ 

  ମୋର ଯୋୖବନ ଉପବନେ

ଯୁଗ ଯୁଗାନ୍ତ ର ଅବ୍ୟକ୍ତ ଭାବନା

  ବ୍ୟକ୍ତ କରିବାକୁ ମନେ

ଦରଦୀ ପ୍ରାଣ ମୋ ସାନ୍ତ୍ଵନା ଲଭିବ

  ତୁମରି ପରଶ ପାଇ

ତୁମେ ଆସ———-।

ଚ୍ଛିନ୍ନ ବୀଣାରେ ବେସୁରା ରାଗିଣୀ

  ସୁର ମୋ ଯାଇଛି ହଜି

ସାଥି ହରା ମୁଁ ଯେ ଏକାକୀ

  ବାଟୋଇ ପଥ ପାଏ ନାହିଁ ଖୋଜି

ଦୂର ସରସୀର ନୀଳ କ ଇଁ ହୋଇ

  ଚାହିଁ ଥିବି ତୁମ ପାଇଁ

ତୁମେ ଆସ———–।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଉଭୟ ପକ୍ଷରୁ ୨ ଟି ମାମଲା ରୁଜୁ

Sunil Chandra Nayak

ସାପ୍ତାହିକ ହାଟରେ ବିଜେପିର ସର୍ବତ ପାଣି ବଣ୍ଟନ

Sunil Chandra Nayak

କଳାହାଣ୍ଡିରେ ଦାଦନ ସମସ୍ୟା ଜଟିଳ ରୂପ ନେଉଛି , ପୁନର୍ବାର ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!