ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ବୟସ

ବୟସ

 

ବିଜୟ କୁମାର ଜେନା

 

ବୟସର ମାପ କାଠିରେ

 ମୁଁ ଜଣେ ବୃଦ୍ଧ

ବାଲ୍ୟ, କୈଶୋର, ଯୌବନ ଅତିକ୍ରମ କରି

ଏହି ବୟସରେ ଉପନୀତ ହୋଇଛି

ସଂସାରରେ ଜନ୍ମ ନେଇ ଏହାକୁ

 ସାମନା କରିବାକୁ ପଡିଛି

ନିତ୍ୟ ନୈମିତ୍ତିକ ଭାବେ

ସେଥିପାଇଁ ପ୍ରତି ବୟସର

ନିଜର ସ୍ୱତନ୍ତ୍ରତା ରହିଛି

ଷୋହଳ ବୟସ ପର୍ଯ୍ୟନ୍ତ

ପିତା ମାତା ଗୁରୁଜନ ଙ୍କ ନିୟନ୍ତ୍ରଣ

ରହିବା ବିଧି ରହିଛି

ତାପରେ ଆସେ କିଶୋର, ପରେ ପରେ ଯୌବନ, ଉଜାଡି ଯିବାର ବୟସ

 ବଡ ବିଷମ ସମୟ

ସତର୍କ ରହିବାକୁ ପଡିବ, ନଚେତ

ପ୍ରତି କ୍ଷଣ ବିପଦ ରହିଛି

ତାପରେ ଆସେ ବାର୍ଦ୍ଧକ୍ୟ

ଏଇ ସମୟରେ କିଏ କହେ ଜେଜେ

ଅବା କିଏ କହେ ଅଜା, ମଉସା

ଜଣେ ବ୍ୟକ୍ତି, ଭିନ୍ନ ଭିନ୍ନ ନାମରେ ନାମିତ

ସମାଜ କହେ ବରିଷ୍ଠ ନାଗରିକ

ବୟସ୍କ, ସମବେଦନା ଜଣାଇବା ପାଇଁ

      ପାତ୍ର, ବହୁ ଅନୁଭୁତି ସମ୍ପନ୍ନ

ଦିନେ ବୁଦ୍ଧଦେବଙ୍କ ମନରେ

ଏହି ଚାରୋଟି ଅବସ୍ଥା ଭାବାନ୍ତର ଆଣିଥିଲା

ସେ ସଂସାର ତ୍ୟାଗୀ ସନ୍ୟାସୀ ଜୀବନ

ଆରମ୍ଭ କରି ସିଦ୍ଧ ହୋଇଥିଲେ।

ସୁତରାଂ ପ୍ରତି ବୟସର ମାପରେ ମାପି

ହୋଇ ଜୀବନକୁ ରସମୟ କରିବା।

ସମୟ ସୁଅ ରେ ଓ ବୟସର ଗତିପଥରେ

ଆମେ ସମସ୍ତେ ନିଜସ୍ଵ ଶୈଳୀରେ

    ଜୀବନକୁ ସୁଖକର କରିବା।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ତ୍ରୟମାସିକ ସାହିତ୍ୟ ପତ୍ରିକା ରଶ୍ମିପ୍ରଭା ର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ

Sunil Chandra Nayak

ଜହ୍ନ ରାତି

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ଜୟ ଜଗନ୍ନାଥ ଜୟ

Sunil Chandra Nayak

Leave a Comment

error: Content is protected !!