ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ଏକତା ସମାଜ ପରିବର୍ତ୍ତନର ମୁଳଦୁଆ, କହିଲେ ମଞ୍ଚାସୀନ ଅତିଥି

ବାଲେଶ୍ବର,୨୦/୬/୨୨- ସମାଜ ପରିବର୍ତ୍ତନର ମୂଳଦୁଆ ହେଉଛି ସାମ୍ବାଦିକ ଏକତା । କିନ୍ତୁ ଏକତା ଅଭାବରୁ କାର୍ଯ୍ୟରତ ସାମ୍ବାଦିକ ମାନେ ଆଜିର ସମାଜରେ ବିଭିନ୍ନ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ସମାଜର କେତେକ ଲୁକ୍କାୟିତ ଘଟଣାବଳୀକୁ କଲମ ମୁନରେ ଲୋକଲୋଚନକୁ ଆଣିବାରେ ସକ୍ଷମ ହୋଇଥାଏ ସାମ୍ବାଦିକ । ଯେଉଁଥି ପାଇଁ ବେଳେବେଳେ ମାରାତ୍ମକ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଏ, କେବଳ ସାମ୍ବାଦିକ ଏକତା ଅଭାବରୁ । ଏହିଭଳି ସମସ୍ଯା ଭିତରେ ଗତିଶୀଳ ହୋଇ ସାମ୍ବାଦିକ ନିଜକୁ ଅସହାୟ ମଣୁଥିବାବେଳେ ବାଲେଶ୍ବର ଜିଲ୍ଳାର ଅଗ୍ରଣୀ ନିରପେକ୍ଷ ଖବରକାଗଜ ” ଅପରାହ୍ନ ” ସମସ୍ତ ସାମ୍ବାଦିକ ମାନଙ୍କ ସାହାସ ଓ ମୁହଁରେ ହସ ଫୁଟାଇବା ପାଇଁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ବାହାର୍ଦ୍ଦା ସ୍ଥିତ ଡାକ ବଙ୍ଗଳା ପରିସରରେ ସାମ୍ବାଦିକ ଏକତାମଞ୍ଚ ମାଧ୍ଯମରେ ସାମ୍ବାଦିକଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ଯକ୍ରମ ତା ୧୯/୬/୨୨ ରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନର ପ୍ରତିଷ୍ଠାତା ଲକ୍ଷ୍ମୀ ପ୍ରିୟା ଦାସଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଲକ୍ଷ୍ମୀ ନାରାୟଣ ମହାବିଦ୍ଯାଳୟର ପୂର୍ବତନ ଅଧ୍ଯାପକ ଶିକ୍ଷାବିତ ଏକାଧାରରେ ସାମ୍ବାଦିକ ଶୁସାନ୍ତ ଗିରି ଯୋଗଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ବିଷୟରେ ଆଲୋକ ପାତ କରିଥିଲେ । ଅପରାହ୍ନର ସମ୍ପାଦକ ବଂଶୀଧର ଯେନା ଯୋଗ ଦେଇ ବସ୍ତା, ଜଳେଶ୍ବର ଓ ବାଲିଆପାଳ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କର ନୈତିକତା ଏକତା ଓ ସମ୍ବାଦ ଲେଖିବାର ଶୈଳୀ ପାଠକ ମାନଙ୍କର ହୃଦୟ ସ୍ପର୍ଶ କରିବା ସହିତ ନିର୍ଭିକ ମନୋଭାବ ଏବଂ ସମସ୍ତ ସ୍ବାମ୍ବାଦିକ ଏକତା ସୂତାରେ ବାନ୍ଧି ହୋଇ ରହିଲେ ଯେତେ ଝଡଝଞ୍ଜା ଆସିଲେ ବି କେହି ଦୋହଲାଇ ପାରିବନାହିଁ ବୋଲି ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ଯକ୍ରମରେ ସାମ୍ବାଦିକ ରାମଚନ୍ଦ୍ର ଦେବ, ଦିଲ୍ଲୀପ କୁମାର ଦାସ, ସୁଶାନ୍ତ ପ୍ରଧାନ, ବିଜୟ କୁମାର ଭୂୟାଁ, ସଞ୍ଜୟ ସାମଲ, ଦିନବନ୍ଧୁ ପ୍ରଧାନ, ପବିତ୍ର ପଣ୍ତା, ସୁଷମାରାଣୀ ମହାନ୍ତି, ରବିନାରାୟଣ ଶତପଥୀ, ଉମାକାନ୍ତ ମହାନ୍ତି, ଶିରିଷ ମହାନ୍ତି, ରଞ୍ଜନ ବେହେରା, ଅଜିତ କୁମାର ସାହୁ, ଜଗତ କୁମାର ଗିରି, ମନୋରଞ୍ଜନ ପ୍ରଧାନ, ମାନସ ରଞ୍ଜନ ବେହେରା, ମଧୁସୁଦନ ପଣ୍ତିତ, ଚାନସେଲର ରାଉତ, ସୁଶୀଲ କୁମାର ଭକ୍ତା, ସେକ୍ ଜାଗିରିଉଦ୍ଦିନ, ଦେବାଶିଷ ସେଠୀ, ଏକେ. ମହମ୍ମଦ ଅଲ୍ଲୀ, ରାଧାଗୋବିନ୍ଦ ଦାସ, ବିଷ୍ଣୁ ପତି, ହରିଶଙ୍କର ପାଢୀ, ରାଧା ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ସମସ୍ତ ସାମ୍ବାଦିକ ଏକତ୍ର ହୋଇ ଏକତା ମଞ୍ଚକୁ ବଳବତ୍ତର କରିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ । ଶେଷରେ ସୁଶାନ୍ତ ପ୍ରଧାନଙ୍କ ଧନ୍ୟବାଦ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି

Sunil Chandra Nayak

ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ସଭା ଓ କର୍ମକର୍ତା ନିର୍ବାଚନ

Sunil Chandra Nayak

ମଦ ବିରୋଧ ଆନ୍ଦୋଳନ ଓ ଜନ ସଚେତନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!