ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର, ବେଲବାହାଳିରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ  ସମ୍ବର୍ଦ୍ଧନା

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆନନ୍ଦପୁର ଜନସାଧାରଣଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜି ସନ୍ଧ୍ୟାରେ ଶ୍ରୀମତୀ ମୁର୍ମୁ ନିଜ ବାସଭବନ ରାଇରଙ୍ଗପୁର ଠାରୁ ଭୁବନେଶ୍ଵର ଗସ୍ତ କରୁଥିବା ବେଳେ ଆନନ୍ଦପୁର କଚେରି ନିକଟରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଜେପି ପକ୍ଷରୁ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦ, ବରିଷ୍ଠ ନେତା ଭଗବାନ ସାହୁ, ମହେଶ୍ୱର ସାହୁ, ରାମଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର, ଆଲୋକ ସେଠୀ, କୈଳାସ ସାମଲ, ଅନାଦି ସାହୁ, ଟୁକୁନା ମହନ୍ତ, ନାରାୟଣ ବାରିକ୍ ପ୍ରମୁଖ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସେହିପରି ଆନନ୍ଦପୁର ଓକିଲ ସଂଘ ପକ୍ଷରୁ ସଭାପତି ଦୟାନିଧି ଦାଶଙ୍କ ନେତୃତ୍ୱରେ ବରିଷ୍ଟ ଆଇନଜୀବୀ ଲକ୍ଷ୍ମୀଧର ମିଶ୍ର, ମହେନ୍ଦ୍ର ମହାପାତ୍ର, ବାଇଧର ସେଠୀ, ଭାଗିରଥି ଦାସ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟପକ୍ଷରେ ବେଲବାହାଳି ଠାରେ ସ୍ଥାନୀୟ ସରପଞ୍ଚ ଦୀପ୍ତି ସାହୁ, ଯୁବନେତା ଯଜ୍ଞ ପ୍ରସାଦ, ହରିଡାପାଲ୍ ସରପଞ୍ଚ ସୁମନ୍ତ ମହାରଣା, ନାରୀନେତ୍ରୀ ସଂଜୁଲତା ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାକର ସାହୁ, ବୀର କିଶୋର ସାହୁ, ଅନିଲ ସାହୁ ପ୍ରମୁଖ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

ତୀର୍ଯ୍ୟକ୍

ଜିଏସଟି ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ରୁପ୍ରା ଠାରୁ ବାଲିପଡା ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ 

Sunil Chandra Nayak

ପାନୀୟ ଜଳ ସମସ୍ୟାକୁ ନେଇ ନଗରପାଳଙ୍କୁ ଦାବିପତ୍ର ପ୍ରଦାନ

Leave a Comment

error: Content is protected !!