ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଙ୍କୁ ଡେପୁଟେସନ ହେବା ଦ୍ଵାରା ଗ୍ରାମବାସୀଙ୍କ ଅସନ୍ତୋଷ

   ଡାବୁଗାଁ, ୨୧/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ପର୍ଶୁବେଢା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ତପନ କୁମାର ପରିଡା ଙ୍କୁ ତପୁଗୁଡା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ଯାହାଫଳରେ ଶୁକ୍ରବାର ସକାଳେ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି | ଶିକ୍ଷକ ଙ୍କ ଡେପୁଟେସନ ବାତିଲ କରିବା ଅଡି ବସିଛନ୍ତି | ସୂଚନାଯୋଗ୍ୟ:- ଉକ୍ତ ବିଦ୍ୟାଳୟରେ ୧ ମ ଶ୍ରେଣୀରୁ ୮ ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୭୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି | ୮ ଜଣ ଶିକ୍ଷକ ଙ୍କ ବଦଳରେ ୫ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି | ସେଥିରୁ ଜଣେ ପ୍ରଧାନଶିକ୍ଷକ ଯେକି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଆଉ ଜଣେ ଶିକ୍ଷକ ବିଏଲଓ କାର୍ଯ୍ୟରେ ନିୟୋଜିତ ରହିଛନ୍ତି | ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି | ଏଥିରୁ ଜଣେ ଶିକ୍ଷକ ଡେପୁଟେସନ ରେ ଗଲେ ୧୭୭ ପିଲାଙ୍କ ପାଠପଢା ଉପରେ ପ୍ରଭାବ ପଡିବା ନେଇ ଗ୍ରାମବାସୀ ଆଶଙ୍କା ପ୍ରକଟ କରି ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି | ଡେପୁଟେସନ ହୋଇଥିବା ଶିକ୍ଷକ ଙ୍କ ଆଦେଶନାମାକୁ ପରିବର୍ତ୍ତନ ନକରିବା ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ବିଦ୍ୟାଳୟ କମିଟି ସଭାପତି ଉଦରନ ଭତ୍ରା, ୱାର୍ଡ ସଭ୍ୟ ମାନସିଂ ଭତ୍ରା ଏବଂ ପୂର୍ବତନ ସରପଞ୍ଚ ରଇନୁ ଭତ୍ରା ପ୍ରମୁଖ କହିଛନ୍ତି | ଏନେଇ ଗ୍ରାମବାସୀ ସ୍ଥାନୀୟ ବିଧାୟକ, ଶିକ୍ଷା ବିଭାଗ ଅଧିକାରୀ ଙ୍କୁ ଘଟଣା ସମ୍ପର୍କରେ ଟେଲିଫୋନ ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ଅଧିକାରୀ ଅପରାହ୍ନ ୪ ଘ. ସୁଦ୍ଧା ବିଦ୍ୟାଳୟରେ ପହଞ୍ଚି ନଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଜେପି ପକ୍ଷରୁ କୋମନ ଥାନା ଘେରାଉ 

Sunil Chandra Nayak

ଦେଭୋଗ ସେବା ସମବାୟ ସମିତିର ନୂତନ ସଦସ୍ୟଙ୍କୁ ସମ୍ବନ୍ଧନା

Sunil Chandra Nayak

ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ ,କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!