ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୈତ୍ରୀ ଇନଫ୍ରାଷ୍ଟ୍ରୋର ପକ୍ଷରୁ ହଇଜା ପ୍ରଭାବିତ ଅଞ୍ଚଳରେ ରାସନ ସାମଗ୍ରୀ ବିତରଣ କାର୍ଯ୍ଯକ୍ରମ 

ଥୁଆମୂଳ ରାମପୁର:୨୪/୮- (ମନିସ):- ମୈତ୍ରୀ ଇନଫ୍ରାଷ୍ଟ୍ରୋର ପକ୍ଷରୁ ହଇଜା ପ୍ରଭାବିତ ଚିଙ୍ଗିଡିପାସ ଗ୍ରାମ ଠାରେ ରାସନ ସାମଗ୍ରୀ ବିତରଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ରାମପୁର ବ୍ଳକ ଗୋପୀନାଥପୁର ଗ୍ରାମପଞ୍ଚାୟତ ନିକଟସ୍ଥ ଚିଙ୍ଗିଡିପାସ ଗ୍ରାମରେ ଗତ ଜୁଲାଇ ମାସ ୧୧ ତାରିଖରେ ଝାଡାବାନ୍ତି ରୋଗ ବ୍ଯାପିବାରେ ଲାଗିଥିଲା। ଏଥିରେ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ହୋଇଥିଲେ। ଏହାକୁ ଟିକ୍ରିସ୍ଥିତ ମୈତ୍ରୀ ଉତ୍କଳ ଆଲୁମିନା ପ୍ରକଳ୍ପ ଓ ଥୁଆମୂଳ ରାମପୁର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗ୍ରାମରେ ପହଞ୍ଚି ରୋଗୀ ମାନଙ୍କୁ ଚିକିତ୍ସା ବ୍ଯବସ୍ଥା କରାଗଲା। ଏହାଫଳରେ ଚିଙ୍ଗିଡିପାସ ଗ୍ରାମରେ ଝାଡାବାନ୍ତି ରୋଗ ବ୍ଯାପିବାର ଅନ୍ତ ଘଟିଥିଲା। ପରବର୍ତ୍ତୀ ସମୟରେ ଏହାକୁ ଦୃଷ୍ଟିରେ ରଖି ମୈତ୍ରୀ ଇନଫ୍ରାଷ୍ଟ୍ରୋର ପକ୍ଷରୁ ୨୩ ତାରିଖ ଦିନ ଚିଙ୍ଗିଡିପାସ ଗ୍ରାମରେ ଝାଡାବାନ୍ତି ରୋଗରେ ପ୍ରଭାବିତ ପ୍ରତ୍ୟେକ ପରିବାର ଙ୍କୁ ଚାଉଳ, ଡାଲି, ତେଲ,ଲୁଣ ଭଳି ଶୁଖିଲା ଖାଦ୍ଯ ସାମଗ୍ରୀର ଏକ ବିତରଣ କାର୍ଯ୍ଯକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ଯକ୍ରମ ରେ ମୈତ୍ରୀ ର ପିଆରଓ ମୂଖ୍ଯ, ଶ୍ରୀ ନାଭି ନାୟକ, ଶ୍ରୀ ପୃଷ୍ଟି ଦୁରୀଆ, ବଳଭଦ୍ର ନାଏକ, ଶ୍ରୀ ବିନାୟକ ମିଶ୍ର, ଏମ୍ ଭେନୁ ଗୋପାଳ ରାଓ, ସେକ୍ରେଟାରୀ ସିଏଚ, ଶ୍ରୀ ଗୋବିନ୍ଦ ନାଏକ, ଶ୍ରୀ ସନ୍ତୋଷ ବିଶୋଇ, ଶ୍ରୀ ରମେଶ ନାଏକ, ଶ୍ରୀ କାନ୍ତାରୁ ମାଝୀ, ଶ୍ରୀ ବଳଦେବ ନାଏକ,ଶ୍ରୀ ଉପେନ୍ଦ୍ର ନାଏକ, ଶ୍ରୀ ବଂଶୀ ଧର ନାଏକ,ସ୍ଥାନୀୟ ଓ୍ବାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ରହି ରାସନ ଜିନିଷ ବିତରଣ କରିଥିଲେ। ରାୟଗଡା ଜିଲ୍ଲା ଟିକିରୀ ସ୍ଥିତ ମୈତ୍ରୀ ଓ ଉତ୍କଳ ଆଲୁମିନା କମ୍ପାନୀ ଏହି ଅଞ୍ଚଳର ଲୋକଙ୍କ ବିପଦ ସମୟରେ ଉପସ୍ଥିତ ରହି ବନ୍ଧୁ ଭାବରେ ସହାୟତା ର ହାତ ବଢାଇବାରେ ସକ୍ଷମ ହୋଇପାରିଛି। ଆଗକୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ମୈତ୍ରୀ ପକ୍ଷରୁ କୁହାଯାଇଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପ୍ରାବୃଟ

Sunil Chandra Nayak

ଡମ୍ବରୁଧର ବେହେରା ଙ୍କ କବିତା କବିତା:ଶଙ୍ଖା ସିନ୍ଦୂର

ମାଝୀଗୁଡା ରେ ରାହସ ପୂର୍ଣ୍ଣିମା ଉପଲକ୍ଷେ ଘୁମୁରା ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!