ରାଇଘର 04/12/22 ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ଥିବା ମୁଖ୍ୟ ବଜାର ରାସ୍ତା ରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେବାକୁ ଯାଉଛି ଯାହା ଫଳରେ ଗମନାଗମନ ରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା | ସୁଦୂର ଆନ୍ଧ୍ର ପ୍ରଦେଶ, କୋରାପୁଟ. ଜେୟପୁର ଓ ପାପଡାହାଣ୍ଡି ଠାରୁ ଆରମ୍ଭ କରି ରାଇଘର ରାଜ ପଥ ଦେଇ ଛତିଶଗଡ ଓ ମଧ୍ୟପ୍ରଦେଶ କୁ ଦିନକୁ ଦୁଇଶହ ରୁ ଉର୍ଦ୍ଧ ଛୋଟ ଓ ବଡ ଭାରି ଜାନ ଯାତାୟାତ କରୁଛି | ରାଇଘର ଠାରେ ରବିବାର ଦିନ ସାପ୍ତାହିକ ହାଟ ବସୁଥିବାରୁ ରାସ୍ତାର ଦୁଇପାର୍ଶ୍ୱ ରେ ଉଠାଦୋକାନୀ ମାନେ ଭିଡ ଜମାଉଥିବାରୁ ରାଜରାସ୍ତା ଟି ସଂକୁଚିତ ହୋଇଯାଉଛି ଯାହା ଫଳରେ ଟ୍ରକ ବସ ଓ ଦୁଇଚକିଆ ଗାଡି ଚଳାଚଳ ରେ ବହୁ ଅସୁବିଧା ହେଉଛି ଦିନକୁ ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ ହୋଇ ସାଧାରଣ ଜନତା ହଇରାଣ ହରକତ ହେଉଥିବାର ନଜରକୁ ଆସିଛି | ଏହିପରି ସବୁଦିନ ଛୋଟ ବଡ ଦୁର୍ଘଟଣା ମାନ ମଧ୍ୟ ଦେଖିବାକୁ ମିଳିଛି ପୋଲିସ ପ୍ରଶାସନ ତରଫରୁ କୌଣସି ସୁବିଧାଜନକ ପଦକ୍ଷପ ନିଆଯାଉନାହିଁ ରାଇଘର ଥାନାରେ ପନ୍ଦର ରୁ ଅଧିକ ହୋମ ଗାର୍ଡ ଓ ଅନ୍ୟାନ୍ୟ ଦଶରୁ ଅଧିକ କର୍ମଚାରୀ ଥିବାରୁ ଥାନା ଅଧିକାରୀ କର୍ମଚାରୀ ମାନଙ୍କୁ ଟ୍ରାଫିକ ଓ ରାସ୍ତାରେ ଠିକ ଭାବେ କାର୍ଯ୍ୟ ରେ ଲଗାଇ ପାରୁନାହାନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି |ରାସ୍ତା ଉପରେ ମଟରସାଇକଲ ଓ କାର ଗୁଡାକ ଘଣ୍ଟା ଘଣ୍ଟା ଧରି ରଖୁ ଥିବାରୁ ଏହିଭଳି ସମସ୍ୟା ଦେଖିବାକୁ ମିଳିଛି |ଏହିଭଳି ସମସ୍ୟା କୁ ଓ ଟ୍ରାଫିକ ନିୟମ ମାନିବା ସହ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି |
previous post