ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ରେ ସେବା କାର୍ଯ୍ୟକ୍ରମ

 ଆନନ୍ଦପୁର -:  ଭାରତ ବର୍ଷର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପ୍ରଚଣ୍ଡ ଦେଶ ଭକ୍ତ, ଭାରତୀୟ ଜନ ସଂଘ ର ପ୍ରତିଷ୍ଠାତା ସଭାପତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ର ଜୁନ ୨୩ ତାରିଖ ବଳିଦାନ ଦିବସ ଅବସରରେ, ଆଜି ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ଆନୁକୁଲ୍ୟରେ ଆନନ୍ଦପୁର ଠାରେ ସେବା କାର୍ଯ୍ୟ ହେଇଯାଇଛି। ଆନନ୍ଦପୁର ମୁନିସିପାଲିଟି ୪ ନମ୍ବର ୱ୍ଆର୍ଡ ର ବୈତରଣୀ ନଦୀ ର ଠାକୁର ଘାଟ ରେ ବ୍ୟାପକ ଭାବେ ସଫୋଇ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ନଦୀ ଘାଟ ସଫୋଇ କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଆଲୋକ କୁମାର ସେଠୀ କଂ ନେତୃତ୍ଵରେ ହେଇଯାଇଛି ।ଏହି ସଫୋଇ କାଯ୍ୟକ୍ରମ ରେ ନଦୀ ଘାଟ ସଫୋଇ କରିବା ସହିତ ନଦୀ ରୁ ପଲିଥିନ ଜରି, ଅନାବନା ନଟାଗଛ କାଟି ବିଜେପି ର କାର୍ଯ୍ୟକର୍ତ୍ତା ସଫା କରିଥିଲେ। ନଦୀ ଘାଟ ରାସ୍ତା କୁ ସଫା କରିବା ସହିତ ରାସ୍ତା କୁ ସମତଳ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ଜ୍ଞାନ୍ ରଞ୍ଜନ ସାମନ୍ତସିଂହାର, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ଜିଲ୍ଲା ସହସଂଯୋଜକ ଶ୍ରୀ ଗୋଲକ ଜେନା, କାଉନସିଲର ଶ୍ରୀ ସମ୍ବିତ କୁମାର ଦାସ, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହରମୋହନ ଶାସିନି, ଆନନ୍ଦପୁର ନଗର ମଣ୍ଡଳ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ହରେକୃଷ୍ଣ ପାତ୍ର, ପ୍ରାଣବନ୍ଧୁ ସାହୁ, ରାଜେନ୍ଦ୍ର କୁମାର ସାହୁ, ଗଗନ କୁମାର ସିଂ, ରାମଚନ୍ଦ୍ର ସାହୁ, ବାଇଧର ସାହୁ, ଘାସିନାଥ ନାୟକ, ପଦ୍ମଲୋଚନ ଦାଶ, ଆଲୋକ କୁମାର ଖଟୁଆ, ବିମଳ କୁମାର ରାଉତ କଂ ସମେତ ବହୁ ସଂଖ୍ଯାରେ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଥୁଆମୂଳ ରାମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

Sunil Chandra Nayak

ସାତ ମାଇଲି ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!