ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ବାଲେଶ୍ଵର,୨୫/୬/୨୨- ବାଲେଶ୍ଵର ଜିଲ୍ଲା ଖଇରା ଜଳସେଚନ ବିଭାଗ ଅଫିସ୍ ସାମ୍ନାରେ ଜନଜାଗରଣ ମଞ୍ଚ କାର୍ଯ୍ୟାଳୟ ଅଛି । ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ମେମ୍ବର ମାନଙ୍କୁ ନେଇ ଆଗେଇ ଚାଲିଛି ମଞ୍ଚ । ଅଞ୍ଚଳବାସୀଙ୍କ ଯାବତୀୟ ସମସ୍ୟା ପାଖରେ ମଞ୍ଚ । ସମାଜସେବା କାର୍ଯ୍ୟରେ ସର୍ବଦା ଏ ମଞ୍ଚ ବ୍ରତୀ ଥାଏ । ଏହି ଅବସରରେ ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ପୌରୋହିତ୍ଯରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ପାଦକ ନିରଞ୍ଜନ ବେହେରା ବିବରଣୀ ପାଠ କରିଥିଲେ । ଏଥିରେ ଚିନ୍ତାମଣି ସାହାଣୀ, ଦେବେନ୍ଦ୍ର କୁମାର ରାଉତ, ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ଅଭିମନ୍ୟୁ ମହାପାତ୍ର, ସୃଷ୍ଟିଧର ରାଉଳ, ଗଗନ ବିହାରୀ ପଣ୍ଡା ଓ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ବୈଠକରେ ଖଇରାରେ ଯାତ୍ରୀ ବିଶ୍ରାମଗାର, ଜଳ ନିଷ୍କାସନ ଓ କୋର୍ଟ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ଖଇର ସରପଞ୍ଚ ମାଳତୀଙ୍କ ପ୍ରତିନିଧି ସୁଦର୍ଶନ ସେଠୀଙ୍କୁ ମଞ୍ଚ ଖଇରାର ଆଞ୍ଚଳିକ ସମସ୍ୟା ବାବଦରେ ଜଣାଇବା ପରେ କେତେକ ସମସ୍ୟାର ସମାଧାନ ପାଇଁ ୨ ମାସ ସମୟ ନେଇଛନ୍ତି । ଯଦି ଏଥିପ୍ରତି କେହି ଗୁରୁତ୍ୱ ନଦିଅନ୍ତି ଆଗାମୀ ଦିନରେ ରାସ୍ତାରୋକ ଭଳି ପଦକ୍ଷେପ ନେବାକୁ ପଛାଇବ ନାହିଁ ବୋଲି ଚେତାବନୀ ଦେଇଛି ଜନଜାଗରଣ ମଞ୍ଚ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

Related posts

ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ,ପୋଲିସ ତଦନ୍ତ ଜାରି

Sunil Chandra Nayak

ବିଜୟ ଉତ୍ସବ ପାଲନ କଲେ ଭାଜପା କର୍ମକର୍ତ୍ତା

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଆଈଙ୍କ ସ୍ମୃତିରେ

Leave a Comment

error: Content is protected !!