ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର

କୋକସରା,୨୫/୦୬-  ( ମ ନି ସ ) ଲଗାଣ ବର୍ଷା ର ମାଡ଼ ସହି ନପାରି ଦୁର୍ବଳ ଅବସ୍ଥାରେ ଥିବା ଦୁଇ ପରିବାରର ମାଟି ଘର ଭାଙ୍ଗି ଯାଇଛି। ଫଳରେ ଏବେ ଅସହାୟ ଅବସ୍ଥାରେ ସରକାରୀ ସହାୟତା ଲୋଡୁଛନ୍ତି ଦୁଇ ପରିବାର। କୋକସରା ବ୍ଲକ ବରାଡଙ୍ଗା ଗାଁ ରେ ରହନ୍ତି ଦୁଇ ପରିବାର ଶଙ୍କର ନାଏକ ଓ ଶଙ୍କରା ରାଉତ ଙ୍କ ପରିବାର। ଶଙ୍କର ନାଏକ ଙ୍କ ଘରେ ସ୍ତ୍ରୀ ସହ ଦୁଇ ପୁଅ ରହୁଥିବା ବେଳେ ଶଂକରା ରାଉତ ନିଜ ବୃଦ୍ଧା ନାନା ଙ୍କ ସହ ରହୁଛନ୍ତି। ଗରିବ ଶ୍ରେଣୀ ର ହୋଇଥିବା ବେଳେ ପୂର୍ବରୁ ଅନେକ ଥର ପଞ୍ଚାୟତ ଅଧିକାରୀ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଧିକାରୀ ଙ୍କୁ ଆବାସ ଘର ପାଇଁ ଆବେଦନ କରିଛନ୍ତି, ହେଲେ ଫଳ କିଛି ମିଳିନାହିଁ । ମାଟି ଘରେ ଅତି ଦୟନୀୟ ଅବସ୍ଥାରେ ରେ ପରିବାର ସହ ରହୁଥିଲେ ହେଲେ ତାହା ବି ଦଇବ ସହିଲା ନାହିଁ। ଗତକାଲି ହୋଇଥିବା ବର୍ଷା ରେ ଦୁଇ ପରିବାର ର ମାଟି କାନ୍ଥ ଭାଙ୍ଗି ପଡିଛି। ଶନିବାର ଏ ନେଇ ପରିବାର ପକ୍ଷରୁ ଲଡୁଗାଁ ରାଜସ୍ୱ ନିରୀକ୍ଷିକା ମମତା ସାଏ ଙ୍କୁ ଖବର ଦେବାପରେ ସେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ରିପୋର୍ଟ ତହସିଲ କାର୍ଯ୍ୟାଳୟ ରେ ଦେଇଥିବା ଜଣାପଡିଛି। ଅନ୍ୟପଟେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୨ ପରିବାର କୁ ପଲିଥିନ ଯୋଗାଇ ଦିଆଯାଇଥିବା ନେଇ ରାଜସ୍ୱ ନିରୀକ୍ଷିକା ମମତା ସାଏ ସୂଚନା ଦେଇଛନ୍ତି। ତେବେ ଆବାସ ଘର ଯୋଜନାରେ ଦୁଇ ପରିବାର କୁ ଘର ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related posts

କଂଗ୍ରେସ ନେତାଙ୍କ କୁଶପୂତଳିକା ଦାହ

Sunil Chandra Nayak

ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

Sunil Chandra Nayak

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ଚପଳା

Sunil Chandra Nayak

Leave a Comment

error: Content is protected !!