ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରା ପିଏଚସି ଅଧିନ ଜନ ଆରୋଗ୍ୟ ସମିତିର ନୂତନ କମିଟି ଗଠନ ଓ ବୈଠକ ଅନୁଷ୍ଠିତ 

ରୁପ୍ରା, (ମନିସ ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଶୁକ୍ରବାର ଦିନ ଜନ ଆରୋଗ୍ୟ ସମିତିର ନୂତନ କମିଟି ଗଠନ ନିମନ୍ତେ ନର୍ଲା ଜିଲ୍ଲା ପରିଷଦ ଜୋନ୍ ନଂ ୧ ର ସଭ୍ୟା ଶ୍ରୀମତୀ ନମ୍ରତା ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା.ସନତ କୁମାର ଶତପଥୀ, ବିପିଏମ୍ ଶବୀର ପଧାନ, ଆର୍.ଡବ୍ଲୁ.ଏସ୍.ଏସ୍ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ଓ ବି.ଏସ୍.ଏସ୍.ଓ ପ୍ରଦୀପ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରୁପ୍ରା ପିଏଚସିର ଆୟୁଷ ଡାକ୍ତର ଦୁର୍ଯ୍ୟୋଧନ ପ୍ରଧାନ କରିଥିଲେ। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ରୋଗୀ କଲ୍ୟାଣ ସମିତିର ନାମ ପରିବର୍ତ୍ତନ ହୋଇ ଜନ ଆରୋଗ୍ୟ ସମିତି ହୋଇଥିବା ବେଳେ ନୂତନ କମିଟି ଗଠିତ ହୋଇଥିଲା। କମିଟିର ଯୁଗ୍ମ ଅଧ୍ୟକ୍ଷ ଭାବରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନମ୍ରତା ସାହୁ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ସନତ କୁମାର ଶତପଥୀ, ସମ୍ପାଦକ ଭାବରେ ଡା. କୁନାଲ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଭାବରେ ଡା.ଦୁର୍ଯ୍ୟୋଧନ ପ୍ରଧାନ ଓ ସଦସ୍ୟ ଭାବରେ BSSO ପ୍ରଦୀପ ବେହେରା, ଫାର୍ମାସିଷ୍ଟ୍ ସୁବ୍ରତ ବେହେରା, BPM ସବୀର ପଧାନ, ସ୍ୱାସ୍ଥ୍ୟକର୍ମୀ କୁସୁମ ବାରିକ, BAM ପ୍ରଶାନ୍ତ ରଣା, PWD JE ସଞ୍ଜୟ ମଢେଇ, NHM JE ରଶ୍ମିକାନ୍ତ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଭାବେ ରହିଥିବା ବେଳେ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା, ଯୁବ ସ୍ୱେଚ୍ଛାସେବୀ ଉଚ୍ଛବ ସାହୁ, ଆଶାକର୍ମୀ ସୂର୍ଯ୍ୟକାନ୍ତୀ ବିହାରୀ ଓ ବିନୋଦ ଭୋଇ ସହଯୋଗି ସଦସ୍ୟ ଭାବେ ରହିଛନ୍ତି। ଉକ୍ତ ବୈଠକରେ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ସେନାପତି, ଶ୍ରୀ ରାଜିବ ସାହୁ, ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ନନ୍ଦ, ସଞ୍ଜୟ ସାହୁ, କ୍ଷମା ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ହସପିଟାଲ କର୍ମଚାରୀ ତେଶ୍ରୀ ବାଗଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଡା. ଦୁର୍ଯ୍ୟୋଧନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

ଉମାକାନ୍ତ ଦାସ ଙ୍କ କବିତା ସାରସ୍ବତ ଅଭିନନ୍ଦନ

Sunil Chandra Nayak

ବିଦୁଲତା ବେହେରା ଙ୍କ କବିତା ଭିଜା ମାଟିର ବାସ୍ନା

Sunil Chandra Nayak

ଉତ୍କେଲା ମେନରୋଡ ରେ ଷ୍ଟ୍ରିଟ ଲାଇଟ ଲଗାଇଲେ ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!