ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତାରିଣୀ ଚରଣ ସାହୁ ଙ୍କ ପୁସ୍ତକ ପାବକ କନ୍ୟା ଓ ସରଳ ରାମାୟଣ ଲୋକାର୍ପିତ

ରାଉରକେଲା/ ସହରର ଜଣେ ଜଣାଶୁଣା ଶିକ୍ଷାବିତ୍ ତଥା କବି, ଗୀତିକବି ସମାଜ ର ସଭାପତି ତାରିଣୀ ଚରଣ ସାହୁ ଙ୍କ ପୁସ୍ତକ ପାବକ କନ୍ୟା ଓ ଅନୁବାଦ ପୁସ୍ତକ ସରଳ ରାମାୟଣ ଜଗଦା ଠାରେ ଲୋକାର୍ପିତ ହୋଇଯାଇଛି। କବି ତ୍ରିଲୋଚନ ମଥାନଙ୍କ ସଭାପତିତ୍ବ ଓ ଶ୍ରେୟସୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ତମ୍ଭକାର ଭୁପେନ ମହାପାତ୍ର ମୁଖ୍ୟ ଅତିଥି ଓ କବି ବ୍ରଜେନ୍ଦ୍ର ଦାଶ ସମ୍ମାନିତ ଅତିଥି , ପୁସ୍ତକ ଦ୍ବୟର ସମୀକ୍ଷକ ଭାବେ ସୁସ୍ମିତା ମହାପାତ୍ର ଓ ହରମୋହନ ମିଶ୍ର ଯୋଗଦେଇ ପୁସ୍ତକ ଗୁଡିକୁ ସମୀକ୍ଷା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ସାହିତ୍ୟ କେବଳ ସମାଜର ହିତ ପାଇଁ ସୃଷ୍ଟି ହୋଇଥାଏ। ଏହା କେବଳ ମାନସିକ ଅବସାଦ ଦୂର କରେ ନାହିଁ ପରନ୍ତୁ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ। ସମୀକ୍ଷକ କବି ଶ୍ରୀ ମତୀ ମହାପାତ୍ର ପାବକ କନ୍ୟା ଓ ଶ୍ରୀ ମିଶ୍ର ସରଳ ରାମାୟଣକୁ ସମୀକ୍ଷା କରିଥିଲେ। ଏହି ଅବସରରେ ପୁସ୍ତକ ଦ୍ବୟର ଲେଖକ ଶ୍ରୀ ସାହୁ ପୁସ୍ତକ ସଂପର୍କରେ ମତରଖି କହିଲେ ଯେ ଦୀର୍ଘ ୫ବର୍ଷ ବିଭିନ୍ନ ପୁସ୍ତକ ଅଧ୍ୟୟନ ପରେ ପାବକ କନ୍ୟା ଓ ଗୁଜରାଟ ର ପ୍ରଖ୍ୟାତ ଲେଖିକା ପ୍ରଫେସର ଡଃ ନଳିନୀ ପୁରୋହିତଙ୍କ ରାମାୟଣର ଅନୁବାଦ ସରଳ ରାମାୟଣ ର ସୃଷ୍ଟି ହୋଇଛି। ଏଥିପାଇଁ ସେ ପରିବାରକୁ ଶ୍ରେୟ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସୁଶ୍ରୀ ଶ୍ରେୟସୀ ସାହୁ ଓ ବିଜୟ ସେନାପତିଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସୁଶ୍ରୀ ସଂପ୍ରୀତି ସାହୁ, କିଶୋରୀ ମୋହନ କର,କୁଞ୍ଜବିହାରୀ ରାଉତ, ଶ୍ବେତକୁମାର ବେହେରା, ଅଭିରାମ ପ୍ରଧାନ,ବ୍ରଜେନ୍ଦ୍ର ଦାଶ,ପ୍ରକାଶ ଚନ୍ଦ୍ର ସେଠୀ,କଳ୍ପନା ନନ୍ଦ, ରାମକୃଷ୍ଣ ତ୍ରିପାଠୀ,ସମୀରବାଳା ଦାସ,ଉପେନ୍ଦ୍ର ବସ୍ତିଆ,ଅଶୋକ କୁମାର ନାୟକ, ଶ୍ରୀଧର ସୁନା,ବିନୋଦିନୀ ନନ୍ଦ,ତ୍ରିଲୋଚନ ମଥାନ,ରଙ୍କନିଧୀ ସେଠୀ,ମୋହନ ସିଂହ, ସୁସ୍ମିତା ମହାପାତ୍ର,ପ୍ରତାପ କୁମାର ରାୟ,ତାରିଣୀ ଚରଣ ସାହୁ,ମନୋରଞ୍ଜନ ଗୁରୁ ଓ ସଂଯୋଜକ ଦ୍ବୟ କବିତା ପାଠ କରିଥିବା ବେଳେ ଲେଖକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଗୁରୁ ଅଜୟ ପାଣି,ସ୍ମିତା ପାଣି,ନିବେଦିତା ପଣ୍ଡା ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ଗୁରୁ ଜଗନ୍ନାଥ ଦାସ,ସଂପ୍ରୀତି ସାହୁ,ଆର୍ତ୍ତତ୍ରାଣ ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁପ୍ରିୟା ସାହୁ,ଶ୍ବେତକୁମାର, ସ୍ମିତା,ଇପ୍ସିତା, ନିରଞ୍ଜନ,ନିବେଦିତା, ନନ୍ଦିତା, ଆହ୍ଲାଦିନୀ ହୋତା,ନୃସିଂହ ଚରଣ ବିଶ୍ବାଳ ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଜରି ପାଳ ତଳେ ବିତୁଛି ତିନି ପ୍ରାଣୀଙ୍କ ଜୀବନ, ଆବାସ ଯୋଜନାରେ ମିଳିପାରି ନାହିଁ ପକ୍କା ଘର, ଦୃଷ୍ଟି ଦେବେକି ପ୍ରସାଶନ ?

Sunil Chandra Nayak

ଇନ୍ଦିପୂର୍ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଆଲୋକର ପର୍ବ ଦୀପାବଳି: ଡାବୁଗାଁ କନ୍ୟାଶ୍ରମରେ ପାଳିଲେ ଅନ୍ତେବାସୀ ଛାତ୍ରୀ ଦୀପାବଳି

Sunil Chandra Nayak

Leave a Comment

error: Content is protected !!