ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବସ୍ତରୀୟ ଜାତୀୟ ମହାମିଳନରେ ବାରିପଦା

ବାଲେଶ୍ଵର,୨୭/୬/୨୨- ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ” ସାହିତ୍ୟ ସଂସ୍କୃତି ସମାରୋହ ” ଅନୁଷ୍ଠାନ ଦ୍ଵାରା ଆୟୋଜିତ ବିଶ୍ବସ୍ତରୀୟ ଜାତୀୟ ସାହିତ୍ୟ ମହାମିଳନ ମହାମଞ୍ଚ ଅନୁଷ୍ଠିତ ହୋଇଯାଇଛି । ଗତ ତା ୨୨/୬/୨୨ ରିଖରେ ସାହିତ୍ୟ ସଂସ୍କୃତି ସମାରୋହ ଅନୁଷ୍ଠାନର ସମ୍ପାଦକ ପ୍ରଣବ ଛୋଟରାୟଙ୍କ ନେତୃତ୍ୱରେ ବିଭିନ୍ନ ଅତିଥି ମାନେ ମଞ୍ଚାସୀନ ଥିଲେ । ଏମିତି ଏକ ମହା ସାରସ୍ଵତ ଉତ୍ସବ ପ୍ରଥମ କରି ଓଡିଶା ରାଜ୍ୟରେ ଅନୁଷ୍ଠିତ ହୋଇଥିବାରୁ ସାହିତ୍ୟ ଜଗତରେ ଖୁସିର ଲହରୀ ଖେଳିଯାଇଛି । ଏହା ଦୀର୍ଘ ବାରଘଣ୍ଟାର କାର୍ଯ୍ୟକ୍ରମ ଥିଲା ।ଏହି ଉତ୍ସବର ମୂଳ ଲକ୍ଷ୍ୟ ଓଡିଆ ସାହିତ୍ୟକୁ ବିଶ୍ଵ ଦରବାରରେ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବା । ଏଥିରେ ଭାରତର ବିଭିନ୍ନ ରାଜ୍ୟ ଓ ଓଡ଼ିଶାର ବରେଣ୍ୟ ସାରସ୍ଵତ ପ୍ରତିଭା ମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରି ଉତ୍ସବଟି ସାଫଲ୍ୟ ମଣ୍ଡିତ କରିଥିଲେ । ମୁଖ୍ୟ ଅତିଥି ଭାବେ ଡଃ ପ୍ରସନ୍ନ ପାଟ୍ଟଶାଣୀ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ । ଓଡିଆର ବିଭିନ୍ନ ଅଗ୍ରଗଣ୍ୟ ବିଶିଷ୍ଟ ସାରସ୍ଵତ ପ୍ରତିଭା ମାନଙ୍କ ଉପସ୍ଥିତିରେ ଓଡିଆ ସାହିତ୍ୟର ଅଗ୍ରଗତି ଓ ବିକାଶ ନିମନ୍ତେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପ୍ରଥମେ ପ୍ରଦୀପ ପ୍ରଜ୍ବଳନ, ସ୍ବାଗତ ସଙ୍ଗୀତ ଗାନ, କବିତା ପାଠ, ଓଡିଆ ଭାଷାର ଉନ୍ନତି କଳ୍ପେ ତଥ୍ୟ ଭିତ୍ତିକ ଆଲୋଚନା ଚକ୍ର ଓ ସର୍ବ ଶେଷରେ ଉଦଯାପନି ସଙ୍ଗୀତ ଗାନ ପରେ ସମ୍ପାଦକ ସଭାସାଙ୍ଗ ଘୋଷଣା କରିଥିଲେ ।

      ମୋ ମତରେ ଓଡିଶା ସାହିତ୍ୟ ଯେତେବେଳେ ଘୋର ବିପନ୍ନ ଆଡକୁ ଅଗ୍ରସର ହେଉଛି, ଜଣେ ଓଡିଆ ମାଟିର ସନ୍ତାନ ଟିଏ ହୋଇ ମଧ୍ୟ ମାତୃଭାଷା ପ୍ରତି ବିମୁଖ ଭାବ, ଏହା ଖୁବ୍ ପରିତାପର ବିିଷୟ ହୋଇଛି । ଓଡିଆ ଭାଷା ସାହିତ୍ୟକୁ ଅବକ୍ଷୟମୁଖି ପର୍ଯ୍ୟାୟରୁ ଉଦ୍ଧାର କରି, ପୂର୍ବ ଗୌରବକୁ ଫେରାଇ ଆଣିବାର ଏହା ଏକ ଯୁଗାନ୍ତକାରୀ ପ୍ରୟାସ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର ଜଣେ ଆଗଧାଡିର ସଦସ୍ୟା ଓ ସମୀକ୍ଷିକା ରଶ୍ମିତା ପାତ୍ର କବିତା ପାଠ କରି ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇ ମୋ ଅନୁଷ୍ଠାନ ପାଇଁ ଗର୍ବ ଆଣିଥିବାରୁ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସାଧୁବାଦ ଜଣାଇଛନ୍ତି । ଏଥିସହିତ କବିତା ଓ ଗଳ୍ପ ସାହିତ୍ୟ ସାଧନା କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲା ବାରିପଦାକୁ ବିଶ୍ବସ୍ତରୀୟ ଜାତୀୟ ସାହିତ୍ୟ ମହାମଞ୍ଚରେ ପହଞ୍ଚାଇ ପାରିଥିବାରୁ ଶ୍ରୀମତୀ ପାତ୍ରଙ୍କୁ ଜଣେ ସୁଦକ୍ଷ ସାହିତ୍ୟ କଳାକାର ଭାବେ ପ୍ରଶଂସା କରିବା ଉଚିତ ହେବ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପରଜଙ୍ଗରେ ନିଯୁକ୍ତି ମେଳା ଅନୁଷ୍ଠିତ 

Sunil Chandra Nayak

ଓଲଟିଲା ବରଯାତ୍ରୀ ବୋଲେରୋ, ୬ ରୁ ଉର୍ଦ୍ଧ୍ବ ଆହତ

ଜାନକୀ ମହାନ୍ତ ଙ୍କ କବିତା ମୋ’ ସିନ୍ଥି ସିନ୍ଦୂର

Sunil Chandra Nayak

Leave a Comment

error: Content is protected !!