ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାମୁଡ ଜଙ୍ଗଲ ନିକଟରୁ ୬ ଲକ୍ଷ ୩୦ ହଜାର ଲୁଟ

ମ.ରାମପୁର:୨୭/୦୬ (ମସୀହା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର- ରିସିଡା ରାସ୍ତା ର ରାମୁଡ ଜଙ୍ଗଲ ପାଖରେ ରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଟଙ୍କା ଲୁଟ୍ କରି ଦୃବୁର୍ତ୍ତ ଫେରାର ହୋଇଛନ୍ତି । ପ୍ରାପ୍ତ ସୂଚନା ମତେ ମଦନପୁର ନିକଟ ଗୋପାଳପୁର ଗ୍ରାମର ଭୂପିନ୍ଦର ରଣା ମ. ରାମପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରୁ ୬ ଲକ୍ଷ ୩୦ ହଜାର ଟଙ୍କା ପାଖାପାଖି ଉଠାଣ କରି ଏକୁଟିଆ ନିଜ ବାଇକରେ ମଦନପୁର ରେ ନିଜେ ଖୋଲିଥିବା ଗ୍ରାହକ ସେବାକେନ୍ଦ୍ର କୁ ଟଙ୍କା ନେଇ ଯାଉଥିଲେ l ପାଜିବାହାଲି ଛକ ନିକଟ ରାମୁଡ଼ ଜଙ୍ଗଲ ନିକଟ ରେ ପୂର୍ବରୁ ମ.ରାମପୁର ରୁ ପିଛା କରୁଥିବା ୩ ଜଣ ଦୁର୍ବୃତ୍ତ ନିଛାଟିଆ ସ୍ଥାନ ଦେଖି ତାଙ୍କୁ ବାଇକରେ ଧକ୍କା ଦେବା ଫଳରେ ଭୂପିନ୍ଦର ବାଇକ୍ ସହିତ ତଳେ ପଡ଼ିଯାଇଥିଲେ l ସେ ପଡ଼ିଯିବା ପରେ ତା ପାଖରୁ ଟଙ୍କା ବ୍ୟାଗ ଛଡେଇ ନେଇ ପୁଣି ମ.ରାମପୁର ପଟକୁ ଏକ ସିଡି ଡିଲକ୍ସ ଗାଡ଼ିରେ ଫେରାର ମାରିଥିଲେ। ଏନେଇ ମ.ରାମପୁର ପୁଲିସ କୁ ଫୋନ ଯୋଗେ ଖବର ଜଣେଇ ଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପାରିନଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ୍ l

Related posts

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପ୍ରହେଳିକା … ଏକ ନିଶବ୍ଦ ରାତ୍ରୀ ର

Sunil Chandra Nayak

ଜୁନାଗଡ଼ ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ଟଙ୍କା ଦେଇ ଶାରେରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଅଭିଯୋଗରେ ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!