ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମରକୋଟ୍ ୟୁ ଭି ୫୨ ବଙ୍ଗିୟ ଗ୍ରାମରେ ମା କାଳି ପୁଜା ମହା ଆଡମ୍ବରରେ ପାଳିତ

ନବରଙ୍ଗପୁର — ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗିୟ ୟୁ ଭି ୫୨ ନମ୍ବର ଗ୍ରାମରେ ବହୁ ଆଡମ୍ବରରେ ଚାଲିଛି ମା କାଳିଙ୍କ ପୁଜା।ବଙ୍ଗିୟ ଭାଇ ମାନଙ୍କ ଆଗ୍ରହ ଉକ୍ତଣ୍ଠାରେ ଭରି ରହିଛି ଭକ୍ତି।୩୨ଫୁଟ୍ ଉଚ୍ଚତା ବିଷିଷ୍ଟ ମା କାଳିଙ୍କ ମ୍ରୁନ୍ମୟ ମୁର୍ତ୍ତି ଶୋଭା ପାଉଛି ପୁଜା ମଣ୍ଡପରେ।ଉକ୍ତ ସ୍ଥାନକୁ ରାଜ୍ୟ ବାହାରୁ ଭକ୍ତମାନେ ଛୁଟି ଆସୁଛନ୍ତି ମା ଙ୍କୁ ଦର୍ଶନ କରିବା ନିମନ୍ତେ।ପୁଜା ମଣ୍ଡପ ଆଗରେ ବହୁ ଦୋକାନ ବଜାର ସାଙ୍ଗକୁ ମିନା ବଜାର ବେଶ ଜନ ସଧାରଣଙ୍କ ମନକୁ ମୋହି ନେଉଛିାଭକ୍ତମାନେ ମା ଙ୍କ ଦର୍ଶନ ସାରି ଉକ୍ତ ମେଳାର ମଜ୍ଜା ନେଉଛନ୍ତି। କମିଟି ଭାଇ ମାନଙ୍କ ଦ୍ଵାରା କଡ୍ଡା ନଜର ରଖାଯାଇଛି,କୌଣସି ଜାଗାରେ ଯେପରି ଗଣ୍ଡଗୋଳ ନ ହୁଏ କି ଗହଳିରେ କିଏ ହଜିଯାଇଥିଲେ ଡାକ ଵାଜୀ ଯନ୍ତ ଦ୍ଵାରା ପ୍ରଚାର କରି ମିଳାଇ ଦେଉଥିଲେ। ଉକ୍ତ ପୁଜା ୧୦ଦିନ ରହି ତା୨/୧୧ରେ ଭସାଣୀ କାର୍ଜ୍ୟକ୍ରମ ରହି ଥିବା କମିଟି ସୁତ୍ରରୁ ପ୍ରକାଶ।ପୁଜା ମଣ୍ଡପ ଆଲୋକ ମାଳାରେ ଝଲସି ଉଠୁଛି।କମିଟି ପକ୍ଷରୁ ବାଇକ ଷ୍ଟାଣ୍ଡ୍,ଚାରି ଚକିଆ ଯାନ ନିମନ୍ତେ ଷ୍ଟାଣ୍ଡ୍ କରାଯାଇ ଯୁବକମାନେ ଏହାର ତଦାରଖ ଦାୟିତ୍ଵ କରି ଜନ ସଧାରଣଙ୍କ ଗାଡି ଗୁଡିକୁ ଚୋର ଦାଉରୁ ରକ୍ଷା କରାଉଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍।

Related posts

ନମାମି ଗଙ୍ଗେ ତରଫରୁ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ

Sunil Chandra Nayak

ତ୍ରିନାଥ ମନ୍ଦିର ନିକଟସ୍ଥ ବଟ ବୃକ୍ଷ କଟା ନେଇ ଉତ୍ତେଜନା ଓ ହିନ୍ଦୁ ମହାସଂଘ ହସ୍ତକ୍ଷେପ ରେ ସମାଧାନ ଉଦ୍ୟମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!