ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲାରେ ଡ୍ରେନ ବ୍ୟବସ୍ଥା ଥାଇ ରାସ୍ତାରେ ଜମୁଛି ପାଣି

ନର୍ଲା (ମନିସ) ନର୍ଲା ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ଥିବା ସତ୍ବେ ରାସ୍ତା ମଝିରେ ଅପରିଷ୍କାର ଡ଼୍ରେନ ପାଣି ଜମି ରହୁଥିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ବିଶେଷ କରି ମାଝୀପଡା ଓ ନର୍ଲା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଅସରାଏ ବର୍ଷା ହେଲେ ରାସ୍ତା ଉପରେ ପାଣି ସୁଅ ଛୁଟୁଛି। ଷ୍ଟେଟ ବ୍ୟାଙ୍କ ପାଖରେ ଡ଼୍ରେନକୁ ଆଗକୁ ନ ବଢାଇ ଏଠାରେ ରାସ୍ତା ସହ ସମତୁଲ ହୋଇଥିବା ଜଣାଯାଏ। ଫଳରେ ରାଜପଥ ରାସ୍ତା ଉପରେ ପାଣି ସୁଅ ଚାଲୁଥିବା ଦେଖିବାକୁ ମିଳୁଛି। ରାସ୍ତା ଉପରେ ଯାନବାହାନ ଚଳାଚଳ ସମୟରେ ଷ୍ଟେଟ ବ୍ୟାଙ୍କ ପାଖରେ ଲୋକଙ୍କ ଭିଡ଼ ଲାଗୁଛି। ଯାହା ଫଳରେ ଲୋକମାନଙ୍କ ଉପରେ ପାଣି ଛିଟିକା ପଡ଼ୁଥିବା ଯୋଗୁଁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ପୁଣି ରାସ୍ତା ଉପରେ ପାଣି ସୁଅ ଯୋଗୁଁ ପିଚୁ ଉଠି ରାସ୍ତା ଖରାପ ହେବାର ସମ୍ଭାବନା ରହିଛି। ତୁରନ୍ତ ଏ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ୟା ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଦଶ ଦଫା ଦାବୀ ନେଇ ଡ୍ରାଇଭର ମହାସଂଘ ର ବିଧାୟକ ଙ୍କୁ ଦାବୀ ପତ୍ର ପ୍ରଦାନ

Sunil Chandra Nayak

ଝୁଲନ୍ତା ମୃତ ଦେହ ଉଦ୍ଧାର 

ଜୁନାଗଡ଼ ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!