ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ଗୁଡା ସ୍କୁଲ ରେ ତାଲା ବନ୍ଦ ଆନ୍ଦୋଳନ

୧୦ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ପୋଲିସ ଉପସ୍ଥିତି ରେ ଫିଟିଲା ତାଲା

ଧର୍ମଗଡ:୨୭/୬/୨୨ ଧର୍ମଗଡ଼ ବ୍ଲକ୍ ଵେହେରାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀ ନେଇ ଚାଳିଥବା ତାଲାବନ୍ଦ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି । ଦୀର୍ଘ ଦଶ ଦିନ ଧରି ଏହି ତାଲା ବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଆଜି ପୋଲିସ ଓ ଶିକ୍ଷା ବିଭାଗ ଅଧିକାରୀ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ଗେଟ ତାଲା ଖୋଲାଯାଇଛି ।  ବେହେରା ଗୁଡା ସ୍କୁଲ ରେ ପ୍ରାୟ ଚାରିଶହ ରୁ ଅଧିକ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଠାରେ ଶିକ୍ଷା ଦାନ ପାଇଁ ୭ ଜଣ ଶିକ୍ଷକ ରହିଛନ୍ତି । ଦୁଇ ଜଣ ଶିକ୍ଷକ ଙ୍କୁ ଏଠାରୁ ଅନ୍ୟତ୍ର ଡେପୁଟେସନ ପଠା ଯାଇଛି। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଆବଶ୍ୟକତା ଅନୁଯାୟୀ ଶିକ୍ଷକ ଦାବୀ କରି ଗତ ଜୁନ ୧୭ ତାରିଖ ଠାରୁ ତାଲା ବନ୍ଦ ଆନ୍ଦୋଳନ କରିଥିଲେ । ଗତ ୨୦ ତାରିଖ ରେ ପର୍ଲା କେନ୍ଦ୍ର ପ୍ରଥମିକ ବିଦ୍ୟାଳୟ ରୁ ଜଣେ ଶିକ୍ଷକ ଏବଂ ୨୨ ତାରିଖ ରେ ଭାଲୁଚୁଆଁ ବିଦ୍ୟାଳୟ ରୁ ଜଣେ ଶିକ୍ଷକ ଙ୍କୁ ବେହେରା ଗୁଡା ସ୍କୁଲ କୁ ଡ଼େପୁଟେଶନ ରେ ପଠା ଯାଇଥିଲା । କିନ୍ତୁ ପାର୍ଲା ସ୍କୁଲ 6ରୁ ଯାଇଥିବା ଶିକ୍ଷକ ଙ୍କୁ ବଦଳ କରି ଅନ୍ୟ ଶିକ୍ଷକ ଦେବା ପାଇଁ ଗ୍ରାମ ବାସୀ ଅଡିବସିଥିଲେ । ୨୫ ତାରିଖ ସୁଦ୍ଧା ପ୍ରଶାସନ ଓ ଆନ୍ଦୋଳନ କାରୀ ଙ୍କ ମାଧ୍ୟରେ କୌଣସି ସମାଧାନ ର ସୂତ୍ର ବାହାରି ପାରି ନଥିଲା ଫଳ ରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତି ନେଇଥିଲେ । ତେବେ ଆଜି ଧର୍ମଗଡ ବିଇଓ ନବକିଶୋର ସାହୁ, ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର, କୋକସରା ଆଇଆଇସି ପ୍ରସନ୍ନ ବେହେରା ଙ୍କ ସହ ସ୍କୁଲ ରେ ପହଞ୍ଚି ଆନ୍ଦୋଳନ କାରି ସ୍କୁଲ ସଭାପତି ହେମ ନାଥ ବାରିକ,ଅନନ୍ତ ରାମ ପୋଢ଼, ରଥ ନାଏକ, ଗଗନେ ବେମାଲ, ଶୋଭିତ ଗାନ୍ଧୀ, ମହେଶ୍ୱର ବେମାଲ, ତ୍ରିନାଥ ପାଣିଗ୍ରାହୀ ଓ ଅନୀ ଗ୍ରାମବାସି ଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ଜୁଲାଇ ୧୨ ତାରିଖ ସୁଦ୍ଧା ଅନ୍ୟ ଜଣେ ବଦଳ ଶିକ୍ଷକ ପ୍ରଦାନ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ସରୋଜ କୁମାର ସାହୁ ଙ୍କ କବିତା ବିଧବା

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ସୁରେଶ ଚନ୍ଦ୍ର ପାଢ଼ୀ ଙ୍କ କବିତା ମଣିଷ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଯୋଗ ନବାକ୍ଷରୀ

Sunil Chandra Nayak

Leave a Comment

error: Content is protected !!