ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ଓ ମୋହନଗିରି ସମବାୟ ସମିତି ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ମ, ରାମପୁର,୨୮/୬( ମସୀହା): କଳାହାଣ୍ଡି ଜିଲ୍ଲା ମ, ରାମପୁର କୃଷି ସମବାୟ ସମିତି ସଭାପତି ଭାବରେ କୀର୍ତ୍ତନ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ସଭାପତି ପଦ ପାଇଁ ତାଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ । ଫଳରେ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି l ନିର୍ବାଚନ ଅଧିକାରୀ ଭାବରେ ସତ୍ୟ ନାରାୟଣ ସାହୁ ରହିଥିବା ବେଳେ ନାମାଙ୍କନ ପତ୍ର ପ୍ରଦାନ ସମୟ ରେ ମ. ରାମପୁର ପୂର୍ବତନ ସରପଂଚ ଚିତ୍ତ ରଞ୍ଜନ ବାଗ, ଆଶୋକ କୁମାର ପଟ୍ଟନାୟକ, ରୁଦ୍ର ପ୍ରତାପ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ lସେହିପରି ମୋହନଗିରି କୃଷି ସମବାୟ ସମିତି ସଭାପତି ଭାବରେ ବିଘ୍ନ ରାଜ ବିଶ୍ଵାଳ ମଧ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି l ଏହି ସମିତି ର ୧୪ଜଣ ଡାଇରେକ୍ଟର ଙ୍କ ସହମତି କ୍ରମେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା l ତାଙ୍କ ପ୍ରସ୍ତାବକ ଭାବରେ ଅଶୋକ କୁମାର ପ୍ରଧାନ ଏବଂ ଉପେନ୍ଦ୍ର କର୍ମୀ ସମର୍ଥକ ରହିଥିଲେ । ନିର୍ବାଚନ ଅଧିକାରୀ ଭାବରେ ଗଜିନ୍ଦ୍ର ସାହା ରହିଥିବା ବେଳେ ମୁଖ୍ୟ କାର୍ଯ୍ୟ ନିର୍ବାହୀ-ଟୁକୁସେନ ଧରୁଆ ଉପସ୍ଥିତ ରହିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ l

Related posts

ମହାଭାରତ କଥା……..୮

ବେଣୁଧର ସୂତାର ଙ୍କ କବିତା ଆମ ମାତୃଭାଷା

Sunil Chandra Nayak

ଯାଦବ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!