ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରସାମ୍ୟ ହରାଇ ଅଟୋ ଓଲଟିଲା, ୨ ଯୁବକ ସମେତ ୩ ମହିଳା ଆହତ

କୋକସରା,୨୮/୬-୨୬ (ମ ନି ସ)  ନମ୍ବର ଜାତୀୟ ରାଜପଥ ଚିଲିଗୁଡା ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା ରେ ଓଲଟି ପଡିଥିବା ବେଳେ ଅଟୋ ରେ ବସିଥିବା ୨ ଯୁବକ ସମେତ ୩ ମହିଳା ଗୁରୁତର ହୋଇଛନ୍ତି। ଅଟୋ ନମ୍ବର ଓଡ଼ି ୦୮ଡି ୯୬୪୭ ରେ ବାହାଘର ଭୋଜି ଖାଇ ରେଙ୍ଗାଳପାଲି ଗାଁ ରୁ ନିଜ ଗାଁ ଖଳିଗଡ଼ କୁ ଫେରୁଥିବା ବେଳେ ଚିଲିଗୁଡା ନିକଟରେ ଅଟୋ ଓଲଟି ପଡିଥିଲା। ସ୍ଥାନୀୟ ଲୋକ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତ ମାନେ ହେଲେ ପ୍ରେମଲାଲ ଶଗଡିଆ(୩୫), ପଦ୍ମା ମହାନନ୍ଦ(୫୫), ରାଜୁ ଶଗଡିଆ (୨୨), ପଦ୍ମାଲୟା ନାଏକ (୬୦), ଚମ୍ପା ଶଗଡିଆ (୫୦) ସମସ୍ତେ ଖଳିଗଡ଼ ଗାଁ କଲୋନୀପଡା ର ବୋଳି ଜଣାପଡିଛି।

Related posts

ନିଖୋଜ କେନ୍ଦ୍ର କର୍ମଚାରୀଙ୍କ ପାଇଁ ପେନସନ ନିୟମ କୋହଳ କଲେ ସରକାର

ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ଉଦଘାଟିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରେମର ପ୍ରାଣ

Sunil Chandra Nayak

Leave a Comment

error: Content is protected !!