ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ରେ ବେ-ଧଡକ ଚାଲିଛି ମଦ ବେପାର। ଦୃଢ କାର୍ଯ୍ୟନୁଷ୍ଠାନ ନେବାପାଇଁ ଗ୍ରାମବାସୀଙ୍କ ଦାବୀ

ଉତ୍କେଲା,୨୯/୦୬, ( ମ ନି ସ  ),ଉତ୍କେଲା ର ସାପ୍ତାହିକ ବଜାର ମଧ୍ୟରେ ଚାଲିଛି ମଦ ବ୍ୟବସାୟ, ଗାଁ ଛକ ଓ ପଡା ଭିତରେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚାଲିଛି ବେଆଇନ ମଦ ବେପାର,ମଦ ବିକ୍ରି ହେଉଥିବା ପାଖରେ ତିନୋଟି ବିଦ୍ୟାଳୟ, ଅଛି। ଯାତାୟାତ ସମୟରେ ମଦ ପିଉଥିବା ଦୃଶ୍ୟ ଓ ମଦ ପାଉଚ ଜରି ପ୍ରତଃହ ଦେଖୁଛନ୍ତି ଛାତ୍ରଛାତ୍ରୀ।ମୁଖ୍ୟତ ବିଦ୍ୟାଳୟ ସମ୍ମୁଖରେ ମଦ ବିକ୍ରି କରିବା ଅଶୋଭନିୟ ବୋଲି ବୁଦ୍ଧିଜୀବୀ, ଅଭିଭାବକ ପ୍ରକାଶ କରିଛନ୍ତି।ଏପରି ସ୍ଥଳେ ଗତକାଲି ଉତ୍କେଲା ସରପଞ୍ଚ ନରେନ୍ଧ୍ର ମାଝୀ ଙ୍କ ସହିତ ଓ୍ବାର୍ଡ ମେମ୍ବର ଜଗୁ କୁମ୍ବାର,ଜିତେନ୍ଧ୍ର ହେର୍ଣା ମଦ ବିକାଳି ମାନଙ୍କ ପାଖକୁ ଯାଇ ଉକ୍ତ ଯାଗାରେ ମଦ ବିକ୍ରି କରିବା ବନ୍ଧ କରନ୍ତୁ ନଚେତ ଆଇନ ଆଶ୍ରୟ ନିଆଯାଇ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାବନି ଦେଇଥିବା ସରପଞ୍ଚ ଜଣାଇଛନ୍ତି।ମଦ ବିକ୍ରି କରୁଥିବା ପାଖରେ ଥିବା ଅଙ୍ଗନାବାଡି କେନ୍ଧ୍ର ଭିତରେ ମଦ ପାଉଚ ଜରି ଠୁଳ କରି ପୋଡିବା ଫଳରେ ଅଙ୍ଗନାବାଡିର ପାଇଖାନା ପାଇପ ଟି କୁ ମଧ୍ୟ ଜାଳି ଦେଇଥିବା ଓ ଭିତରେ ପଶି ଝାଡା ଫେରିବା ଅକଥନିୟ ଅତ୍ୟାଚାର କରୁଛନ୍ତି ମଦୁଆ ମାନେ ବୋଲି ସେଠାର ଅଙ୍ଗନାବାଡି ଦିଦି ପ୍ରକାଶ କରିଛନ୍ତି।ଏହି ବେଆଇନ ମଦ କାରବାରର ରାକେଟ ଉପରେ ତୁରନ୍ତ କାର୍ଯନୁଷ୍ଠାନ ଦାବି କରୁଛନ୍ତି ଗ୍ରାମବାସୀ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ଟଭା ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଅଭିଯୋଗ

Sunil Chandra Nayak

ନିର୍ଦ୍ଵନ୍ଦରେ ଉପ ସଭପତି ନିର୍ବାଚିତ ହେଲେ ପଦ୍ମିନୀ ନାଗ

Sunil Chandra Nayak

ବାଇକ୍ ଓ ସାଇକେଲ ଧକ୍କା, ଉଭୟ ମେଡ଼ିକାଲରେ ଭର୍ତ୍ତି

Leave a Comment

error: Content is protected !!