ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

କୋକସରା,୨୯ା୬-   (ମ ନି ସ  ) କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କେନ୍ଦୁଡଙ୍ଗରୀ ଗ୍ରାମର ଅଦଳ ପୁଝାରୀଙ୍କ ପୁଅ ଲୋକନାଥ ପୁଝାରୀ (୩୦)ଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ମଙ୍ଗଳବାର ଘର ବାରଣ୍ଡାରେ ଲୋକନାଥ ଶୋଇଥିବା ବେଳେ ବିଳମ୍ବିତ ରାତିରେ କୌଣସି ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । ପରେ ପରିବାର ଲୋକେ ଲୋକନାଥ କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଷୋଷଣା କରିଥିଲେ । ଖବର ପାଇ ଆମପାଣି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପରେ ଶବ ହସ୍ତାନ୍ତର କରିଥିବା ଜଣାପଡିଛି । ଏନେଇ ଆମପାଣି ଥାନା କେଶ ନମ୍ବର ୩/୨୨ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଆମପାଣି ଥାନା ଏସ୍‌ଆଇ ରାଜେଶ ପରିଡା ସୂଚନା ଦେଇଛନ୍ତି ।

Related posts

ଘଣ୍ଟିଗୁଡା ଗାଁରେ ଯୁବକ ଙ୍କ ଝୁଲନ୍ତା ମୃତଦେହ ଠାବ, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ବୃତ୍ତି ପରୀକ୍ଷାରେ ଛାତ୍ରଙ୍କ କୃତିତ୍ୱ

Sunil Chandra Nayak

ବିଦ୍ୟା ଧର ମହାନ୍ତ ଙ୍କ କବିତା – ବିରାଗ

Sunil Chandra Nayak

Leave a Comment

error: Content is protected !!