ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ବର୍ଷା

 ବର୍ଷା

ଏବେ 

ଚାରିଆଡେ ଖାଲି 

ବରଷୁଛି ବର୍ଷା ଆଉ ବର୍ଷା

କୋର୍ଟ କଚେରୀରେ ବର୍ଷା 

ଖବର କାଗଜ, ଦୂରଦର୍ଶନରେ ବର୍ଷା

ସିନେମାରେ ବର୍ଷା

ପ୍ରେମରେ ବର୍ଷା, ପ୍ରତାରଣାରେ ବି ବର୍ଷା

ଗୀତ ଆଉ ଆଲବମରେ ବର୍ଷା

ରାଜନୀତିରେ ବି ବର୍ଷା

ଚା ଖଟିରେ,ପାନ ଦୋକାନରେ ବି ଚର୍ଚ୍ଚିତା ବର୍ଷା

ସାମାଜିକ ଗଣ ମାଧ୍ୟମରେ ବର୍ଷା

ସବୁରି ମୁହଁରେ ବର୍ଷା

ଚାରିଆଡେ ଖାଲି ଛାଇ ଯାଇଛି 

ବର୍ଷା ଆଉ ବର୍ଷା ।।

କିନ୍ତୁ,

ପ୍ରକୃତ ବର୍ଷା ଆଜି କୁଆଡେ ନିଖୋଜ

ଚାତକ ଅନାଇ ବସିଛି ଟୋପେ ବର୍ଷାକୁ

ଦିନ ସାରା ଆକାଶରୁ ନିଆଁ ବରଷୁଛି

ମଝି ଆଷାଢ଼ରେ ବି 

ଶୁଖିଲା ପଡ଼ିଛି ଚାଷୀର ଚାଷ ଜମି

ତେଣୁ ବନ୍ଦ କର, ବନ୍ଦ କର 

ଏହି ବର୍ଷା ନାଁ ର କର୍କଶ ଚିତ୍କାର 

ବିକୃତ ଚିତ୍ର ଆଉ ସଙ୍ଗୀତ

ଦରକାର ନାହିଁ 

ଆଉ ଏହି ବର୍ଷା ଶବ୍ଦର କୋଳାହଳ

କେବଳ,

ଝରି ପଡ଼ନ୍ତା କି ଆକାଶରୁ ଖାଲି 

ନିର୍ମଳ ବର୍ଷାର ଜଳ

ବଢ଼ି ଯାଆନ୍ତା ଗରିବ ଚାଷୀର ବଳ 

ହୋଇ ଯାଆନ୍ତା ଏ ଧରା ବକ୍ଷ

ଶାନ୍ତ ଆଉ ଶୀତଳ ।।

ସସ୍ମିତେଶ ସାହୁ

Related posts

ଜନରଞ୍ଜନପ୍ରଧାନ ଙ୍କ କବିତା ପରିକ୍ଷା

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ମହିଳା ମ୍ୟାଟ୍ରୋନ୍ ମହାସଙ୍ଘ ର ବୈଠକ

Sunil Chandra Nayak

ଜୁନାଗଡ଼ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୩୧ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!