ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦିନୀ ରାଉତ ଙ୍କ କବିତା ଧନ୍ୟ ହେଲା ପ୍ରାଣ ମୋର

ଧନ୍ୟ ହେଲା ପ୍ରାଣ ମୋର

ନନ୍ଦିନୀ ରାଉତ

 

ବନ୍ଧୁ ହୀନ ବନ୍ଧୁ ପ୍ରଭୁ କୃପାସିନ୍ଧୁ

    ଆହେ ଜଗତ କରତା

ବାଞ୍ଛାକଳ୍ପତରୁ ତୁମ୍ଭେ ମହାମେରୁ

    ସିନ୍ଧୁଜେମା ପ୍ରାଣକର୍ତ୍ତା।1।

 

ଅନନ୍ତ ଅଚ୍ୟୁତ ଶଙ୍ଖ ଚକ୍ରଧାରୀ

    ଏ ସଂସାର କଲ ସୃଷ୍ଟି

ଆହେ ନରହରି ତୁମ୍ଭରି କରୁଣା

   କରୁଅଛ ସଦା ବୃଷ୍ଟି।2।

 

ହେ କଳା ଶ୍ରୀମୁଖ ପ୍ରଭୁ ପଦ୍ମମୁଖ

    ଚରଣେ ସଦା ଶରଣ

କୋଟି ସୂର୍ଯ୍ୟ ଚନ୍ଦ୍ର ତୁମ ଠାରୁ ସୃଷ୍ଟି

   ତୁମ୍ଭେ ପରମ କାରଣ।3।

 

କି ସୁନ୍ଦର ଏହି ଜଗତ ଗଢିଲ

    ସୁଶୀତଳ ବାଆ ଦେଇ

ଅମୃତ ସମାନ ଫଳ ସାଇତିଛ

   ଏଠି ସେଠି ସବୁଠେଇଁ।4।

 

ପିତା ମାତା କଣ୍ଠେ ତୁମ୍ଭେ ବିରାଜିତ

   ଦେଇଛ ସ୍ନେହ ଆଦର

ଶୟନ ସପନେ ଅବା ଜାଗରେଣ

   ଖୋଜୁଛି ରୂପ ତୁମ୍ଭର।5।

 

ଏ ପ୍ରାଣ ତୁମ୍ଭର ଏ ହୃଦ ତୁମ୍ଭର

   ତୁମ୍ଭେ ଅନନ୍ତ ଅପାର

ତୁମ୍ଭରି ସୃଷ୍ଟି ରେ ଜନ୍ମଲାଭ କରି

    ଧନ୍ୟ ହେଲା ପ୍ରାଣ ମୋର।6।

 

ଏତିକି ପ୍ରାର୍ଥନା ଘେନ ହେ କେଶବ

    ପାଦରେ କରେ ଗୁହାରି

ଏ ସଂସାର ବକ୍ଷୁ ପାପ ତାପ ହିଂସା

   ଅକ୍ଳେଶ ରେ ଦିଅ ମାରି।7।

Related posts

ରାଇରଙ୍ଗପୁରରେ କଂଗ୍ରେସ ଅଣ୍ଟା ସଳଖ କରୁଛି

ଗୋଳାମୁଣ୍ଡା ପୋଲିସ ଦ୍ୱାରା ୬କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ 

Sunil Chandra Nayak

ନାବାଳିକାଙ୍କ ଉନ୍ମତ କାଣ୍ଡ , ଆମ୍ବ ଗଛ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ , ଅଗ୍ନିସମ ବିଭାଗ ଦ୍ଵାରା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!