ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ମଣୀ ଗୋପବନ୍ଧୁ ଦାସ ଙ୍କର ୯୪ ତମ ପୁଣ୍ୟ ତିଥି ପାଳନ

ସେବା ଓ ସେବକ ସପ୍ତାହ ପାଳନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

 ୪୫ ୟୁନିଟ ରକ୍ତ ସଂଗ୍ରହ

ଫୁଲବାଣୀ -:   ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କର ୯୪ ତମ ପୁଣ୍ୟ ତିଥୀ ଅବସରରେ ଫୁଲବାଣୀ ଗୋପବନ୍ଧୁ ଛକ ନିକଟରେ ଥିବା ଗୋପବନ୍ଧୁ ଦାସ ଙ୍କର ପ୍ରତିମୂର୍ତ୍ତି ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୋୖର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଯୋଗ ଦେଇ ଗୋପବନ୍ଧୁ ଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ,ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, କନ୍ଧମାଳ ଜିଲ୍ଲା ସମାଜ ପ୍ରତିନିଧି ଅଶୋକ ମହାନ୍ତି, କିସ ଅନୁଷ୍ଠାନ ର ସଂଯୋଜକ ଭାଗିରଥି ସେଠୀ, ବନଜ୍ୟୋସ୍ନା ସାହିତ୍ୟ ସଂସଦ ସମ୍ପାଦକ ତଥା ସାମ୍ବାଦିକ କାହ୍ନୁ ଚରଣ ଶତପଥୀ, ସମାଜସେବୀ ଅଶୋକ ପ୍ରଧାନ, ଟିମ ହ୍ୟୁମାନିଟି ଆବାହକ ତଥା ସାମ୍ବାଦିକ ଭି. ଲୋକନାଥ ରାଜୁ ସହ ଟିମ ହ୍ୟୁମାନିଟ ସଦସ୍ୟ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସମାଜ ଓ ପ୍ରେସକ୍ଳବ ପକ୍ଷରୁ ସେବା ସେବକ ସପ୍ତାହ ପାଳନ କରାଯାଇଛି। ଏହି ସେବା ସପ୍ତାହ ପାଳନ ଅବସରରେ ଦୈନିକ ସମାଜ ଓ ପ୍ରେସକ୍ଳବ ର ମିଳିତ ସହଯୋଗରେ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ରକ୍ତଦାନ ଶିବିର କୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ତା ସହିତ ଆୟୋଜିତ ରକ୍ତଦାନ ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱ ରଞ୍ଜନ ନାୟକ,ଏସ ଡି ପି ଓ ମହେନ୍ଦ୍ରନାଥ ମୁର୍ମୁ ,ପୋୖରା ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ଫୁଲବାଣୀ ପି ଏ ଆଟି ଡି ଏ ବୀରେନ୍ଦ୍ର ଦାସ,ପୋୖର ନିର୍ବାହୀ ଅଧିକାରୀ ବଳଦେବ ବେହେରା ,ପୋୖର ପରିଷଦ ୱାର୍ଡ ନଂ ୧ ର କାଉନସିଲର ମୃତ୍ୟୁଞ୍ଜୟ ପେରା,ଓ ୮ ୱାର୍ଡ କାଉନସିଲର ରାଜେନ୍ଦ୍ର ପାଢ଼ୀ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରେସକ୍ଳବ ପକ୍ଷରୁ ସଭାପତି ସୁନିଲ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ପ୍ରଥମେ ରକ୍ତଦାନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ କାହ୍ନୁ ଚରଣ ଶତପଥି, ଅଜିତ ମହାରଣା, ସୂର୍ଯ୍ୟ ନାରାୟଣ ବେହେରା,ଶିବ ନାୟକ, ସ୍ବେଚ୍ଛାସେବୀ ପ୍ରଦୀପ ସ୍ୱାଇଁ,ଆଇ ଟି ଆଇ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ସହ ଟିମ ହ୍ୟୁମାନିଟ ର ସଦସ୍ୟ ଓ ଆଇ ଟି ଆଇ ର ଛାତ୍ରଛାତ୍ରୀ ସ୍ବେଛାକୃତ ରକ୍ତଦାନ କରିଥିଲେ। ଆୟୋଜିତ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ସମୁଦାୟ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା। ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ପାଟିଲ ରକ୍ତଦାତା ମାନଙ୍କୁ ସମାଜ ପକ୍ଷରୁ ମାନପତ୍ର ପ୍ରଦାନ କରିଥିଲେ।ଏହି ଶିବିର କୁ ରକ୍ତ ଭଣ୍ଡାର ଅଧିକାରୀ ଡ଼. ଜୟଦୀପ ଘୋଷ,ଟେକ୍ନିସିଆନ କୃଷ୍ଣଚନ୍ଦ୍ର ମହନ୍ତ,ତୁଷାରକାନ୍ତ ପ୍ରଧାନ,ଲକ୍ଷ୍ମୀ ଧର ମଣ୍ଡଳ,ସୁଜିତ ସାହୁ,ବରୁଣ ବେହେରା, ସଂଯୁକ୍ତା ଦଳଛତ୍ର,ପ୍ରମୁଖ କର୍ମଚାରୀ ରକ୍ତ ସଂଗ୍ରହ କରିଥିବା କାର୍ଯ୍ୟ ରେ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ରକ୍ତଦାନ ଶିବିର କୁ ସମାଜ ପ୍ରତିନିଧି ଅଶୋକ ମହାନ୍ତି,ଚକାପାଦ ସମାଜ ପ୍ରତିନିଧି ପ୍ରତାପ କୁମାର ବେହେରା, ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ,ତ୍ରିନାଥ ସାହୁ,ସଦାଶିବ ପାତ୍ର,ସୁନିଲ ବିଶ୍ୱାଳ,ଅଚ୍ୟୁତାନନ୍ଦ ସେଠୀ,ଗୋପାଳ କୃଷ୍ଣ ପଟ୍ଟନାୟକ,ସମାଜସେବୀ ବୈଦ୍ୟନାଥ ଖଟୁଆ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ସଭା ଓ କର୍ମକର୍ତା ନିର୍ବାଚନ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା/ ଗୁରୁବାର ଲକ୍ଷ୍ମୀ ବାର

Sunil Chandra Nayak

Leave a Comment

error: Content is protected !!