ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଳା ଜଜ୍ ଙ୍କ ଅଦାଲତ ରେ କର୍ମରତ ଅଧିକାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭବାନୀପାଟଣା -:  ଆଜି ତା ୩୦/୦୬/୨୦୨୨ ରିଖ ରାତ୍ର ୦୮ ଘଟିକା ସମୟ ରେ ଏକ ଅବସରକାଳୀନ ସଭା ଜିଲ୍ଳା ଜଜ୍ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜନ କରାଯାଇ ଜିଲ୍ଳା ଜଜ୍ ଙ୍କ ଅଦାଲତ ରେ କର୍ମରତ ଶ୍ରୀ ଗଣେଶ ପ୍ରସାଦ ବେହେରା, ଶିରସ୍ତାଦାର ଓ ଶ୍ରୀ ମାନସ ରଂଜନ ସାହୁ, ବେଞ୍ଚ କ୍ଲାର୍କ ,ଗ୍ରେଡ-1 ଦୁହିଁଙ୍କୁ  ମାନ୍ୟବର ଜିଲ୍ଲା ଏବଂ ଦୌରା ଜଜ୍, କଳାହାଣ୍ଡି, ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ କାନୁନଗୋ ଏକ କାଠର ଗଣେଷ ପ୍ରତିମା ସହିତ ଉପଢୋକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।ଏହି ଶାଶ୍ଵତ ପରିବେଶ ରେ ଅନ୍ୟାନ୍ୟଙ୍କ ମଧ୍ୟରେ ଜିଲ୍ଲା ଫେମିଲି ଜଜ୍ ଶ୍ରୀ ଲଳିତ କୁମାର ଦାଶ, ଭିଜିଲାନ୍ସ ଜଜ୍  ଶ୍ରୀ ପ୍ରଣବ କୁମାର ରାଉତରାଏ, ପୋକ୍ସୋ ଜଜ୍  ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ, ପୋକ୍ସୋ ଫାଷ୍ଟ ଟ୍ରାକ ଜଜ୍, ଶ୍ରୀ ଯଦୁମଣି ମିଶ୍ର ଓ ଭବାନୀପାଟଣାର ସମସ୍ତ ବିଚାର ବିଭାଗୀୟ ଅଫିସର ଉପସ୍ଥିତ ଥିଲେ । ସମସ୍ତ ବିଚାର ବିଭାଗୀୟ କର୍ମଚାରୀ ଙ୍କ ଉପସ୍ଥିତିରେ ଶ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ,ରାଷ୍ଟ୍ରୀୟ (ପୂର୍ବାଞ୍ଚଳ) ଅଧ୍ୟକ୍ଷ, ରାଷ୍ଟ୍ରୀୟ ଵିଚାର ବିଭାଗ କର୍ମଚାରୀ ମହାସଂଘ ତଥା ରାଜ୍ୟ ସାଧାରଣ ସମ୍ପାଦକ, ନିଖିଳ ଉତ୍କଳ ଵିଚାର ବିଭାଗ କର୍ମଚାରୀ ସଂଘ , ଓଡିଶା, , ନିଖିଳ ଉତ୍କଳ ଵିଚାର ବିଭାଗ କର୍ମଚାରୀ ସଂଘ ,କଳାହାଣ୍ଡି ଜିଲ୍ଲା ସଭାପତି ଓ ଶ୍ରୀ ଅକ୍ଷୟ କୁମାର ବେହରା, ଜିଲ୍ଲା ସମ୍ପାଦକ ଙ୍କ ଉପସ୍ଥିତି ରେ ଅବସରକାଳୀନ ସଭା ପରିଚାଳନା କରିବା ପରେ ରାତ୍ରକାଳୀନ ଭୋଜୀ କୁ ସମସ୍ତେ ଉପଭୋଗ କରିଥିଲେ ।ଏହି ଶାଶ୍ଵତ ପରିପ୍ରେକ୍ଷୀରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ବିଚାର ପ୍ରତିପାଦନ କରି ସମସ୍ତଙ୍କୁ ଆକର୍ଷିତ କରିପାରିଥିଲେ।

 

Related posts

କଳାହାଣ୍ଡି ର ନାଁ ରଖିଲେ ଜୟରାମ – ୧୦୦ ମିଟର ଦୌଡରେ ରୋପ୍ଯ ପଦକ ହାସଲ

Sunil Chandra Nayak

ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ପାଣିଗ୍ରାହୀ ସମ୍ବର୍ଦ୍ଧିତ

Sunil Chandra Nayak

ଅସମ୍ପୂର୍ଣ୍ଣ ବୈଠକ କୁ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଲ୍ ଙ୍କୁ ଭେଟିଲେ ବିଜେଡି ପlରିଷଦ

Sunil Chandra Nayak

Leave a Comment

error: Content is protected !!