ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ପେକ୍ସ ନିର୍ବାଚନରେ ଲାଲୁ – ରାବିଡି ଯୋଡ଼ି ! ଅଞ୍ଚଳରେ ଚର୍ଚ୍ଚାର ବିଷୟ

ଭବାନୀପାଟଣା (ମନିସ) – ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପରେ ଏବେ ପ୍ରାଥମିକ କୃଷି ସେବା ସମବାୟ ସମିତି (ପେକ୍ସ ) ନିର୍ବାଚନ ସବୁ ଜୋରସୋରରେ ଚାଲିଛି। ନିର୍ବାଚନରେ ସେତେଟା ସରଗରମ ନ ଥିଲେ ହେଁ କିଛି ଅଞ୍ଚଳରେ ଚାଷୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କୁଟୃଖମାର ପେକ୍ସ ନିର୍ବାଚନ ଏକ୍ଷେତ୍ରରେ ବେଶ୍ ରୋଚକ ଓ ଚର୍ଚ୍ଚାର ବିଷୟ ପାଲଟିଛି। ସଦ୍ୟ ସମାପ୍ତ ହୋଇଥିବା ଉପ-ସଭାପତି ନିର୍ବାଚନରେ ଶ୍ରୀମତୀ ପଦ୍ମିନୀ ନାଗ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା ଫଳରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ, କିଛିଦିନ ତଳେ କୁଟୃଖମାର ପେକ୍ସ ସଭାପତି ଭାବେ ଜଣାଶୁଣା ସାମ୍ବାଦିକ ଓ ସମାଜସେବୀ ଶ୍ରୀ ତୁଳମଣି ନାଗ ମଧ୍ୟ ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ। ହେଲେ ଉପ-ସଭାପତି ଭାବେ ଶ୍ରୀମତୀ ନାଗ ମଧ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା ପରେ ଉଭୟ ସଭାପତି ଓ ଉପ-ସଭାପତିଙ୍କୂ ସ୍ଥାନୀୟ ଅଞ୍ଚଳରେ ଲାଲୁ – ରାବିଡି ଙ୍କ ଯୋଡ଼ି ବୋଲି କହିବାରେ ଲାଗିଛନ୍ତି। ଉଭୟ ସଭାପତି ଶ୍ରୀ ତୁଳମଣି ନାଗ ଓ ଉପ-ସଭାପତି ଶ୍ରୀମତୀ ପଦ୍ମିନୀ ନାଗ ପତିପତ୍ନୀ ହୋଇ ଥିବା ଯୋଗୁଁ ଲୋକେ ଭବାନୀପାଟଣା ସହର କାହିଁକି ସମଗ୍ର ଜିଲ୍ଲାରେ ବିରଳ ସଂଯୋଗ ବୋଲି କହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସାଧାରଣତଃ ଅନ୍ୟ ନିର୍ବାଚନ ଗୁଡ଼ିକରେ ସ୍ତ୍ରୀ କ୍ଷମତାରେ ଥିଲେ ସ୍ଵାମୀ ମାନେ କାର୍ଯ୍ୟ ତୁଲାଉଥିବା ଦେଖିବାକୁ ମିଳେ। କିନ୍ତୁ କୁଟୃଖମାର ପେକ୍ସ ନିର୍ବାଚନରେ ଉଭୟ ସ୍ବାମୀ-ସ୍ତ୍ରୀ ଦୁଇ ପଦବୀରେ ରହି ଜନ ସାଧାରଣ ତଥା କୃଷକଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଭବାନୀପାଟଣା ରୁ ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ।

Related posts

ଆଜି ଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

Sunil Chandra Nayak

ନୂତନ ରାଷ୍ଟ୍ରପତି ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ୟୁନାଇଟେଡ଼ ଖ୍ରୀଷ୍ଟିଆନ୍ ସଂଘ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ଅଦାଲତର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦାବି ପତ୍ର ପ୍ରଦାନ କଲେ ଜିଲ୍ଲା ଓକିଲ ସଙ୍ଘ 

Sunil Chandra Nayak

Leave a Comment

error: Content is protected !!