ଘୋଷ ଯାତ
ଜନମ ବେଦୀକୁ କାଳିଆ ଯିବାକୁ
ମନ ତୋ ଚଞ୍ଚଳ ହୁଅଇ ବାଇ
ଗୁଣ୍ଡିଚା ମାତାତ ଚାହିଁ ବସି ଅଛି
ଚିତ୍ତ ତାର କାହିଁ ଲାଗୁନି ଯାଇ (1)
ଆଗୁଆ ଆଗୁଆ ନୀତି କାନ୍ତି ତୋର
କରିତୁ କରାଉ ପଣ୍ଡାଙ୍କୁ ନେଇ
ଭକତଙ୍କ ପାଇଁ ବଡଦାଣ୍ଡଟାରେ
ଅଟକି ରହିବୁ ଭିଡ଼ ଲଗାଇ (2)
ଆଷାଢ଼ ମେଘକୁ ଦେଖି ଚାଷୀକୁଳ
ଭୁଲିଯାଇଥାନ୍ତି ଗ୍ରୀଷ୍ମର ଦାଉ
ନନ୍ଦିଘୋଷାକାଶେ ତୁ କଳା ବଉଦ
ଦୁଃଖୀ ଦୁଃଖ, ପାପ ହରିଣ ନେଉ (3)
ରଥତ ପ୍ରସ୍ତୁତ ପଥତ ପ୍ରସ୍ତୁତ
ଅପୂର୍ବ ମିଳନ ଭକତ ଭଟ୍ଟ
ତେଣୁ ଅଗୁସାର ହେଉତୁ ବାହାର
ଦୁଇ ଯୁଗ ଲାଗେ ରଥରେ ଭେଟ (4)
ଝୁଲକୁ ଝୁଲାଇ ଡାକୁଛ ଗୋସାଇଁ
ଦେବ, ଜନ, ଗନ୍ଧର୍ବାଶରୀରକୁ
ତୋ ରଥ ଦଉଡି ହାତେ ଦେଇ ଭିଡି
ଭାବେ ଭଳି ତାରୁ ଭବ ନାବକୁ (5)
ସଂସାର ଜଞ୍ଜାଳେ ଭାସି ବୁଡି ହେଳେ
ତୁମ ଯାତ ଦେଖି ପାରୁନି ଯାଇ
ଦୂରଦର୍ଶନରେ ଦେଖି ରଥପରେ
ତୋ ଇଛା ବିନାକି ପତ୍ର ହଲଇ(6)
ଦୂରୁ ମୋ ପ୍ରଣତି ଘେନ ଯଦୁପତି
ଆନ ରଥେ ଦେଖେ ତୁମ ମୂରତି
ଭବ ଭଳିଆ ହେ ମୋ ଭାବ ତୋଠାରେ
ରଖିଥିବୁ ସଦା ପୟରେ ନିତି (7)
ତ୍ରିପତି ପ୍ରଧାନ
ସଂସ୍କୃତ ଶିକ୍ଷକ, ଚିକିଟି, ଗଞ୍ଜାମ