ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିପତି ପ୍ରଧାନ ଙ୍କ କବିତା ଘୋଷ ଯାତ 

ଘୋଷ ଯାତ 

ଜନମ ବେଦୀକୁ କାଳିଆ ଯିବାକୁ

 ମନ ତୋ ଚଞ୍ଚଳ ହୁଅଇ ବାଇ

ଗୁଣ୍ଡିଚା ମାତାତ ଚାହିଁ ବସି ଅଛି

ଚିତ୍ତ ତାର କାହିଁ ଲାଗୁନି ଯାଇ (1)

ଆଗୁଆ ଆଗୁଆ ନୀତି କାନ୍ତି ତୋର

କରିତୁ କରାଉ ପଣ୍ଡାଙ୍କୁ ନେଇ

ଭକତଙ୍କ ପାଇଁ ବଡଦାଣ୍ଡଟାରେ

ଅଟକି ରହିବୁ ଭିଡ଼ ଲଗାଇ (2)

ଆଷାଢ଼ ମେଘକୁ ଦେଖି ଚାଷୀକୁଳ

ଭୁଲିଯାଇଥାନ୍ତି ଗ୍ରୀଷ୍ମର ଦାଉ

ନନ୍ଦିଘୋଷାକାଶେ ତୁ କଳା ବଉଦ

ଦୁଃଖୀ ଦୁଃଖ, ପାପ ହରିଣ ନେଉ (3)

ରଥତ ପ୍ରସ୍ତୁତ ପଥତ ପ୍ରସ୍ତୁତ

ଅପୂର୍ବ ମିଳନ ଭକତ ଭଟ୍ଟ 

ତେଣୁ ଅଗୁସାର ହେଉତୁ ବାହାର

ଦୁଇ ଯୁଗ ଲାଗେ ରଥରେ ଭେଟ (4)

ଝୁଲକୁ ଝୁଲାଇ ଡାକୁଛ ଗୋସାଇଁ

ଦେବ, ଜନ, ଗନ୍ଧର୍ବାଶରୀରକୁ

ତୋ ରଥ ଦଉଡି ହାତେ ଦେଇ ଭିଡି

ଭାବେ ଭଳି ତାରୁ ଭବ ନାବକୁ (5)

ସଂସାର ଜଞ୍ଜାଳେ ଭାସି ବୁଡି ହେଳେ

ତୁମ ଯାତ ଦେଖି ପାରୁନି ଯାଇ

ଦୂରଦର୍ଶନରେ ଦେଖି ରଥପରେ

ତୋ ଇଛା ବିନାକି ପତ୍ର ହଲଇ(6)

ଦୂରୁ ମୋ ପ୍ରଣତି ଘେନ ଯଦୁପତି

ଆନ ରଥେ ଦେଖେ ତୁମ ମୂରତି

ଭବ ଭଳିଆ ହେ ମୋ ଭାବ ତୋଠାରେ

ରଖିଥିବୁ ସଦା ପୟରେ ନିତି (7)

        ତ୍ରିପତି ପ୍ରଧାନ

ସଂସ୍କୃତ ଶିକ୍ଷକ, ଚିକିଟି, ଗଞ୍ଜାମ

 

Related posts

ଚାଷୀଙ୍କ ପାଇଁ ବିଧାନସଭାରେ ଗର୍ଜିଲେ ଅଧିରାଜ

Sunil Chandra Nayak

ସରସ୍ୱତୀ ଶିଶୁ ମନ୍ଦିର ନୂତନ ଶ୍ରେଣୀ କୋଠରି ଉଦଘାଟନ କଲେ କୋକସରା ବ୍ଲକ ଅଧ୍ୟକ୍ଷା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

Leave a Comment

error: Content is protected !!