ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ- ରଥ ପଥ ଭକ୍ତ ଏକାକାର 

ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟ ରେ ଘୋଷ ଯାତ୍ରା ସମ୍ପନ୍ନ

ଧର୍ମଗଡ:୦୧/୦୭/୨୨: ଆଜି ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟ ରେ ଧର୍ମଗଡ ସହର ରେ ଶ୍ରୀ ଜୀଉ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ରୀତି ନୀତି ଅନୁଯାୟୀ ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା । ଧର୍ମଗଡ ବିଧାୟକ ମୌଷଧୀ ବାଗ ଛେରା ପହଁରା କରି ଥିଲେ । ଦୀର୍ଘ ଦୁଇବର୍ଷ ହେବ କରୋନା କଟକଣା ପାଇଁ ରଥଯାତ୍ରା ବନ୍ଦ ରହିଥିଲା । ଫଳ ରେ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ରଥ ରେ ଦର୍ଶନ କରି ପ୍ରଭୂ କୃପା ଲାଭ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ରଥ ଯାତ୍ରା ଦେଖିବା ପାଇଁ ଜିଲ୍ଲା ତଥା ପଡୋଶୀ ଛତିଶଗଡ଼ ରାଜ୍ୟ ଦେଭୋଗ ଅଞ୍ଚଳ ରୁ ଭକ୍ତ ମାନେ ଭିଡ ଜମାଇଥିଲେ । ରଥ ଯାତ୍ରା ରେ ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଭିଡ କୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ବେଳେ ଟ୍ରଷ୍ଟ ବୋର୍ଡ ସଭାପତି ତଥା ଉପଜିଲ୍ଲାପାଳ ସଚିନ ପ୍ରକାଶ,ଡିଏସପି ଧିରଜ ଚୋପଦାର ଉପସ୍ଥିତ ରହି ତଦାରଖ କରି ଥିଲେ । ରଥଯାତ୍ରା ପାଳନ କମିଟି ସଦସ୍ୟ ସମେତ ମନ୍ଦିର ଟ୍ରଷ୍ଟ ର ସଦସ୍ୟ ମାନେ ଉପସ୍ଥିତ ରହି ରଥଯାତ୍ରା କୁ ସଫଳ ପରିଚାଳନା କରିଥିଲେ ।

ପିଲାଙ୍କ କୁନି ରଥ ବିଶେଷ ଆକର୍ଷଣ:

ଆଜି ଘୋଷ ଯାତ୍ରା ସମୟରେ କୁନି କୁନି ପିଲାଙ୍କ ଦ୍ଵାରା ପ୍ରସ୍ତୁତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ତିନି ରଥ ଆକର୍ଷଣୀୟ ହୋଇଥିଲା । ଭବଜୀତ ନାଏକ ରଥ ପ୍ରସ୍ତୁତ କରିଥିବା ବେଳେ ଜ୍ଞାନ ରଞ୍ଜନ ନାଏକ, ପ୍ରିନ୍ସ ନାଏକ, ଶିବାନ୍ଶ ନାଏକ ଓ ଝାନ୍ସିରାଣୀ ନାଏକ ସହାୟତା କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ବଜ୍ରପାତରେ ଵୃଦ୍ଧା ଗୁରୁତର

Sunil Chandra Nayak

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସଦଭାବନା ଦିବସ ପାଳିତ 

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା ଜୀବନର ବାଟ

Sunil Chandra Nayak

Leave a Comment

error: Content is protected !!