ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ ସମସ୍ୟା ର ସମାଧାନ ପାଇଁ ଗଠନ ହେଲା ବିଦ୍ୟୁତ ଉପଭୋକ୍ତା ମହାସଂଘ

 ଢେଙ୍କାନାଳ:ଗତ କାଲି ଅପରାହ୍ନ ରେ କାଇମାଟି ଗ୍ରାମ ପଞ୍ଚାୟତ ବୈଠକ ଗୃହରେ ବେଲଟିକିରି, ନାଗିଆପସି ଏବଂ କାଇମାଟି ଗ୍ରାମ ପଞ୍ଚାୟତ ର ଶତାଧିକ ବିଦ୍ୟୁତ ଉପଭୋକ୍ତା ମାନଙ୍କ ର ଏକ ମହାସଂଘ ଗଠନ ହୋଇଯାଇଛି |ଉକ୍ତ ଅଂଚଳ ରେ ବିଦ୍ୟୁତ ଯୋଗାଣ ରେ ଘୋର ଅନିୟମିତତା ସୃଷ୍ଟି କରୁଥିବାରୁ ଉପଭୋକ୍ତା ମାନେ ବେଲଟିକିରି ସରପଞ୍ଚ ଶ୍ରୀ ବଳଭଦ୍ର ସାମଲ ଏବଂ ଆଇନଜୀବୀ ଶ୍ରୀ ପ୍ରକାଶ ଚନ୍ଦ୍ର ରାଉତ ଙ୍କ ଆବାହକତ୍ୱ ରେ କାଇମାଟି ଠାରେ ବରିଷ୍ଠ ସମାଜଦେବୀ ଶ୍ରୀଯୁକ୍ତ କପିଳେଶ୍ଵର ବେହେରା ଙ୍କ ସଭାପତିତ୍ବ ଏବଂ କାଇମାଟି ର ଯୁବ ସରପଞ୍ଚ ଶ୍ରୀ ଅମିତଜ୍ୟୋତି ସ୍ୱାଇଁ ଙ୍କ ଆୟୋଜନ ରେଏବଂ ନାଗିଆପସି ସରପଞ୍ଚ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ବେହେରା ଙ୍କ ଉପସ୍ଥିତି ରେ ଏକ ମିଳିତ ବୈଠକ କରି ବିଦ୍ୟୁତ ଯୋଗାଣ ରେ ଟାଟା ପାୱାର ର ମନମାନିକୁ ତୀବ୍ର ନିନ୍ଦା କରି ଏହାର ପ୍ରତିବାଦ ଏବଂ ଉକ୍ତ ସମସ୍ୟା ର ସ୍ଥାୟୀ ସମାଧାନପାଇଁ ବିଦ୍ୟୁତ ଉପଭୋକ୍ତା ମହାସଂଘ ଗଠନ କରିଛନ୍ତି |ପ୍ରାରମ୍ଭ ରେ ଶ୍ରୀ ଯୁକ୍ତ ଦୀପ୍ତି ରଞ୍ଜନ ସ୍ୱାଇଁ ଏବଂ ପ୍ରକାଶ ଚନ୍ଦ୍ର ରାଉତ ଉକ୍ତ ବୈଠକ ର ଅଭିପ୍ରାୟ ବିଷୟ ରେ ସୂଚନା ଦେଇଥିଲେ  | ପରେ ପରେ ସର୍ବଶ୍ରୀ ସତ୍ୟବ୍ରତ ଦାସ, ମୁରଲୀ ମହାରଣା, ବିବେକାନନ୍ଦ ସାମଲ, ପ୍ରଦୀପ କୁମାର ଦାସ, ସତ୍ୟନାରାୟଣ ମିଶ୍ର,ଚିନ୍ମୟ ସେଠୀ, ମାଧବାନନ୍ଦ କର, ପ୍ରଶାନ୍ତ ଦେହୁରୀ, ଦିଲ୍ଲିପ ସାମଲ, ସୁବାସ ପୃଷ୍ଟି, କୃତିବାସ ବିଶ୍ୱାଳ ପ୍ରମୁଖ ନିଜସ୍ୱ ମତ ରଖିବା ସହ ଟାଟା ପାୱାର ର ବିଦ୍ୟୁତ ଯୋଗାଣ ଅବହେଳା କୁ ଦୃଢ଼ ନିନ୍ଦା କରି ଏହାର ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ସମସ୍ତ ବିଦ୍ୟୁତ ଉପଭୋକ୍ତା ମିଳିତ ସ୍ୱର ଉଠାଇବା ପାଇଁ ଆହ୍ୱାନ ଦେଇଥିଲେ | ବେଲଟିକିରି ସରପଞ୍ଚ ଶ୍ରୀ ବଳଭଦ୍ର ସାମଲ, ନାଗିଆପସି ସରପଞ୍ଚ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ବେହେରା ଏବଂ କାଇମାଟି ସରପଞ୍ଚ ଶ୍ରୀ ଅମିତଜ୍ୟୋତି ସ୍ୱାଇଁ ଉପଭୋକ୍ତା ମାନଙ୍କ ର ସମସ୍ୟା କୁ ଉପଲବ୍ଧି କରି ତୁରନ୍ତ ଏକ ଅଦ୍ୟ ବୈଠକ ରେ ଉପସ୍ଥିତ ଥିବା ସମସ୍ତ ଉପଭୋକ୍ତା ମାନଙ୍କୁ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ ର ଘୋଷଣା କରିଥିଲେ ଏବଂ ଅତିଶୀଘ୍ର ସମସ୍ତ ଉପଭୋକ୍ତା ମାନେ ଉକ୍ତ ମହାସଂଘ ରେ ସାମିଲ ହେବାକୁ ମିଳିତ ଆହ୍ୱାନ ଦେଇଥିଲେ | ତେଵେ ଉକ୍ତ ମହାସଂଘ ର ପରବର୍ତ୍ତୀ ବୈଠକ ଆସନ୍ତା ତା ୧୦.୦୨.୨୨ରିଖ ରେ ନାଗିଆପସି ପଞ୍ଚାୟତ ବୈଠକ ଗୃହ ରେ ଆୟୋଜିତ ହେବ ବୋଲି ନାଗିଆପସି ସରପଞ୍ଚ ଶ୍ରୀଯୁକ୍ତ ବେହେରା ଜଣାଇଛନ୍ତି ଏବଂ ଉକ୍ତ ବୈଠକ ରେ କାଇମାଟି, ବେଲଟିକିରି ଏବଂ ନାଗିଆପସି ପଞ୍ଚାୟତ ର ପ୍ରାୟ ସମସ୍ତ ଉପଭୋକ୍ତା ଉପସ୍ଥିତ ରହିବାକୁ ମହାସଂଘ ତରଫରୁ ନିବେଦନ ଅଛି |ନାଗିଆପସି ବୈଠକ ରେ ଉକ୍ତ ବିଦ୍ୟୁତ ଉପଭୋକ୍ତା ମହାସଂଘ କୌଣସି ଚରମ ପଦକ୍ଷେପ ନେବା କଥା ଜଣାପଡିଛି |

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ 

Related posts

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

ଚାଲ ଗଛ ଲଗାଇବା ପରିବେଶ ବଞ୍ଚାଇବା” ଗୀତର ପୋଷ୍ଟର ଉନ୍ମୋଚିତ 

Sunil Chandra Nayak

ପ୍ରଶାନ୍ତ ଦାଶ ପାଇବେ ‘ଯୁବ ଲେଖକ ପୁରସ୍କାର’

Sunil Chandra Nayak

Leave a Comment

error: Content is protected !!