ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏସଡିଜିଏମ ସ୍ମରଣିକା ପ୍ରଧାନଙ୍କ ଅକାଳ ଦୈବ ଦୁର୍ଘଟଣା ଜନିତ ମୃତ୍ୟୁରେ ରାଇରଙ୍ଗପୁର କୋର୍ଟରେ ଏବଂ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଗଭୀର ଶ୍ରଦ୍ଧାଞ୍ଜଳି

ମୟୂରଭଞ୍ଜ – ୦୪/୦୭/୨୨ (ମସିହା) ଗତ ଜୁନ ୩୦ ତାରିଖ ପରାହ୍ନରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କୋର୍ଟର ଏସଡିଜିଏମ ସ୍ମରଣିକା ପ୍ରଧାନଙ୍କ ପୁରୀ ରଥଯାତ୍ରା ଦର୍ଶନ ଏବଂ ତାଙ୍କ ପୈତୃକ ଗ୍ରାମରେ ବାଲୁଙ୍କେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାପାଇଁ ନିଜ ସ୍ବାମୀଙ୍କ ସହ ନିଜ କାରରେ ଯାଉଥିବା ସମୟରେ ଜାତୀୟ ରାଜପଥ ୪୯ ନମ୍ବର ଯଶିପୁର ର ଚାଇଁନେବଦା ଗ୍ରାମ ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।ତାଙ୍କରି ଅମର ଆତ୍ମାର ସଦଗତି ପାଇଁ ରାଇରଙ୍ଗପୁର କୋର୍ଟରେ ଏବଂ ଓକିଲ ସଂଘ ତରଫରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଵଜଜ୍ ବାସୁଦେବ ଆଚାର୍ଯ୍ୟ, ଜେଏମଏଫସି ମୋନିକା ଆଚାର୍ଯ୍ୟ,ବର୍ଷୀୟାନ ଓକିଲ ରସାନନ୍ଦ ଲେଙ୍କା, ପୂର୍ବତନ ଓକିଲ ସଂଘ ସଭାପତି ପ୍ରଭାସ କବି, ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି,ସଂପାଦକ ହରି ଚରଣ ସାହୁ,ବୀର କିଶୋର ମହାପାତ୍ର ସରକାରୀ ଓକିଲ ଅର୍ଚନା ଦତ୍ତ, ସରକାରୀ ଓକିଲ ଲକ୍ଷ୍ମୀ ମହାନ୍ତି, ସରକାରୀ ଓକିଲ ନିୟତି ମହାନ୍ତି, ନମିତା ଦତ୍ତ,କାର୍ଯ୍ୟରତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ସ୍ମରଣିକା ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭିର‌ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ପାଖରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା ସ୍ମରଣିକା ପ୍ରଧାନ ଜଣେ ମିଷ୍ଟଭାଷୀ, ଦାୟିତ୍ଵ ସଂପନା ଜଜ୍, କଠିନ ପରିଶ୍ରମୀ ,ଦରଦି ମହିଳା,ପରୋପକାରୀ , ଧର୍ମପରାୟଣା ଯୁବ ନ୍ୟାୟଧୀଶ ଥିଲେ ।କର୍ମ କ୍ଷେତ୍ରରେ ଯେମିତି ନିଷ୍ଠାବାନ ନିଜର ପରିବାର ପ୍ରତି ମଧ୍ଯ ସେତିକି ଉତ୍ସର୍ଗୀକୃତ ଥିଲେ । ଦେଢ଼ ବର୍ଷ ହେଲା ରାଇରଙ୍ଗପୁର କୋର୍ଟରେ ନିଷ୍ଠାର ସହ ଦାୟିତ୍ଵ ନିଭାଇଥିଲେ । ଅଳ୍ପ ଦିନରେ ରାଇରଙ୍ଗପୁର ସହରବାସୀଙ୍କର ଅତି ନିକଟତର ହୋଇପାରିଥିଲେ । ଜଗନ୍ନାଥ ମହାପ୍ରଭୁ ଏଭଳି ଦୁଃଖଦ ସମୟରେ ତାଙ୍କର ସ୍ବାମୀ , ଶଶୁର ଘର ଓ ପୈତୃକ ଘର‌ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ପରିସ୍ଥିତିର ମୁକାବିଲା ପାଇଁ । ସେହିଭଳି ରାଇରଙ୍ଗପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ଓକିଲ ସଂଘର କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଅଧୀବକ୍ତା ସାମିଲ ହୋଇ ସ୍ବର୍ଗତ ଏସଡିଜିଏମ ସ୍ମରଣିକା ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ମୃତିଚାରଣ ସଭାରେ ଯୁବନ୍ଯାୟଧୀଶ ସ୍ମରଣିକା ପ୍ରଧାନଙ୍କ ଅକାଳ ବିୟୋଗ ନେଇ ତାଙ୍କ ଅମର ଆତ୍ମାର ସ୍ଥିତି ନିମନ୍ତେ ଭଗବାନଙ୍କ ପାଖରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଅଧୀବକ୍ତାମାନେ ତାଙ୍କର କାର୍ଯ୍ୟଦକ୍ଷତା,ଓକିଲ ମାନଙ୍କ ସହ ସୁସଂପର୍କ ରଖିବା,ପ୍ରକୃତ ନ୍ୟାୟ ପାଉଥିବା ଲୋକଙ୍କୁ ନ୍ୟାୟ ଦେବା, ଇତ୍ୟାଦି ଉପରେ ଅଧୀବକ୍ତାମାନେ ଆଲୋକପାତ କରିଥିଲେ ।ଏଭଳି ଦୁଃଖଦ ସମୟରେ ଜଗନ୍ନାଥ ମହାପ୍ରଭୁ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ସମସ୍ତେ କହିଥିଲେ ।ଶୋକସଭାରେ ବର୍ଷିୟାନ ଅଧୀବକ୍ତା ରସାନନ୍ଦ ଲେଙ୍କା,ପ୍ରଭାସ କବି,ସଂପାଦକ ହରି ଚରଣ ସାହୁ ରାଜେନ୍ଦ୍ର ରାମ, ମନୋଜ ଦାସ,ଜୀବନ ପାତ୍ର, ରାମେଶ୍ବର ଅଧିକାରୀ,କିଶୋର ମହାନ୍ତ,ବୈଜୟନ୍ତୀ ଦଳେଇ, ନିବେଦିତା ଗିରି,ରାନୀ ହାଁସଦା, ପ୍ରଧାନ ମାଡାମ, ବିଭୁ ପ୍ରସାଦ ଲେଙ୍କା, ସମେତ ବହୁ ଅଧୀବକ୍ତା ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଗନ୍ନାଥ ଜଣାଣ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା କହିବା ଅଳପ ଶୁଣିବା ବେଶୀ

Sunil Chandra Nayak

ବିଶ୍ୱ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!