ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଟ୍ରିକ ରେଜଲ୍ଟ: ୬ତାରିଖ ଦିନ ୧ଟାରେ ପ୍ରକାଶ ପାଇବ

www.bseodisha.ac.inରେ ଉପଲବ୍ଧ ହେବ ରେଜଲ୍ଟ www.bseodisha.nic.inରେ ପରୀକ୍ଷାଫଳ ଉପଲବ୍ଧ ହେବ….

ଜୁଲାଇ ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଏନେଇ ଶିକ୍ଷା ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିବା ବେଳେ, ମାଟ୍ରିକ ପରୀକ୍ଷା ଫଳ ନେଇ ବୋର୍ଡ ପକ୍ଷରୁ ପ୍ରେସ୍‌ମିଟ୍‌ କରାଯାଇଛି । ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ।

www.bseodisha.ac.inରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.nic.inରେ ପରୀକ୍ଷାଫଳ ଉପଲବ୍ଧ ହେବ । ସେହିପରି ପରୀକ୍ଷାର୍ଥୀ ମାନେ ମଧ୍ୟ ମୋବାଇଲ ମାଧ୍ୟମରେ ଫଳାଫଳ ଜାଣିପାରିବେ। ନିଜର ମୋବାଇଲ ରୁ OR10 ଏବଂ ନିଜର ରୋଲ ନମ୍ବର କୁ ଟାଇପ କରି 5676750 କୁ ପଠାଇଲେ ଫଳାଫଳ ଜାଣିହେବ ବୋଲି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହାର ଉଦ୍‌ଘାଟନ କରିବେ । ପରୀକ୍ଷା ପରିଚାଳନା କମିଟି ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରଥମେ ଅନୁମୋଦନ କରିବେ । ପରେ ପରୀକ୍ଷାଫଳ ପ୍ରକାଶ ପାଇବ ।www.bseodisha.ac.in ଏବଂ www.bseodisha.nic.in ବୋର୍ଡ ୱେବସାଇଟରେ ପରୀକ୍ଷାର୍ଥୀ ମାନେ ଫଳାଫଳ ଜାଣିପାରିବେ। ଅପରାହ୍ନ ୨ ଟାରୁ ଏହା ୱେବ ସାଇଟରେ ଉପଲବ୍ଧ ହେବ ।

ରାଜ୍ୟରେ ୩୫୪୦ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪,୪୪୩ ଜଣ ମଧ୍ୟମା ଏବଂ ୯,୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି। ଏଥିପାଇଁ ରାଜ୍ୟରେ ୩୧୫ ଟି ନୋଡାଲ ସେଣ୍ଟର କରାଯାଇଥିଲା। ନୋଡାଲ ସେଣ୍ଟର ମାନଙ୍କରେ ୨୪ ଘଣ୍ଟିଆ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଶ୍ରୀରାମ ଚରିତ ମାନସ ଓ ନବାହ୍ନ ପାରାୟଣ ଓ ପ୍ରବଚନ

Sunil Chandra Nayak

ଦେଶର ସର୍ବୋଚ୍ଚ ଆସନ ପାଇଁ ଗଣତନ୍ତ୍ର ପ୍ରକ୍ରିୟା…

Sunil Chandra Nayak

ମୟୂରଭଞ୍ଜ ୨ ବିଜେଡ଼ି ଉପସଭାପତିଙ୍କୁ ଜାମଦା ବିଜେଡ଼ି ପକ୍ଷରୁ ସ୍ବାଗତ ଓ ଶୁଭେଚ୍ଛା

Sunil Chandra Nayak

Leave a Comment

error: Content is protected !!