ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ! ପୋଲିସ ର ତଦନ୍ତ ଶିଥିଳ, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଏସ ପି ଙ୍କୁ ଭେଟି ଅଭିଯୁକ୍ତ ମାନଙ୍କ ର ଗିରଫ ଦାବୀ କଲା କୁଇ ସମାଜ ସେବା ସମିତି ମହିଳା ସଙ୍ଗଠନ

ଫୁଲବାଣୀ -: ନାବାଳିକା ୯ ଶ୍ରେଣୀ ଛାତ୍ରୀଙ୍କୁ ଅଭିଯୁକ୍ତ ମାନେ ଦୁଷ୍କର୍ମ ପରେ ହତ୍ୟା କରି ତା ୧୮/୬/୨୦୨୨ ତାରିଖ ଦିନ ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରି ଘଟଣା ସମ୍ପର୍କରେ ସଦର ଥାନାରେ ମୃତା ନାବାଳିକା ର ମାଆ ଯଶୋଦା କଁହର ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଆଜି ପର୍ଯ୍ୟନ୍ତ ୧୦/୧୫ ଦିନ ବିତି ଯାଇଥିଲେ ମଧ୍ୟ ସଦର ଥାନା ପୋଲିସ ର ଶୀଥିଲତା କୁ  ବିରୋଧ କରି କେନ୍ଦ୍ର କୁଇସମାଜ ସେବା ସମିତି କନ୍ଧମାଳ ମହିଳା ସଙ୍ଗଠନ ସମ୍ପାଦିକା ଗୀତାଞ୍ଜଳି କଁହର ଉପ ସଭାନେତ୍ରୀ ସାଇବେଣୀ କଁହର ଙ୍କର ନେତୃତ୍ୱରେ ମୃତା ନାବାଳିକା ର ମାଆ ଯଶୋଦା କଁହର ବାପା ପ୍ରତାପ କଁହର କନ୍ଧମାଳ ଏସ ପି ଭିନିତ ଅଗ୍ରୱାଲ ଙ୍କୁ ଭେଟି ଆଲୋଚନା କରି ମହିଳା ମାନେ ନିରପେକ୍ଷ ତଦନ୍ତ କରାଯାଇ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନିମନ୍ତେ ଦାବି କରିଥିଲେ। କନ୍ଧମାଳ ଏସ ପି ଶ୍ରୀ ଅଗ୍ରୱାଲ ସେହି ଝିଅ ର ପୋଷ୍ଟମୋର୍ଟାମ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା କୁଇସମାଜ ସେବା ସମିତି ମହିଳା ସମ୍ପାଦିକା ଗୀତାଞ୍ଜଳି କଁହର ଗଣମାଧ୍ୟମ କୁ କହିଥିବାବେଳେ ମୃତ ନାବାଳିକା ର ମାଆ ମୋ ଝିଅ ର ଝୁଲନ୍ତା ମୃତ ଦେହକୁ ପୋଲିସ ଗଛରୁ ଉଦ୍ଧାର କଲାବେଳେ ଝିଅ ଦେହରେ ପୁରୁଷ ପୋଷାକ ଥିଲା ମୋ ଝିଅ ନିଖୋଜ ଥିବା ବେଳେ ଯେଉଁ ଡ୍ରେସ ପିନ୍ଧି ଯାଇଥିଲା ସେହି ମହିଳା ପୋଷାକ ନଥିଲା କିମ୍ବା ମୋ ଝିଅ ଦେହରେ ଅନ୍ତବସ୍ତ୍ର ନଥିଲା ମୋ ଝିଅକୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି । ଯେଉଁ ପିଲା ମାନଙ୍କୁ ସନ୍ଦେହ କରି ଆମ୍ଭେ ପୋଲିସ କୁ କହିଛୁ ପୋଲିସ ସେମାନଙ୍କୁ ଡାକି ପଚରାଉଚରା କରୁ ନାହିଁ କିମ୍ବା ସେମାନଙ୍କୁ ଗିରଫ କରୁନଥିବା ଯୋଗୁଁ ପୋଲିସ ର କାର୍ଯ୍ୟ ପ୍ରତି ସନ୍ଦେହ ଲାଗୁଛି ବୋଲି ମୃତା ନାବାଳିକା ର ମାଆ ଯଶୋଦା ଏସ ପି ଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଗଣମାଧ୍ୟମ କୁ କହିଥିଲେ। ତାସହିତ ମୋ ମୃତ ନାବାଳିକା ଝିଅ ଖଜୁରିପଡା ଲେମ୍ବୁ ବଗିଚା ଆଶ୍ରମ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢୁଥିଲା ।ତା ୧୫ /୬/୨୦୨୨ ରିଖ ଦିନ ମୋ ଝିଅ ସନ୍ଧ୍ୟାରେ ଘରୁ କୁଆଡେ ଚାଲିଯାଇଥିଲା । ଆମେ କେତେ ଖୋଜାଖୋଜି କରି ମଧ୍ୟ ତାର ସନ୍ଧାନ ପାଇନଥଲୁ । ସେହି ଯୁବକ ମାନେ ହିଁ ଦୁଷ୍କର୍ମ କରିବା ପରେ ହତ୍ୟା କରି ୧୮/୬/୨୦୨୨ ଦିନ ଗଛରେ ଝୁଲାଇ ଦେଇଥିବା ଆମେ ସନ୍ଦେହ କରି ଥାନାରେ ଅଭିଯୋଗ କରିଛୁ ବୋଲି ମୃତା ନାବାଳିକା ଝିଅର ମାଆ ଗଣମାଧ୍ୟମ ଆଗେ କହିଥିବାବେଳେ ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ ନକଲେ ଆଗାମୀ ଦିନରେ କୁଇସେବା ସମିତି ପକ୍ଷରୁ ରାଜ ରାସ୍ତା କୁ ଓଲ୍ହାଇ ଆନ୍ଦୋଳନ କରାଯିବ ବୋଲି ଗଣମାଧ୍ୟମ କୁ ଗୀତାଞ୍ଜଳି କଁହର ଓ ସାଇବେଣୀ କଁହର ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

ଖଡ଼ିଆଳ ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଠିତ

Sunil Chandra Nayak

ଦୂର ହେଲା ପାଣି ନିଷ୍କାସନ ସମସ୍ୟା, ଖୁସିହେଲେ ଆନ୍ଦୋଳନକାରୀ

Sunil Chandra Nayak

Leave a Comment

error: Content is protected !!