ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସରାଏ ବର୍ଷାରେ ସରକାରୀ ପ୍ରାଥମିକ ବିଦ୍ଯାଳୟ ପାଚେରୀ ଭୂଷୁଡି ପଡିଲା

ଥୁଆମୂଳ ରାମପୁର:୫/୭- ମ.ନୀ.ସ:- ଅସରାଏ ବର୍ଷାରେ ଭୂଷୁଡି ପଡିଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପାଚେରୀ ଏନେଇ ସୂଚନା ଦେଇଥିଲେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ। ସୂଚନରୁ ଜଣାଯାଇଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୁଣପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ପୋଲିଙ୍ଗ ପଦର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପାଚେରୀ ଭୂଷୁଡି ପଡିଛି। ଏହି ଅସରାଏ ବର୍ଷା ଯୋଗୁଁ ପାଚେରୀ ଭୂଷୁଡି ପଡିଲା ହେଲେ ଆଗକୁ ବର୍ଷା ଆଉ ଅଧିକ ହେବା ସମ୍ଭାବନା ରହିଅଛି, ସେହି ସମୟ ତୋ ଅଧିକ ଅସମ୍ଭାଳ ହୋଇପଡିବ। ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି। ସ୍କୁଲର ସୂରକ୍ଷା ସୃଷ୍ଟିରୁ ପାଚେରୀ ବହୁତ ସହାୟକ ହେଉଥିଲା। ପାଚେରୀ ଭାଙ୍ଗିଯିବାରୁ ସ୍କୁଲ ପରିସରକୁ ଅବାଧରେ ଚରା ଗାଈଗୋରୁ ଓ ରାତିରେ ହିଂସ୍ର ବନ୍ଯପ୍ରାଣୀଙ୍କ ପ୍ରବେଶ କରିପାରନ୍ତି ବୋଲି ଆଶଙ୍କା କରୁଛନ୍ତି। ତେଣୁ ତୂରନ୍ତ ପାଚେରୀ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତା ରେ ଭାଗ ନେବା ନିମନ୍ତେ କନ୍ଧମାଳ ଟିମ ର ଭୁବନେଶ୍ୱର ଯାତ୍ରା 

Sunil Chandra Nayak

ସଜ୍ଜନ ଅଗ୍ରୱାଲଙ୍କୁ ଦେବଗିରି ସେବା ସମ୍ମାନ, ଲୋକକଳା ସମ୍ମାନ ପାଇବେ ଭୁବନେଶ୍ୱର ବାଗ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ମା

Leave a Comment

error: Content is protected !!