ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଡ଼ପ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କ ବରାହ ଓ ନୃସିଂହ ଅବତାର ବେଶ

ଭବାନୀପାଟଣା– ଲୀଳାମୟ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ଓଡିଶା, ଭାରତର ବିଭିନ୍ନ ଅଞ୍ଚଳ ଓ ବିଦେଶରେ ସର୍ବତ ଜଗନ୍ନାଥମୟ ପରିବେଶ ସୃଷ୍ଟି ହୋଇଛି। ନିଜ ମାଉସୀ ଗୁଣ୍ଡିଚାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ପୂର୍ବକ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ଙ୍କୁ ସାଥିରେ ଧରି ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷ ତିଥିରେ ରଥାରୂଢ ହୋଇ ନବଦିନାତ୍ମକ ଯାତ୍ରାରେ ବହାରିଥାନ୍ତି ଗୁଣ୍ଡିଚା ମନ୍ଦିରକୁ। ଚତୁର୍ଦ୍ଧା ମୂର୍ତ୍ତି ରତ୍ନବେଦୀ ଛାଡି ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପରେ ଯଜ୍ଞବେଦୀ ବା ଜନ୍ମବେଦୀ ରେ ଅବସ୍ଥାନ କରନ୍ତି। ଗୁଣ୍ଡିଚା ମାଙ୍କ ସ୍ନେହ, ଶ୍ରଦ୍ଧା ଓ ଆତିଥ୍ୟ ଗ୍ରହଣ କରନ୍ତି। ଆଡ଼ପ ମଣ୍ଡପରେ ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଦଶାବତାର ବେଶ କରାଯାଇଥାଏ। କଳାମଞ୍ଜୁଳ କଳାହାଣ୍ଡିରେ ରାଜରାଜୁଡା ଶାସନ ଅମଳରୁ ପ୍ରାୟ ୪ଶହ ବର୍ଷ ହେଲା ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଘଟିଛି। କଳାହାଣ୍ଡି ଗଡଜାତର ରାଜଧାନୀ ଭବାନୀପାଟଣାରେ ଜଗନ୍ନାଥ ମନ୍ଦିର ପ୍ରାୟ ୧୭୦ବର୍ଷ ତଳେ ପ୍ରତିଷ୍ଠା ହୋଇଛି ଓ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଗଡଜାତ ମିଶ୍ରଣ ପରେ ଭବାନୀପାଟଣା ଜଗନ୍ନାଥ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ଅଛି। ଭବାନୀପାଟଣା ଆଡ଼ପ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ବିଷ୍ଣୁଙ୍କ ଦଶାବତାର ବେଶ କରାଯାଇଥାଏ। ଏହିକ୍ରମରେ ୪ତାରିଖ ସୋମବାର ଦିନ ଜଗନ୍ନାଥଙ୍କ ବରାହ ଅବତାର ବେଶ କରାଯାଇଥିବା ବେଳେ ୫ତାରିଖ ମଙ୍ଗଳବାର ଦିନ ଜଗନ୍ନାଥଙ୍କ ନୃସିଂହ ଅବତାର ବେଶ କରାଯାଇଛି। ଆଡ଼ପ ମଣ୍ଡପରେ ଶ୍ରୀ ମହାବାହୁଙ୍କ ବିଭିନ୍ନ ବେଶ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି। ଗୁଣ୍ଡିଚା ମନ୍ଦିରରେ ପ୍ରତିଦିନ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଶ୍ରୀଜଗନ୍ନାଥ ଭଜନଧାରା ଆୟୋଜନ କରାଯାଉଛି। ଏଥିରେ ସହରର ବିଭିନ୍ନ ଅନୁଷ୍ଠାନ ର କଳାକାର ମାନେ ଜଗନ୍ନାଥ ଭଜନ ପରିବେଷଣ କରୁଛନ୍ତି। ମୋଟାମୋଟି ଭାବରେ ରଥଯାତ୍ରା ରୁ ବାହୁଡ଼ା ଯାତ୍ରା ଯାଏ ଭବାନୀପାଟଣା ସମେତ ସମଗ୍ର ବିଶ୍ୱ ଜଗନ୍ନାଥମୟ ହୋଇଉଠିଛି।

ସତ୍ୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ

Related posts

ଜୟୀ ରାଜଗୁରୁଙ୍କ ଜନ୍ମଦିବସରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

Sunil Chandra Nayak

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓ ପତ୍ରପତ୍ରିକା ଦିବସ ପାଳିତ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ମାତୃରୂପିଣୀ ମା

Leave a Comment

error: Content is protected !!